ଗ୍ରାମସଭା ଓ ପଲ୍ଲିସଭା ନିୟମ ଉଲଂଘନ କଲେ ପଂଚାୟତ ଅଧିକାରୀ,ଅଧିକାରୀ ନାମରେ ଜିଲ୍ଲା ପାଳ ଙ୍କ ପାଖରେ ଅଭିଯୋଗ

84 0

ହରଭଙ୍ଗା :(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ହରଭଙ୍ଗା ପଂଚାୟତ ରେ ସରକାରଙ୍କ ଗ୍ରାମସଭା ଓ ପଲ୍ଲୀ ସଭା ନିୟମ ଉଲଂଘନ କୁ ନେଇ ପଞ୍ଚାୟତ ଅଧିକାରୀ ଙ୍କ ନାମରେ ଜିଲ୍ଲାପାଳ -ସତ୍ୟ ରଞ୍ଜନ ସାହୁ ଙ୍କ ପାଖରେ ଅଭିଯୋଗ ଆଣିଛନ୍ତି ୱାର୍ଡ ମେମ୍ବର ଓ ଗ୍ରାମବାସୀ!ସୂଚନା ଅନୁଯାଇ ହରଭଙ୍ଗା ପଂଚାୟତ ର ୧୩ ନଂ ୱାର୍ଡ କୋଡାସିଙ୍ଗl ରେ ଆଜକୁ୧୦/୧୨ ବର୍ଷ ଧରି କୌଣସି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ହୋଇ ନଥିବା ସହିତ ଗ୍ରାମ ବାସି ନିଜର ମୌଳିକ ଅଧିକାର ରୁ ବଞ୍ଚିତ ହୋଇଥିବା ଦରଖାସ୍ତ ରେ ପ୍ରକାଶ କରିଛନ୍ତି!

ଏହି ୱାର୍ଡ ରେ ୪୦୦  ବାସିନ୍ଦା ଥିବାବେଳେ ଗରିବ ଦିନ ମଜୁରିଆ ଉପଯୁକ୍ତ 30ଜଣ ହିତାଧିକାରୀ ଆବାସ ଯୋଜନା ରୁ ବଞ୍ଚିତ,୧୭ ଜଣ ହିତାଧିକାରୀ ଙ୍କ କୂଅ, ଗ୍ରାମରେ ଲାଗିଥିବା ଆଲୋକୀ କରଣ ଲାଇଟ କୁ ଖରାପ ହୋଇଛି ବୋଲି କାଢି ନେଇଥିବା, ଏମିତିକି ରାସ୍ତା ଘାଟର ଅବସ୍ଥା ଏହୁ ଶୋଚନୀୟ ଏହି ୱାର୍ଡ ରେ!ଆଶ୍ଚର୍ଯ୍ୟ ର ଘଟଣା ପଂଚାୟତ ରେ ହୋଇଥିବା ପ୍ରଥମ ଗ୍ରାମ ସଭାରେ ଉନ୍ନତି ମୂଳକ କାର୍ଯ୍ୟ ଓ ବିଭନ୍ନ ଯୋଜନା ରେ ସାମିଲ ପାଇଁ ହିତାଧିକାରୀ ଙ୍କ ନାମ ଦିଆଯାଇଥିଲା କିନ୍ତୁଏବେ ଏହି୧୩ ନଂ ୱାର୍ଡ ର ଗ୍ରାମ ସଭାରେ ଥିବା ତାଲିକା ଗ୍ରାମ ସଭା ରେଜିଷ୍ଟର ରେ ନାହିଁ!

ଏହା କିଛି ଉଦେଶ୍ୟ ମୂଳକ ଭାବେ ହୋଇନାହିଁ ତ?ଏହି ୱାର୍ଡ ରେ ଉନ୍ନତି ମୂଳକ କାର୍ଯ୍ୟ ହେଉନ ଥିବା ସହିତ ଉପଯୁକ୍ତ ହିତାଧିକାରୀ ଙ୍କୁ ବିଭନ୍ନ ଯୋଜନାରେ ସାମିଲ ନ କରିବା ଓ ଅନ୍ୟ ପକ୍ଷେ ଗ୍ରାମ ସଭା ଓ ପଲ୍ଲିସଭା ନ ହେଉଥିବା ନେଇ ଏହି ସବୁ ଅଣଦେଖା କାର୍ଯ୍ୟ ପଂଚାୟତ ଅଧିକାରି କରୁଥିବା ନେଇ ମଧ୍ୟ ଅଭିଯୋଗ ଆଣିଛନ୍ତି!ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜିଲ୍ଲାପାଳ ଙ୍କୁ ଚଳିତ ମାସ 10ତାରିଖ ରେ ପୋଷ୍ଟାଲ ରେଜେଷ୍ଟ୍ରି ମାଧ୍ୟମ ରେ ଏକ ଦରଖାସ୍ତ କୋଡାସିଙ୍ଗା ଗ୍ରାମ ବାସି ଓ ୱାର୍ଡ ମେମ୍ବର ଜୟଦେବ କର୍ଣ୍ଣ ଜଣାଇଥିବା ସୂଚନା ମିଳିଛି!ଜିଲ୍ଲାପାଳ ଙ୍କ ନିର୍ଦେଶ କୁ ଗ୍ରାମ ବାସି ଅପେକ୍ଷା ରେ ଥିବା ମଧ୍ୟ ଜଣାଇଛନ୍ତି!

Related Post

ଦିବ୍ୟାଂସି ପାଂଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ

Posted by - March 10, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଅପିଂସର୍ସ କ୍ଲବ ପରିସରରେ ଦିବ୍ୟାଂସି ପାଂଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତିୟ ମହିଳା ଦିବସ ପାଳିତ ହୋଇଯାଇଛି । ସମାଜସେବୀ ସରୋଜ ବିଶ୍ୱାଳଙ୍କ ସଭାପତିତ୍ୱରେ…

ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ପ୍ରଶାସନ କୁ ଫାଙ୍କିବାରେ ଚାଲିଛି କି ଉତ୍କଳ ଆଲୁମିନା ?

Posted by - January 1, 2023 0
କାଶୀପୁର:(ଅଞ୍ଜନ କୁମାର ନାଏକ)ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଠାରେ ଗଢିଉଥିବା ଉତ୍କଳ ଆଲୁମିନା, ଅନ୍ତର୍ଦେଶୀୟ ଏବଂ ବିଭିନ୍ନ ମହଲରେ ଚଳିତ ବର୍ଷ ଅନେକ ସ୍ବେତ୍ସାସେବୀ…

ଉଦଯାପିତ ହୋଇଯାଇଛି ଆଦିବାସୀ ନୃତ୍ୟ , ସଂଗୀତର ଉତ୍ସବ “ଡଙ୍ଗର ମହୋତ୍ସବ” ୨୦୨୨

Posted by - March 31, 2022 0
ସୋନପୁର:(ଅଜିତ କୁମାର ପୂଜାରୀ )ଉଦଯାପିତ ହୋଇଯାଇଛି ଆଦିବାସୀ ନୃତ୍ୟ , ସଂଗୀତର ଉତ୍ସବ “ଡଙ୍ଗର ମହୋତ୍ସବ” ୨୦୨୨ ।ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା…

ଲିଙ୍ଗରାଜ ମନ୍ଦିର ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ:କହିଲେ ମୋ ସ୍ୱାସ୍ଥ୍ୟବସ୍ଥା ଠିକ୍ ଅଛି

Posted by - February 18, 2022 0
ଭୁବନେଶ୍ବର :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଲିଙ୍ଗରାଜ ମନ୍ଦିର ପରିଦର୍ଶନ କରିବା ସହ ଏକାମ୍ର ପ୍ରକଳ୍ପ କାର୍ଯ୍ୟକ୍ରମ ଅନୁଯାୟୀ ମନ୍ଦିରର…