ନବ ନିର୍ମିତ କୂପ ମଧ୍ୟରୁ ବଳଦ ଉଦ୍ଧାର କରି ଚିକିତ୍ସା

66 0

ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ହରଭଙ୍ଗା ବ୍ଲକ୍ ବାମଣ୍ଡା ପଞ୍ଚାୟତର ବିରିଗଡ ଗ୍ରାମର ପୂର୍ଣ୍ଣଚନ୍ଦ୍ର ପ୍ରଧାନଙ୍କ ଏକ ବଳଦ ଗତକାଲି ଠାରୁ ନିଖୋଜ ଥିଲା। ବହୁ ଖୋଜା ଖୋଜି କରିବା ପରେ ଆଜି ସେ ତାଙ୍କ ବଳଦଟିକୁ ନିକଟସ୍ଥ ନବ ନିର୍ମିତ ଭବଶାଗର ଙ୍କ କୂପ ମଧ୍ୟରେ ଗଳିପଡ଼ି ମର୍ମନ୍ତୁଦ ଆଘାତ ପ୍ରାପ୍ତ ଅବସ୍ଥାରେ ପଡିଥିବାର ଦେଖିବାକୁ ପାଇଥିଲେ ଗ୍ରାମର ଯୁବକମାନେ କୂପ ମଧ୍ୟରୁ ବଳଦଟିକୁ ଉଦ୍ଧାର କରିବା ପାଇଁ ବହୁ ସମୟ ପର୍ଯ୍ୟନ୍ତ ଚେଷ୍ଟାକରି ବିଫଳ ହୋଇଥିଲେ ।ଶେଷରେ ଅଗ୍ନିଶମ ବାହୀନି କୁ ଖବର ଦେଲାପରେ, ଅଗ୍ନିଶମ ବାହିନୀ ଆସି ଘଟଣା ସ୍ଥଳରେ ପହଞ୍ଚିବା ପରେ ଅଗ୍ନିଶମ ବାହିନୀ ଏବଂ ଗ୍ରାମର କିଛି ଯୁବକମାନେ ଉଭୟଙ୍କ ଚେଷ୍ଟାରେ ଶେଷରେ ବଳଦଟିକୁ କ୍ଷତାକ୍ତ ଅବସ୍ଥାରେ ଉଦ୍ଧାର କରିଥିଲେ।

ବଳଦଟିକୁ ଉଦ୍ଧାର ପରେ ଗ୍ରାମବାସୀ ହରଭଙ୍ଗା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଧିକାରୀ ଡ଼ା ବୀରେନ୍ଦ୍ର କୁମାର ପୃଷ୍ଟି ଙ୍କୁ ଖବର କଲା ପରେ ତାଙ୍କ ନିର୍ଦ୍ଦେଶ କ୍ରମେ ନିକଟସ୍ଥ ସରସରା ପ୍ରାଣୀଧନ ନିରୀକ୍ଷକ ଶ୍ରୀ ନିରଞ୍ଜନ ପାତ୍ର ଏବଂ ମୈତ୍ରୀ ଶ୍ରୀ ସୁନିଲ କୁମାର ବଘାର ଘଟଣାସ୍ଥଳ କୁ ଯାଇ ବଳଦର ଉପଯୁକ୍ତ ଚିକିତ୍ସା ପ୍ରଦାନ କରିଥିଲେ। ବଳଦଟିର ଚିକିତ୍ସା ପରେ ବଳଦଟି ଏକ ନୂଆ ଜୀବନ ଲାଭ କଲା ବୋଲି ବିରିଗଡ଼ ଗ୍ରାମବାସୀ ସନ୍ତୋଷ ବ୍ୟକ୍ତ କରିଥିଲେ। ବଳଦଟିକୁ ଉଦ୍ଧାର କାର୍ଯ୍ୟକ୍ରମରେ ନିର୍ମଳ,କୃତିବାସ,ବିଶି ଭୋକ୍ତା,ପୂର୍ଣ୍ଣ, ଅଭିଳ,ମୁନୀ,ବଲ୍ଲଭ, ପ୍ରଶାନ୍ତ ଆଦି ଗ୍ରାମର ଯୁବକ ମାନେ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ।

Related Post

ଜୟପାଟଣା ନିକଟସ୍ଥ ବିମଳା ଗ୍ରାମରେ ଘୃତଯଜ୍ଞ ଅନୁଷ୍ଠିତ

Posted by - October 9, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବିମଳା ଗ୍ରାମ ଠାରେ ପରମ ପୂଜ୍ୟ ମହିମା ସାଧୁ ବ୍ରହ୍ମ୍ ଅବଧୂତ ବ୍ରହ୍ମଚାରୀ…

ନବରଙ୍ଗପୁର ଜାତୀୟ ଦଳିତ କ୍ରିଷ୍ଟିୟାନ ପରିଷଦ ତରଫରୁ ଜିଲ୍ଲାପାଳ ଙ୍କୁ ଦାବିପତ୍ର

Posted by - August 12, 2021 0
ନବରଙ୍ଗପୁର: :୧୧/୯(ବେଣୁ ଗୋପାଳ ରାଓ)ଜାତୀୟ ଦଳିତ କ୍ରିଷ୍ଟିୟାନ ପରିଷଦ ନବରଙ୍ଗପୁର ଜିଲ୍ଲା ତରଫ ରୁ ଏକ ମେମୋରେଣ୍ଡମ ନବରଙ୍ଗପୁର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ…

ଧୁଙ୍ଗିଆମୁଣ୍ଡା ରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ

Posted by - October 12, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ହରଭଙ୍ଗା ବ୍ଲକ ଧୁଙ୍ଗିଆମୁଣ୍ଡା ଅଙ୍ଗନୱାଡ଼ି କେନ୍ଦ୍ରରେ ଅଙ୍ଗନୱାଡ଼ି କର୍ମୀ ସେବତୀ କହଁର ଙ୍କ ଅଧ୍ୟକ୍ଷତାରେ ଅନ୍ତର୍ଜାତୀୟ କନ୍ୟା ସନ୍ତାନ ଦିବସ ପାଳନ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଅବସରରେ…

ଯାଜପୁର ଜିଲାରେ ଜିଲା କ୍ୟାମ୍ପୋରୀ ୧୯ ଉଦ୍ଯାପିତ

Posted by - March 26, 2019 0
ଯାଜପୁର:୨୫ /୦୩ /୧୯ (ଆନନ୍ଦ ଚନ୍ଦ୍ର ସାହୁ)ଯାଜପୁର ଜିଲା ଭାରତ ସ୍କାଉଟ୍ ଗାଇଡ଼ର ଜିଲା କ୍ୟାମ୍ପୋରୀ ବିରଜା ଉଚ୍ଚ ବିଦ୍ୟାଳୟ ପରିସରରେ ତିନିଦିନ ଧରି ପାଳିତ ହୋଇଯାଇଛି…

ହୋମିଓପ୍ୟାଥିକ ସ୍ୱାସ୍ଥ୍ୟ ସେବା ଶିବିର

Posted by - November 29, 2020 0
ବରୀ:(ସ୍ନେହଂଶୁ ଶେଖର ମହାନ୍ତି) ଅରଙ୍ଗାବାଦ(ଚତର) ଠାରେ ଯୁଧିଷ୍ଠିର ତ୍ରିପାଠୀ ଚାରିଟେବୁଲ୍ ଟ୍ରଷ୍ଟ ତଥା କମଳା ହୋମିଓ ସେବା ସଦନର ମିଳିତ ଆନୁକୂଲ୍ୟରେ ବରୀ କଳାମାଟିଆ ଅଂଚଳର ବିଶିଷ୍ଟ…