ଅନଗୁଳ ବନ୍ତଳା:(ମହେଶ ଭୋମରାଜ)ସାରା ରାଜ୍ୟରେ ଗତ ବର୍ଷ ଡିସେମ୍ବର ମାସରେ ଚଳଚଞ୍ଚଳ ହୋଇଉଠି ଥିଲା ଅନୁଗୋଳ ଜିଲ୍ଲା ସାତକୋଶିଆ ଅଭୟାରଣ୍ୟ । ଅଭୟାରଣ୍ୟ ସୃଷ୍ଟି କରିବା ପାଇଁ ମଧ୍ୟପ୍ରଦେଶ ବାନ୍ଧବଗଡ଼ର ବାଘୁଣୀ ସୁନ୍ଦରୀକୁ ସାତକୋଶିଆ ଅଣାଯାଇଥିଲା ଓ ତା ପରେ କାହ୍ନା ଅଭୟାରଣ୍ୟ ରୁ ଆସିଥିଲା ମହାବଳ ମହାବୀର । ସୁନ୍ଦରୀ ବାଘୁଣୀକୁ ସାତକୋଶିଆର ଶୋଭାକୁ ଦୁଇ ଗୁଣିତ କରିବା ପାଇଁ ଅଣାଯାଇଥିବା ବେଳେ କଳଙ୍କିନି ସାଜି ପ୍ରାୟ ଏକ ବର୍ଷ ହେବ ତାର ଜାଲି ବନ୍ଧା ଏନକ୍ଲୋଜରରେ ବନ୍ଦୀ ଜୀବନ ବିଟାଉଛି ବାଘୁଣୀ ସୁନ୍ଦରୀ । ପରବର୍ତ୍ତୀ ମୁହୂର୍ତ୍ତରେ ଶିକାରୀ ନା ଝିଙ୍କ ଖାଇ ଜୀବନ ଗଲା ମହାବଳ ମହାବୀରର ତାହା ରହସ୍ୟ ଘେର ମଧ୍ୟରେ.. !
ସାତକୋଶିଆ ପ୍ରଜା ସଂଘକୁ ସନ୍ତ୍ରାସବାଦୀର ଆଖ୍ୟା ଦେଲେ ବନ ବିଭାଗ । ଅନ୍ୟ ପଟେ ସାତକୋଶିଆ ଅଭୟାରଣ୍ୟ ପାଇଁ ବିସ୍ଥାପିତ କରାଯାଇଥିବା ରାଇଗୋଡାବାସୀଙ୍କ ପାଇଁ କୋଟି କୋଟି ଟଙ୍କା ବ୍ୟୟରେ ରାଜ୍ୟ ସରକାର ସୃଷ୍ଟି କଲେ ନୂଆ ରାଇଗୋଡା । ଆଦିବାସୀ ସମ୍ପ୍ରଦାୟର ଲୋକଙ୍କୁ ଭୁଆଁ ବୁଲାଇ ଥିବା ସରକାର ବିରୋଧୀ ରେ ହୋଇଥିଲା ଆନ୍ଦୋଳନ । ପରବର୍ତ୍ତୀ ମୁହୂର୍ତ୍ତରେ ଦାବି ପୂରଣ କରାଯିବ କହି ଠକି ଦେଲା ଜିଲ୍ଲା ପ୍ରଶାସନ । ୨୧ ଟି ଦାବୀରୁ ମାତ୍ର ୬ ଗୋଟି ପୂରଣ କରିଥିବା ବେଳେ ଏପଟେ ଚାଲିଛି କଟରଙ୍ଗ ଓ ଟୁଲୁକା ଗାଁକୁ ବିସ୍ଥାପିତ କରିବା ପାଇଁ ଗତ କାଲି ହୋଇଥିଲା ବୈଠକ ।
ତେବେ କଟରଙ୍ଗ ଗ୍ରାମବାସୀ ଏକ ସପ୍ତାହ ସମୟ ନେଇଥିବା ବେଳେ ଆଜି ବସିବ ଟୁଲୁକା ଗ୍ରାମବାସୀଙ୍କ ବୈଠକ । ତେବେ ଉକ୍ତ ବିସ୍ଥାପିତ ହେବାକୁ ଥିବା ଦୁଇଟି ଗାଁର ପରିବାରର ଘର ପିଛା ମିଳିବ ୧୦ଲକ୍ଷ ଟଙ୍କା ଓ ଜମିବାଡ଼ି ଏକର ପିଛା ଏକ ଲକ୍ଷ ୪୨ ହଜାର ଟଙ୍କା ଓ ଅନ୍ୟାନ୍ୟ ସୁବିଧା । ତେବେ ଏଠି ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି ବିସ୍ଥାପିତ ନୂଆ ରାଇଗୋଡାବାସୀଙ୍କୁ ସରକାରୀ ଯୋଜନା ଭୁକ୍ତ ସୁବିଧା ସୁଯୋଗ ମିଳି ନଥିବା ବେଳେ ସରକାର ଆଉ ଦୁଇଟି ଗାଁକୁ ବିସ୍ଥାପିତ କରିବା କେତେ ଦୂର ଯୁକ୍ତିଯୁକ୍ତ ?