ସମ୍ବଲପୁର ହିଂସା ପ୍ରତିବାଦରେ କଳାହାଣ୍ଡି ବନ୍ଦ

66 0

କଳାହାଣ୍ଡି:( ନରେନ୍ଦ୍ର ନେଗୀ)ସମ୍ବଲପୁର ହିଂସା ପ୍ରତିବାଦରେ ଆଜି ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ୧୪ ଟି ଜିଲ୍ଲାରେ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି l ଏହାର ପ୍ରଭାବ କଳାହାଣ୍ଡି ଜିଲ୍ଲାରେ ମଧ୍ୟ ଦେଖିବାକୁ ମିଳିଛି l ଜିଲ୍ଲା ମୁଖ୍ୟାଳୟ ଭବାନୀପାଟଣା, ଧର୍ମଗଡ଼, ଜୁନାଗଡ଼ରେ ଆଦି ଅଞ୍ଚଳରେ ବନ୍ଦ ପାଳନ କରାଯାଉଛି l

ଏହି ବନ୍ଦ ପାଳନକୁ ବଜରଙ୍ଗଦଳ ଏବଂ ବିଜେପି ସମର୍ଥନ କରିଛି l ଆଜି ସକାଳୁ ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗଦଳ ଏବଂ ବିଜେପି କର୍ମୀ ମାନେ ପିକେଟିଙ୍ଗ କରି ଦୋକାନ ବଜାର ବନ୍ଦ କରିବାପାଇଁ ନିବେଦନ କରିଛନ୍ତି l ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଛି l ସମ୍ବଲପୁରରେ ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡ ର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବା ଦାବିରେ ଏହି ବନ୍ଦ ପାଳନ କରାଯାଇଛି l

ବିଭିନ୍ନ ହିନ୍ଦୁ ସଂଗଠନ ମଧ୍ୟ ଏହି ବନ୍ଦ ପାଳନକୁ ସହଯୋଗ କରୁଛନ୍ତି l ସକାଳ ୬ ରୁ ସନ୍ଧ୍ୟା ୬  ଯାଏ ୧୨  ଘଣ୍ଟିଆ ବନ୍ଦ ପାଳନ କରାଯାଉଥିବାବେଳେ ଜରୁରୀକାଳୀନ ସେବା ଜାରି ରହିବ ବୋଲି ବନ୍ଦ ପାଳନ କାରି ମାନେ କହିଛନ୍ତି l ଶାନ୍ତିପୂର୍ଣ ଭାବେ ଏହି ବନ୍ଦ ପାଳନ କରାଯାଉଛି l

Related Post

ଆସନ୍ତା ରବିବାର ଦିନ ବାଲିବନ୍ଧା ରେ  ପୁଣି ବସିବ କମଲି ବଜାର ସାପ୍ତାହିକ ହାଟ

Posted by - June 29, 2022 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ )ଆସନ୍ତା ରବିବାର ଦିନ ବାଲିବନ୍ଧା ରେ ପୁଣି ବସିବ କମଲି ବଜାର ସାପ୍ତାହିକ ହାଟ।ସୂଚନା ଦେଲେ ଉପ କମିଶନର ମହାନଗର ନିଗମ।ସମଲେଇ ଯୋଜନାରେ କମଲିବଜାର…

ଯାଜପୁରରେ ନବ ନିର୍ମାଣ ପକ୍ଷରୁ ବନ୍ଦ ଡାକରା 

Posted by - July 19, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ବିଜେପି ଛାତ୍ରୀ ରୁଚିକାକୁ ନ୍ୟାୟ ଦାବିରେ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଥିଲା। ମୃତ୍ୟୁକୁ ଦୁଇ…

ବଢ଼ିବାରେ ଲାଗିଛି ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘର ବିବାଦ  

Posted by - June 4, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ଜିଲା ସୁକିନ୍ଦା ବର୍ତଣ୍ଡା ପଂଚାୟତ ମହିଳା ମହାସଂଘର ବିବାଦ ବଢ଼ିବାରେ ଲାଗିଛି। ପ୍ରଥମେ ମହାସଂଘର କାର୍ଯ୍ୟକର୍ତା ମାନେ ଏମ ବି…

ସାମ୍ବାଦିକଙ୍କୁ ଆକ୍ରମଣ ର ତଦନ୍ତ ପାଇଁ ଅଭିଯୋଗ କଲା ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ

Posted by - May 7, 2023 0
ଭୁବନେଶ୍ବର :ଓଡିଶା ଡିଜିଟାଲ ମିଡ଼ିଆ ମହାସଂଘ ସଭାପତି ସତ୍ୟଜିତ ମହାପାତ୍ରଙ୍କ ଆହ୍ବାନ କ୍ରମେ ମହାସଂଘର  ସାଧାରଣ ସମ୍ପାଦକ କାହ୍ନl ନାୟକଙ୍କ ନେତୃତ୍ୱରେ ଏକ ପନ୍ଦର ଜଣିଆ ଟିମ…