ଶବ ନେଇ ଦାହ ପାଈଁ ଆସିଥିଲେ ନିଜେ ଶବ ହୋଇଗଲେ ଯୁବକ

120 0

ଯାଜପୁର:ଶବ ନେଇ ଦାହ ପାଈଁ ଆସିଥିଲେ ନିଜେ ଶବ ହୋଇଗଲେ ଯୁବକ। ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଥାନା ବୈତରଣୀ ନଦୀ ଦଶାଶ୍ବମେଧ ଘାଟରେ। ମୃତକ ହେଲେ ଦଶରଥପୁର ବ୍ଲକ ରାମବାଗ ହୀରାପୁର ଅଞ୍ଚଳର ନିଶିକାନ୍ତ ମଲ୍ଲିକ । ନିଶିକାନ୍ତ ସମ୍ପର୍କୀୟ ଙ୍କ ଶବ ସତ୍କାର କରିବା ପାଇଁ ଯାଜପୁର ଦଶାଶ୍ବମେଧ ଘାଟ ନିକଟସ୍ଥ ବାରୁଣୀ ପଡିଆରେ ଥିବା  ମହାଶ୍ମଶାନକୁ ନେଇ ଆସିଥିଲେ।

ଦାହ କାର୍ଯ୍ୟ ଶେଷ ହେବା ପରେ ବୈତରଣୀ ନଦୀର ଦଶାଶ୍ବମେଧ ଘାଟକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ନଦୀରେ ବୁଡିଯାଇଥିଲେ। ଦୀର୍ଘ ସମୟ ଖୋଜାଖୋଜି ପରେ ନିଶିକାନ୍ତଙ୍କୁ ପାଣି ଭିତରୁ ଉଦ୍ଧାର କରଯାଇଥିଲା। ହେଲେ ବେଆଇନ୍ ଭାବେ ଖୋଳା ଯାଉଥିବା ବାଲିଘାଟ ଯୋଗୁଁ ପାଣିରେ ବୁଡି ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି ।

ନଦୀ ଶୁଖିଲା ଥିବାବେଳେ ବାଲି ଖୋଳା ହେତୁ ଏପାରି ଘଟିଛି। ତେବେ ଯାଜପୁର ଦମକଳ ବାହିନୀ ଆସି ମୃତ ନିଶିକାନ୍ତ ମଲ୍ଲିକକୁ ଉଦ୍ଧାର କରି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ । ସେଠାରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ। ଯାଜପୁର ପୋଲିସ ମୃତ ଶରୀର ଜବତ କରି ଘଟଣାର ତଦନ୍ତ ଜାରି ରଖିଛି।

Related Post

ଦୁର୍ନୀତି ର ଏନ୍ତୁଡିଶାଳ ଜୟପାଟଣା ପଞ୍ଚାୟତ ସମିତି, ବିନା ସୂଚନା ଫଳକରେ ଚାଲିଛି ନିର୍ମାଣ କାର୍ଯ୍ୟ

Posted by - May 19, 2023 0
ଭବାନୀପାଟଣା:(ଅର୍ଜୁନ ପଟ୍ଟନାୟକ )ସରକାର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ନିମନ୍ତେ ବ୍ୟାପକ ଯୋଜନାମାନ ପ୍ରସ୍ତୁତ କରି ଜନସାଧାରଣଙ୍କ ସୁବିଧା ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି,…

ସରଧାପାଲି ଗ୍ରାମରେ ବନ୍ଧ ଖନନ ବେଳେ ମିଳୁଛି ରତ୍ନ ପଥର ଲାଗିଛି ପ୍ରବଳ ଭିଡ

Posted by - May 14, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂ) ବୌଦ୍ଧ ବ୍ଲକ ଶଗଡା ପଂଚାୟତ ସରଧାପାଲି ଗ୍ରାମରେ ବ୍ଲକ ତରଫରୁ ମନରେଗା ଯୋଜନାରେ ବନ୍ଧ ଖନନ ହେଉଥିବା ପଂଚାୟତ ନିର୍ବାହୀ ଅଧିକାରୀ ରିଲିପି ନାଏକ…

ପଲସାଗୋରାରେ ବିଜେଡିର ବିଶାଳ ଜନ ସମ୍ପର୍କ ପଦଯାତ୍ରା ଓ ସଭା 

Posted by - October 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକର ପଲସାଗୋରା ଠାରେ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ବିଶାଳ ଜନ ସମ୍ପର୍କ ପଦଯାତ୍ରା ଏବଂ ସଭା ଅନୁଷ୍ଠିତ…

କମ ଧୂଆଁ ରେ ଏଣିକି ହେବ ରୋଷେଇ,ସମ୍ବଲପୁର ରେ ଆରମ୍ଭ ହେଲା କୋର୍ କାର୍ବନ ଚୁଲା

Posted by - July 14, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ବର୍ତ୍ତମାନ ଯୁଗରେ ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକଙ୍କୁ ଉତ୍ତମ ପରିବେଶ ଯୋଗାଇବା ସହ ଉନ୍ନତ ମାନର ଚୁଲା ପ୍ରଦାନ ପାଇଁ ସମ୍ବଲପୁର ରେ ଆରମ୍ଭ…