ବିଶାଖାପାଟଣାରେ ଉତ୍କଳ ସାଂସ୍କୃତିକ ସମାଜ ଦ୍ଵାରା ଓଡ଼ିଶା ଦିବସ ପାଳନ

199 0

ବିଶାଖାପାଟଣା:୦୨/୦୪ଭାଗ୍ୟର ନଗରୀ ବିଶାଖାପାଟଣାଠାରେ ମହାସମାରୋହରେ ୮୮ ତମ ଉତ୍କଳ ଦିବସ ପାଳନ କରାଯାଇଛି। ଅଗ୍ରଣୀ ସାମାଜିକ ଓ ସାଂସ୍କୃତିକ ସଂଗଠନ ଉତ୍କଳ ସାଂସ୍କୃତିକ ସମାଜ ଆନୁକୁଲ୍ୟରେ ଆୟୋଜିତ ଏହି ମହୋତ୍ସବରେ ସହସ୍ରାଧିକ ଓଡ଼ିଆ ଓ ଓଡ଼ିଶାପ୍ରେମୀ ଜନସାଧାରଣ ଯୋଗ ଦେଇଥିବା ଦେଖାଯାଇଥିଲା। ଏହି ଉପଲକ୍ଷେ ଉତ୍ସବସ୍ଥଳ ସୁରମ୍ୟ ଦଶପଲ୍ଲା ପାହାଡିସ୍ଥିତ ସାଂସ୍କୃତିକ ସମାଜର କାର୍ଯ୍ୟାଳୟ ପରିସରକୁ ରଙ୍ଗ, ବେରଙ୍ଗର କପଡ଼ା, ଫୁଲ ଓ ଆଲୋକମାଳାରେ ଭବ୍ୟ ଢଙ୍ଗରେ ସଜ୍ଜା ଯାଇଥିଲା। ସମଗ୍ର ପରିବେଶ ଉତ୍ସବ ମୁଖର ହେବା ସାଙ୍ଗକୁ ଏକ କ୍ଷୁଦ୍ର ଓଡ଼ିଶାର ରୂପ ଧାରଣ କରିଥିଲା। ଉପସ୍ଥିତ ଯୁବ ସମ୍ପ୍ରଦାୟ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନଭରି ଉପଭୋଗ କରିବା ସହିତ ଏଥିରେ ହଜି, ମଜ୍ଜି, ମସଗୁଲ୍ ହେଉଥିବା ଦେଖାଯାଇଥିଲା।

ଚଳିତ ବର୍ଷର ଓଡ଼ିଶା ଦିବସ ପାଳନକୁ କେନ୍ଦ୍ର କରି ଜନସାଧାରଣଙ୍କ ମଧ୍ୟରେ ଦୃଶ୍ୟମାନ ଅଭୂତପୂର୍ବ, ଆନନ୍ଦ, ଉଲ୍ଲାସ, ଉତ୍ସାହ ଓ ଉଦ୍ଦୀପନା ବେଶ୍ ନିଆରା ଓ ଅବିସ୍ମରଣୀୟ ଥିଲା।ପ୍ରଥମେ ଅତିଥିମାନଙ୍କ ଦ୍ଵାରା ପାରମ୍ପରିକ ରୀତିରେ ପ୍ରଦୀପ ପ୍ରଜ୍ବଳନ ଏବଂ ଉତ୍କଳର ବରପୁତ୍ର ମାନଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। ମୁଖ୍ୟ ଅତିଥି ଆୟକର ବିଭାଗର ପ୍ରମୁଖ ଆୟୁକ୍ତ ଅସିତ କୁମାର ମହାପାତ୍ର ତାଙ୍କର ଭାଷଣରେ ଓଡ଼ିଶାର ଉତ୍କୃଷ୍ଟ କଳା, ଉନ୍ନତ ସଂସ୍କୃତି ଏବଂ ଉତ୍ତୁଙ୍ଗ ଐତିହ୍ୟ ଅନନ୍ୟ ଏବଂ ଅତୁଳନୀୟ ବୋଲି ଉଲ୍ଲେଖ କରିଥିଲେ। ସମ୍ମାନିତ ଅତିଥି ତଥା ମୁଖ୍ୟ ବକ୍ତା ୱାଲଟିୟର ରେଳବାଇ ଡିଭିଜନର ପ୍ରବନ୍ଧକ ଅନୁପ କୁମାର ଶତପଥୀ ଓଡ଼ିଶା ମାଟିର ମହକ, ମହିମା ଓ ମହନୀୟତାର ଶ୍ରେଷ୍ଠତ୍ୱ ଉପରେ ଆଲୋକପାତ କରିଥିଲେ।

ସାଂସ୍କୃତିକ ସମାଜର ସଭାପତି ଜୀତେନ୍ଦ୍ର କୁମାର ନାୟକ ଏବଂ ସମ୍ପାଦକ ବିମଳ କୁମାର ମହନ୍ତ, ଓଡ଼ିଆ ଅସ୍ମିତାର ମହାନତା ଏବଂ ଜଗନ୍ନାଥ ସଂସ୍କୃତିର ବ୍ୟାପକତା ସମ୍ପର୍କରେ ସୁଚାଇଥିଲେ। ଏହି ଅବସରରେ ସମାଜର ବାର୍ଷିକ ସ୍ମରଣିକା ”ଅୠଣିମା” କୁ ଅତିଥି ମାନେ ମୁଖ୍ୟ ସମ୍ପାଦକ ରାଜେନ୍ଦ୍ର ପ୍ରସାଦ ସାହୁଙ୍କର ଉପସ୍ଥିତିରେ ଉନ୍ମୋଚନ କରିଥିଲେ। ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ଓଡ଼ିଶାର ଗଠନ ହୋଇଥିଲା। ସେବେଠାରୁ ଓଡ଼ିଶାର ଗର୍ବ, ଗୌରବ ଓ ବୈଭବର ଗାଥାକୁ ବଖାଣିବା ତଥା ସ୍ବତନ୍ତ୍ର ପ୍ରଦେଶ ଗଠନ ପଛରେ ଥିବା ମହାମନିଷୀ ମାନଙ୍କର ଅବଦାନ ଓ ବଳିଦାନକୁ ସ୍ମରଣ କରାଯିବା ଉଦ୍ଦେଶ୍ୟରେ ଏହି ଦିନକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଇଆସୁଛି।

ସମାଜର ସଭାପତି ଜେ.କେ. ନାୟକଙ୍କ ଦ୍ଵାରା ଉଦଘାଟିତ ହୋଇଥିବା “ଓଡ଼ିଆ ଖାଦ୍ୟ ଉତ୍ସବ ” ଚଳିତ ବର୍ଷ ଏହି ପର୍ବର ସ୍ବତନ୍ତ୍ର ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା। ଏଠାରେ ମହଜୁଦ ଥିବା ସ୍ଵାଦିଷ୍ଟ ଦହିବରା, ଆଳୁଦମ, ଛେନାପୋଡ଼, ମଣ୍ଡା ଓ କାକରା ଆଦି ଖାଦ୍ୟଦ୍ରବ୍ୟ ପ୍ରଦର୍ଶନ ସ୍ଥଳରେ ଦର୍ଶକ ମାନଙ୍କର ଭାରି ଭିଡ଼ ଜମିଥିବାର ଦୃଶ୍ୟ ଅତ୍ୟନ୍ତ ମଜ୍ଜାଦାର ଥିଲା।

ସୁପ୍ରସିଦ୍ଧ ଓଡିଶୀ ନୃତ୍ୟାଙ୍ଗନା ମମତା ଓଝା ଏବଂ ଆର୍ଟ ରିସର୍ଚ୍ଚ ଇନଷ୍ଟିଚ୍ୟୁଟକୁ ପ୍ରତିନିଧିତ୍ଵ କରୁଥିବା ତାଙ୍କର ସାଥୀ ମାନେ ଶାସ୍ତ୍ରୀୟ ଶୈଳୀରେ “କାଞ୍ଚି ବିଜୟ” ନୃତ୍ୟନାଟିକା ପ୍ରଦର୍ଶନ କରି ଉପସ୍ଥିତ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲେ। ସୀମା ମହାନ୍ତିଙ୍କ ତତ୍ତ୍ଵାବଧାନରେ ଉଦୀୟମାନ କଳାକାର ମାନଙ୍କ ଦ୍ବାରା ପ୍ରସ୍ତୁତ ଲୋକପ୍ରିୟ ସମ୍ବଲପୁରୀ ଓ ରଙ୍ଗବତୀ ଲୋକନୃତ୍ୟ ଖୁବ ଉଚ୍ଚକୋଟୀର ଥିଲା ଏବଂ ଦର୍ଶକ ମାନଙ୍କଦ୍ଵାରା ବ୍ୟାପକ ଭାବେ ଆଦୃତ ହୋଇଥିଲା।

Related Post

ଜାତିସଙ୍ଘ ଦିବସ ପାଳିତ

Posted by - October 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ୱାଳ)ୱାର୍ଲଡ଼ ହୁମାନ ରାଇଟର ପ୍ରୋଟେକ୍ସନ ଦ୍ୱାରା ଜାତିସଙ୍ଘ ଦିବସ ପାଳିତ ହୋଇଛି।ଏହି ସଭାରେ ୱାର୍ଲଡ଼ ହୁମାନ ରାଇଟ ପ୍ରୋଟେକ୍ସନ ଜାତୀୟ ସଭାପତି ଡ଼ ଅଭିର୍ଣ୍ଣ ହୋତା…

ଅହମ୍ମଦାବାଦ ରଥଯାତ୍ରାରେ ଉପ-ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

Posted by - July 12, 2021 0
ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ଓ ଗାନ୍ଧୀନଗର ମଧ୍ୟରେ ଅଡ଼ାଲଜ ଠାରେ ଅବସ୍ଥିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପର୍ବ କୋଭିଡ୍‍ କଟକଣା ମଧ୍ୟରେ ପାଳନ କରାଯାଇଛି ।…

ବିକାନେର ଏକ୍ସପ୍ରେସ ଟ୍ରେନ ଦୁର୍ଘଟଣା: ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି: ଘଟଣାସ୍ଥଳ ଅଭିମୁଖେ ରେଳ ମନ୍ତ୍ରୀ

Posted by - January 14, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ପଶ୍ଚିମବଙ୍ଗ ଦୋମୋହାନି ଠାରେ ଗତକାଲି ଗୌହାଟୀ ବିକାନେର ଏକ୍ସପ୍ରେସ ଟ୍ରେନ ର ପ୍ରାୟ ୧୨ ଟି ବଗି ଲାଇନଚ୍ୟୁତ…

ଆମେରିକାର ରୋଡସ୍ ଆଇଲ୍ୟାଣ୍ଡଠାରେ ରଥଯାତ୍ରା ଆୟୋଜନ

Posted by - July 5, 2022 0
ରୋଡସ୍ ଆଇଲ୍ୟାଣ୍ଡ:(ବ୍ୟୁରୋ) ତା ୦୫.୦୭ ରିଖ ଯୁକ୍ତରାଷ୍ଟ୍ର ଆମେରିକାର ସବୁଠାରୁ କ୍ଷୁଦ୍ର ରାଜ୍ୟ ରୋଡ଼ସ୍ ଆଇଲ୍ୟାଣ୍ଡ ଠାରେ ପଞ୍ଚମ ରଥଯାତ୍ରା ପର୍ବ ମହାସମାରୋହରେ ପାଳନ କରାଯାଇଛି। ଏହି…

ସେନାର ଏନକାଉଣ୍ଟର ରେ ୨ ଆତଙ୍କବାଦୀ ନିହତ : ବ୍ୟାଙ୍କ୍ ମ୍ୟାନେଜର ବିଜୟଙ୍କ ହତ୍ୟାରେ ସାମିଲ ଆତଙ୍କବାଦୀ ମହମ୍ମଦ ଲୋନ ନିହତ

Posted by - June 15, 2022 0
ନୂଆଦିଲ୍ଲୀ/ଭୁବନେଶ୍ଵର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କାଶ୍ମୀର ଘାଟି ସ୍ଥିତ ସୋପିଆନ୍ ରେ ଭାରତିୟ ସେନାର ଏନକାଉଣ୍ଟରରେ ରେ ଲସ୍କର୍ – ଇ- ତୋଏବା…