କାଶୀପୁର :(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ତାଳଝିରି ପଞ୍ଚାୟତ ଲକାରୀଶ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ( KGBB )ରେ ଛାତ୍ରୀଙ୍କ ନାମ ଲେଖା କାର୍ଯ୍ୟକ୍ରମ ହୋଇ ଯାଇଛି l ବିଦ୍ୟାଳୟର ଯାଞ୍ଚ କମିଟିଙ୍କ ଉପସ୍ଥିତ ରେ ପ୍ରଥମ ପର୍ଯ୍ୟାୟ ଚୟନ ଅନୁଷ୍ଠିତ ହୋଇ ଅଛି କାର୍ଯ୍ୟକ୍ରମ ରେ ତଳଝିରୀ CRCC ଦଶରଥ ନାଏକ, KGBB ଅଧକ୍ଷା ନବକୁମାରୀ ନାଏକ, ବିଦ୍ୟାଳୟ କର୍ତ୍ତୃପକ୍ଷ ଏବଂ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ lକାଶୀପୁର ବ୍ଲକ ର ବିଭିନ୍ନ ଅଞ୍ଚଳରୁ ଛାତ୍ରୀ ଓ ଅଭିଭାବକ ବହୁ ସଂଖ୍ୟା ରେ ଆସିଥିବା ଦେଖିବାକୁ ମିଳିଥିଲା l
ପ୍ରଧାନମନ୍ତ୍ରୀ ଶିକ୍ଷ୍ୟୟିତ୍ରୀଙ୍କ ବୟନାନୁଯାଇ ସମୁଦାୟ ୨୫୦ ଛାତ୍ରୀଙ୍କ ଚୟନ କରାଯିବ, ଏଥିମଧ୍ୟରୁ ବିଗତ ବର୍ଷ 191ଜଣ ଛାତ୍ରୀଙ୍କ ମଧ୍ୟରୁ 33 ଜଣ ଦଶମ ଶ୍ରେଣୀ ରେ ପ୍ରବେଶ କରାଯାଇଥିଲା ଏବଂ ୧୫୨ ଜଣ ଛାତ୍ରୀଙ୍କୁ ଦୁଇଟି ପର୍ଯ୍ୟରେ ସରକାରୀ ନିୟମାବଳୀ ଅନୁଯାଇ ବିଦ୍ୟାଳୟରେ ପ୍ରବେଶିକା ଚୟନ କରାଯିବ ଏବଂ ଯେଉଁ ଛାତ୍ରୀଙ୍କ ପିତାମାତା ନଥିବେ ଅନାଥ କିମ୍ବା କୌଣସି କାରଣ ବସତି ଅଧାରୁ ସେମାନେ ପାଠପଢା ବନ୍ଦ କରିଥିବେ ସେହି ଭଳି ଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଚୟନ କରାଯିବ ବୋଲି ଶ୍ରୀମତୀ ନାଏକ ପ୍ରକଶ କରିଛନ୍ତି l
ଏହି କାର୍ଯ୍ୟକ୍ରମ ରେ ଯାଞ୍ଚ କମିଟି ଭାବେ ପ୍ରଧାନ ଶିକ୍ଷୟତ୍ରୀ ନବ କୁମାରୀ ନାଏକ,ବରିଷ୍ଟ ଶିକ୍ଷକ ମାନସ କୁମାର ସାହୁ,SMC ଚୟର୍ମେନ ଶ୍ରୀ ରଞ୍ଜିତ ମାଝୀ ,ତଳଝିରି ସରପଞ୍ଚ, ସମିତି ସଭ୍ୟ ରବୀନ୍ଦ୍ର ନାଏକ ବିଦ୍ୟାଳୟ ପରିଚାଳନା କମିଟି ଉପସ୍ଥିତ ଥିଲେ l