Breaking News
10:45 pmଭୁବନେଶ୍ୱର: ଜମିଜମା ବିବାଦକୁ ନେଇ ପୁରୁଣା ଭୁବନେଶ୍ୱର ରଥରୋଡରେ ପୁଲିସ ଉପସ୍ଥିତିରେ ବଡ଼ଭାଇକୁ ହାଣିଲା ସାନଭାଇ। ଖଣ୍ଡା ଆକ୍ରମଣରେ ବଡ଼ଭାଇ ଗୁରୁତର। ହସ୍ପିଟାଲରେ ଭର୍ତ୍ତି। 10:44 pmଭୁବନେଶ୍ବର: ବରିଷ୍ଠ ଅଭିନେତା ବିରାଜ ଦାସଙ୍କ ପରଲୋକ। ୬୩ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କଲେ ବିରାଜ ଦାସ। କଟକର ଏକ ଘରୋଇ ହସ୍ପିଟାଲରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। 10:43 pmରକ୍ଷକ ସାଜିଲା ଭକ୍ଷକ ମାମଲା : ଶିଶୁ ‌‌‌ଯୌନ ନିର୍ଯାତନା ମାମଲାରେ କନଷ୍ଟେବଳ ରଜନୀକାନ୍ତ ଗମାଙ୍ଗୋ ଗିରଫ 12:38 amଭିଜିଲାନ୍ସ ଜାଲରେ ନାରାୟଣପାଟଣା ବ୍ଲକରେ କାର୍ଯ୍ୟରତ ସିଆରସିସି ଏସ କିଶାନ କୁମାର। ୨୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ 12:36 amପୁରୀ: ଶ୍ରୀମନ୍ଦିର ସାମ୍ନାରେ ଗୁଳିକାଣ୍ଡ,ଜଣେ ଯୁବକଙ୍କୁ ଟାର୍ଗେଟ କରି ଦୁର୍ବୃତ୍ତଙ୍କ ଗୁଳିମାଡ଼,ଗୁଳମାଡ଼ରେ ଶ୍ରୀଲୋକନାଥ ସେବାୟତ ଗୁରୁତର

ଯାଜପୁର:ବେପରୁଆ ଢଙ୍ଗରେ ବାଇକ ଚଳାଉଥିବା ଚାଳକକୁ ମାଡ ମାରିବା ସହ ବାଇକ୍ ଜାଳିଦେଲେ ଗ୍ରାମବାସୀ

367 0

ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)ରାସ୍ତାରେ ଦ୍ରୁତ ଗତିରେ ବାଇକ ଚଳାଇ 3 ଜଣ ଶ୍ରମିକଙ୍କୁ ଗୁରୁତର ଆହତ କରିଥିବା ଚାଳକ ଜଣଙ୍କୁ ମାଡ ମାରି ଲହୁ ଲୁହାଣ କରିଛନ୍ତି ଉତ୍ୟକ୍ତ ଲୋକେ | ଏପରିକି ଦୁର୍ଘଟଣା ଘଟାଇଥିବା ବାଇକକୁ ନିଆଁ ଲଗାଇ ଜାଳି ଦେଇଛନ୍ତି |

ଏଭଳି ଘଟଣା ଘଟିଛି ଯାଜପୁର ଜିଲା କୋରେଇ ଥାନା କୋ ଗାଁ ଖେଳ ପଡିଆ ସମ୍ମୁଖ ରାସ୍ତାରେ | ବାଇକ ଚାଳକ ଜଣଙ୍କ ସ୍ଥାନୀୟ ପୂର୍ବକୋଟ ତେଲେଙ୍ଗା ବସ୍ତିର ଆଲୁ ଶିବରାମ ହୋଇଥିବା ବେଳେ ଆହତ 3 ଜଣ ଶ୍ରମିକ ହେଉଛନ୍ତି ଜଳନ୍ଦା ଗ୍ରାମର ବୁଦ୍ଧିରାମ ଜେନା, ଦୁଃଶାସନ ସେଠି ଓ ଗୌରାଙ୍ଗ ସାହୁ | ଶିବରାମଙ୍କ ସହିତ ବାଇକରେ ବସିଥିବା ଅନ୍ୟ ଜଣେ ସହଯୋଗୀ ଉତ୍ୟକ୍ତ ଲୋକଙ୍କ ମାଡ ଭୟରେ ଖସି ପଳାଇବାକୁ ସମର୍ଥନ ହୋଇଥିବାବେଳେ ଘଟଣା ସ୍ଥଳରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଉତେଜନା ଲାଗି ରହିଥିବା ଦେଖିବାକୁ ମିଳିଛି | ସମସ୍ତ ଆହତ ମାନଙ୍କୁ ଯାଜପୁର ରୋଡ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ସ୍ଥାନୀୟ କିଛି ସ୍ଵେଚ୍ଛାସେବୀ ଭର୍ତି କରିଥିବା ବେଳେ ବାଇକ ଚାଳକ ଜଣଙ୍କ ମଧ୍ଯ ମେଡିକାଲ ରେ ଭର୍ତି ହୋଇଥିବା ପୁଲିସ ସୁଚନା ଦେଇଛି. | କୋରେଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି |

Related Post

ଫିକା ପଡିଲା କୁମାର ପୁର୍ଣିମା ପର୍ବ

Posted by - October 31, 2020 0
ଭୁବନେଶ୍ବର: ପବିତ୍ର କୁମାର ପୂର୍ଣ୍ଣିମା। ଓଡ଼ିଶାର କୁମାରୀ ଝିଅ ମାନଙ୍କର ମୌଜ ମଜଲିସର ପର୍ବ। ଆଜିର ଦିନରେ ସାକଳୁ ଗାଧୋଇ ନବ ବସ୍ତ୍ର ପରିଧାନ କରି ପୂର୍ଣ୍ଣ…

ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ OCA ବିରୋଧରେ CBI ର ଚାର୍ଜସିଟ୍ ଦାଖଲ୍‌

Posted by - August 30, 2019 0
ଓଡ଼ିଶାରେ ହୋଇଥିବା ବହୁ କୋଟି ଟଙ୍କାର ଚିଟ୍‌ଫଣ୍ଡ ଠକେଇର ତଦନ୍ତ କରୁଥିବା ବେଳେ ସଂପୃକ୍ତ କମ୍ପାନୀ ଓସିଏ ଦ୍ୱାରା ଆୟୋଜିତ ଓଡ଼ିଶା ପ୍ରିମିୟର ଲିଗ୍ ପାଇଁ ଓସିଏକୁ…

Leave a comment

Your email address will not be published.