ମୁନିଗୁଡା :(ରମାକାନ୍ତ ପୋଡାଲ )ରାୟଗଡ଼ା ରେ ପବିତ୍ର ମହା ବିଷୁବ ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ ଆଜି ଧୁମଧାମରେ ପାଳନ ହୋଇଛି। ବିଷୁବ ବନ୍ଧୁ ମିଳନ ଉତ୍ସବ କମିଟି ପକ୍ଷରୁ ସ୍ଥାନୀୟ ତେଜସ୍ଵୀ ପଡ଼ିଆରେ ଆଡ଼ମ୍ବର ସହକାରେ ପାଳନ ହୋଇଥିଲା। ସାଂସ୍କୃତିକ କାର୍ଯ୍ୟକ୍ରମ ଲୋକଙ୍କ ମନ ମୋହିଥିଲା। ଓଲିଉଡ଼ ଓ ବଲିଉଡ଼ କଳାକାର ମାନେ ଲୋକଙ୍କ ମନ ମୋହିଥିଲେ। ଭଜନ ସନ୍ଧ୍ୟା ସାଙ୍ଗକୁ ମେଲୋଡି ବିଳମ୍ବିତ ରାତି ପର୍ଯ୍ୟନ୍ତ ଲୋକଙ୍କୁ ବାନ୍ଧି ରଖିଥିଲା। ଲୋକେ ମଧ୍ୟ ଏହାକୁ ଭରପୁର ଉପଭୋଗ କରିଥିଲେ।
ସମସ୍ତଙ୍କ ପାଇଁ ପଣା ଓ ପ୍ରସାଦ ସେବନ ବ୍ୟବସ୍ଥା ହୋଇଥିଲା। ଅତି ଶାନ୍ତି ଶୃଙ୍ଖଳା ସହିତ ବିଷୁବ ମିଳନ ଉତ୍ସବ ପାଳନ ହୋଇଥିଲା। ଆହେ ନୀଳଶୈଳ ଗୀତରେ ଆରମ୍ଭ ହୋଇଥିଲା ଭଜନ ସନ୍ଧ୍ୟା। ଭଜନ ଗାୟିକା ମାନସୀ ପାତ୍ର, ଗାୟକ ରବିନାରାୟଣ ଦାସ, ଓଲିଉଡ଼ ଗାୟିକା ଦୀପ୍ତି ରେଖା, ଗାୟକ ତାରିକ ଅଜିଜ୍, ବଲିଉଡ଼ ଗାୟକ ଅର୍ଶ ମହମ୍ମଦ ପ୍ରମୁଖଙ୍କ ଗୀତ ଓ ସଙ୍ଗୀତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ହଜାର ହଜାର ଦର୍ଶକଙ୍କ ଭିଡ ସମାଗମ ହୋଇଥିଲା ଏହି କାର୍ଯ୍ୟକ୍ରମରେ। କାର୍ଯ୍ୟକ୍ରମ ପରିଚାଳନା ପାଇଁ ପୁଲିସ ମୁତୟନ ହୋଇଥିଲେ।
ମା ମଝିଘରିଆଣୀ ମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ରାଇସିଂ ବିଡ଼ିକା ଏଥିରେ ଆବାହକ ଥିବା ବେଳେ ପୂର୍ବତନ ସାଂସଦ ଏନ୍. ଭାସ୍କର ରାଓ, ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମରିକା, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ପୌରାଧ୍ଯକ୍ଷ ପି. ମହେଶ ପଟ୍ଟନାୟକ, ଆରସିଏମଏସ ସଭାପତି ବି. ତିରୁପତି, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟା ପୁଲାକା, ପ୍ରମୁଖ ଉପସ୍ଥିତ ଥିଲେ।
କମିଟି ସଦସ୍ୟ ବିନାୟକ କର, ଅମୀୟ ସ୍ଵାଇଁ, ଚନ୍ଦ୍ରକାନ୍ତ ସାମଲ, ଏମ. ଗଙ୍ଗାଧର, ଅବିନାଶ ବିଷୋୟୀ, ଶ୍ରୀକାନ୍ତ ଚୌଧୁରୀ, ପ୍ରବୀଣ କୁମାର, ଜିତେନ୍ଦ୍ର କୁମାର ରେଡ୍ଡି, ସୁରେଶ ପ୍ରଧାନ, କାଉନସିଲର ସନ୍ତୋଷ ଦଳାଇ, ସରିମିତା ପାଢି, ପି. ରୋଜା, ଗୋପୀନାଥ ଗୌଡ, ସୁକାନ୍ତ ପରିଡା, ଏନ୍. ଶ୍ରୀନିବାସ, ବି. ଜଗନମୋହନ ରାଓ, ପ୍ରମୁଖ ପରିଚାଳନା କରିଥିଲେ। ବିଷୁବ ମିଳନରେ ସାମିଲ ହେବାକୁ ରାୟଗଡ଼ା ସହର ସମେତ ରାୟଗଡା, କଲ୍ୟାଣସିଂହପୁର, କୋଲନରା, କାଶୀପୁର, ମୁନିଗୁଡ଼ା, ବିଷମକଟକ ସମେତ କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର, ବନ୍ଧୁଗାଁ, ନାରାୟଣପାଟଣାରୁ ଲୋକଙ୍କ ସୁଅ ଛୁଟିଥିଲା।