ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ଓଡ଼ିଶାର ବରପୁତ୍ର ତଥା ପ୍ରବାଦ ପୁରୁଷ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ୨୬ତମ ପୁଣ୍ୟ ଶ୍ରାଦ୍ଧ ଦିବସ ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର କଣ୍ଟାମାଳ ଠାରେ ପାଳିତ ହୋଇଯାଇଛି l ଏହି ପୁଣ୍ୟ ତିଥିରେ କଣ୍ଟାମାଳ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମହିଧର ରଣା , ବୌଦ୍ଧ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ ସମେତ ଅନ୍ୟ ବିଜେଡି କର୍ମକର୍ତ୍ତାମାନେ କଣ୍ଟାମାଳ ସ୍ଥିତ ବିଜୁ ପଟ୍ଟନାୟକଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ ପରେ ବିଜୁ ଜନତା ଦଳର ଜଣେ ଶୃଙ୍ଖଳିତ କର୍ମୀ ଭାବେ ବିଜୁ ବାବୁଙ୍କ ନୀତି ଆଦର୍ଶ ରେ ଅନୁପ୍ରାଣିତ ହୋଇ ଏକ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ସାମୂହିକ ଶପଥ ପାଠ କରିଥିଲେ l
ଏହି ପୁଣ୍ୟ ଅବସରରେ କଣ୍ଟାମାଳ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଠାରେ ଓଡିଶା ମୋ ପରିବାର ତରଫରୁ ଆୟୋଜିତ ଜୀବନବିନ୍ଦୁ ରକ୍ତଦାନ ଶିବିରକୁ କଣ୍ଟାମାଳ ବିଧାୟକ ଶ୍ରୀ ରଣା ଉଦଘାଟନ କରିଥିଲେ l ଏହିଅବସରରେ ବିଧାୟକ ଶ୍ରୀ ରଣା ଡାକ୍ତରଖାନାର ପ୍ରସୂତି ବିଭାଗର ମାଆମାନଙ୍କୁ ଏବଂ ଅନ୍ୟାନ୍ୟ ବିଭାଗର ରୋଗୀମାନଙ୍କୁ ଫଳ ବଣ୍ଟନ କରିଥିଲେ l ଜୀବନ ବିନ୍ଦୁ ଜିଲ୍ଳା ସଂଯୋଜକ ତଥା ଯୁବ ବିଜେଡ଼ି ସଭାପତି ଶମ୍ଭୁ ପ୍ରସାଦ ସାହୁ ଓ ବ୍ଲକ ସଂଯୋଜକ ପ୍ରଶାନ୍ତ କୁମାର ରଣା କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ l ସକାଳ ୧୦ଟା ରୁ ଆରମ୍ଭ ହୋଇ ଅପରାହ୍ନ ୧ଘଣ୍ଟା ମଧ୍ୟରେ ମୋଟ୍ ୩୭ୟୁନିଟ୍ ରକ୍ତ ସଂଗୃହିତ ହୋଇଥିଲା l
ଶିବିରରେ ବୌଦ୍ଧ ଜିଲ୍ଲା ଡ଼ାକ୍ତରଖାନାରୁ ଡକ୍ଟର, ଟେକନିସିଆନ୍ ଓ କର୍ମକର୍ତ୍ତା ଆଦି ଯୋଗଡେଇ ରକ୍ତ ସଂଗ୍ରହ କାର୍ଯ୍ୟ ତୁଲାଇଥିଲେ l ମନମୁଣ୍ଡା ଗୋଷ୍ଠି ସ୍ଵାସ୍ଥ୍ୟ କେନ୍ଦ୍ରର ମେଡ଼ିକାଲ ଅଫିସର ଡକ୍ଟର ମହେନ୍ଦ୍ର ସୋଏ, କଣ୍ଟାମାଳ ଡାକ୍ତରଖାନାର ମେଡ଼ିକାଲ ଅଫିସର ଡକ୍ଟର ଜଗଦିଶ ସେଠୀ ଏହି କାର୍ଯ୍ୟରେ ସହଯୋଗ କରିଥିଲେ l ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଶଙ୍କର୍ଷଣ ପ୍ରଧାନ, ବିଜେଡି ଜିଲ୍ଲା ଉପସଭାପତି ସୁଧୀର ମହାକୁଡ, ଯୁବ ବିଜେଡ଼ି ସଭାପତି ଶମ୍ଭୁ ପ୍ରସାଦ ସାହୁ,ସରକାରୀ ଆଇନଜିବୀ ସୁରେଶ ଚନ୍ଦ୍ର ରଣା, ବରିଷ୍ଠ ନେତା ଘନଶ୍ୟାମ ବୁଡ଼େକ୍, ପଞ୍ଚାନନ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ l