ଭୁବନେଶ୍ବର /ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ କେନ୍ଦ୍ରସରକାର ସମସ୍ତ ରାଜ୍ୟର ରାଜ୍ୟ ସରକାର ତଥା ସ୍ବାସ୍ଥ୍ୟ ବିଭାଗକୁ ପ୍ରସ୍ତୁତ ରହିବାପାଇଁ ନିର୍ଦ୍ଦେଶ ଦେଇଛନ୍ତି l ଫଳରେ ଏହାକୁ ନେଇ ଆଜି ସର୍ବଭାରତିୟ ସ୍ତର ରେ ଦେଶର ସମସ୍ତ ମୁଖ୍ୟଚିକିତ୍ସାଳୟରେ କୋଭିଡ ପାଇଁ ପୂର୍ବପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଚିକିତ୍ସାଳୟ ମାନଙ୍କରେ କିପରି ଭାବରେ କରୋନା ରୋଗୀ ମାନଙ୍କ ତୁରନ୍ତ ଚିକିତ୍ସା କରାଯାଇପାରିବ ସେଥିପାଇଁ ଏକ ମଗଡ୍ରିଲ ପ୍ରଦର୍ଶନ କରାଯାଇଛି l
ସେହିପରି ଆଜି ସୁବର୍ଣ୍ଣପୁର ମୁଖ୍ୟଚିକିତ୍ସାଳୟରେ ଡାକ୍ତର ଦୁର୍ଗାଦତ୍ତ ଦାସ ଙ୍କ ନେତୃତ୍ବରେ କରୋନା ରୋଗୀମାନଙ୍କ ଚିକିତ୍ସା କୁନେଇ ଏକ ମଗଡ୍ରିଲ ପ୍ରଦର୍ଶନ ହୋଇଯାଇଛି l ଏଥିରେ କରୋନା ରୋଗୀ ଙ୍କୁ କେଉଁଭଳି ଭାବରେ ଚିକିତ୍ସାଳୟ କୁ ଅଣାଯାଇ ରୋଗୀର ବିଭିନ୍ନ ପ୍ରକାର ପରିକ୍ଷା କରାଯିବ , ପରେ ତୁରନ୍ତଚିକିତ୍ସା ପାଇଁ ରୋଗୀକୁ ବେଡକୁ ନିଆଯାଇ କିପରି ଭାବରେ ତାହାର ସମ୍ପୁର୍ଣ୍ଣ ଚିକିତ୍ସା କରାଯିବ ତାହାର ଏକ ମଗଡ୍ରିଲ କରାଯାଇଥିଲା l
କରୋନା କୁନେଇ ସୁବର୍ଣ୍ଣପୁର ଜିଲ୍ଲା ସ୍ବାସ୍ଥ୍ୟବିଭାଗ ସମସ୍ତପ୍ରକାର ପ୍ରସ୍ତୁତି କରିସାରିଥିବା ବେଳେ ପ୍ରାଥମିକସ୍ତର ରେ ଜିଲ୍ଲା ମୁଖ୍ୟଚିକିତ୍ସାଳୟ ରେ ୧୦ ଗୋଟି ବେଡ ପ୍ରସ୍ତୁତ ରହିଥିବା ବେଳେ କରୋନା ପାଇଁ ଆବଶ୍ୟକିୟ ସରଞ୍ଜାମ ଔଷଧ, ଅକ୍ସିଜେନ ସହିତ ଡାକ୍ତର ଓ ଷ୍ଟାଫ ସଜାଗ ରହିଥିବା କହିଛନ୍ତି ମୁଖ୍ୟ ଚିକିତ୍ସା ଅଧିକାରୀ ଡା.ଦୁର୍ଗାଦତ୍ତ ଦାସ l