ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ପୋଲିସକୁ ମିଳିଛି ବଡ଼ ସଫଳତା l କଣ୍ଟାମାଳ ପୋଲିସ ର ସ୍ୱତନ୍ତ୍ର ଚଢ଼ାଉରେ ଲମ୍ବସରୀ ନିକଟ ମାନପଦର ଗ୍ରାମ୍ୟ ଜଙ୍ଗଲରୁ ଚାଲାଣ ପାଇଁ ପ୍ରସ୍ତୁତ ହେଉଥିବା ବ୍ୟାପକ ଗଞ୍ଜେଇକୁ ପୋଲିସ ଜବତ କରିଛି l ବୌଦ୍ଧ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ପୋଲିସର ଏକ ସ୍ୱତନ୍ତ୍ର ଦଳ ଚଢ଼ାଉ କରି ଜଙ୍ଗଲରୁ ଗଞ୍ଜେଇ ସହ ପାଞ୍ଚ ଗୋଟି ଦେଶୀ ବନ୍ଧୁକ ସହ ଦୁଇ ଜଣକୁ ଗିରଫ କରିଥିବା ଜଣାଯାଇଛି l
ଏ ନେଇ କଣ୍ଟାମାଳ ପୋଲିସ କେସ ନମ୍ବର 81 ତା.20/04/23 u/s 20(b)(ii)( c)/29 NDPS Acts, r/w section 25(1-B)(a) Arms act. ଆଧାର ରେ ଏକ ମାମଲା ରୁଜୁ ହୋଇଛି l ଜବତ ଗଂଜେଇକୁ ମାଜିଷ୍ଟ୍ରେଟେ ଙ୍କ ଉପସ୍ଥିତିରେ ଓଜନ କରିବାରୁ 31 କ୍ୱିଣ୍ଟାଲ ହୋଇଥିବା ବେଳେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ଏସ୍ଡ଼ିପିଓ ଆନନ୍ଦ ବର୍ଦ୍ଧନ ଗୁରୁ ଏହି ସମସ୍ତ ତଥ୍ୟ ପ୍ରକାଶ କରିଥିବା ଜଣାପଡିଛି l
ଗିରଫ ଦୁଇ ଜଣ ବ୍ୟକ୍ତି ଅଜୟ ମଲିକ (42) ଓ ପଙ୍କଜ ମଲିକ (27)କନ୍ଧମାଳ ଜିଲ୍ଲା ଗୋଛାପଡାର ହୋଇଥିବା ବେଳେ ଗଞ୍ଜେଇ ଚାଲାଣକାରୀର ମୁଖ୍ୟ କିଙ୍ଗପିନକୁ ଗିରଫ କରିବାକୁ ଜାଲ ବିଛା ଯାଇଛି ଏବଂ ପୋଲିସ ଖୁଵ ଶୀଘ୍ର ସଫଳତା ପାଇବ ବୋଲି ଏସ୍ଡ଼ିପିଓ ସୂଚନା ଦେଇଛନ୍ତି l ଏହି ସାମ୍ବାଦିକ ସମ୍ବିଳନୀ ରେକଣ୍ଟାମାଳ ଆଇଆଇସି ନଳିନୀକାନ୍ତ ଦାସ ଉପସ୍ଥିତ ଥିଲେ।l