ବୌଦ୍ଧ:(ଚିତ୍ତରଞ୍ଜନ ସିଂହ) ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ନାରାୟଣପ୍ରସାଦ ସେବା ସମବାୟ ସମିତିରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ପ୍ୟାକ୍ସ ସଭାପତି ବିନୋଦ କୁମାର ସାହୁଙ୍କ ସଭାପତିତ୍ଵରେ ଅନୁଷ୍ଠିତ କର୍ମଶାଳାରେ କଣ୍ଟାମାଳ ବିଧାୟକ ମହୀଧର ରଣା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦେଶର ପ୍ରଗତି ପାଇଁ ଚାଷୀର ଉନ୍ନତି ଆବଶ୍ୟକ ତେଣୁ ସରକାର ଯୋଗାଇ ଦେଉଥିବା ସୁବିଧାର ଲାଭ ନେଇ ସ୍ୱାବଲମ୍ବୀ ହେବାକୁ ପରାମର୍ଶ ଦେଇଥିଲେ l
ସମ୍ମାନିତ ଅତିଥି ଭାବେ ବୌଦ୍ଧ ସମବାୟ ସମିତି ସମୂହ ସହକାରୀ ନିବନ୍ଧକ ମଙ୍ଗଳ ସୋରେନ, ବୌଦ୍ଧ ସମବାୟ ନିରୀକ୍ଷକ ଗୁରୁଚରଣ ଦାଶ, ବୌଦ୍ଧ ସମବାୟ କେନ୍ଦ୍ର ବ୍ୟାଙ୍କ କଣ୍ଟାମାଳ ଶାଖାର ପରିଚାଳକ ସୁବ୍ରତ କୁମାର ବସ୍ତିଆ, ବରିଷ୍ଠ ସାମ୍ବାଦିକ ଦିବ୍ୟଶଙ୍କର ରାଉତ, ବ୍ଲକ ଉପାଧ୍ୟକ୍ଷ ମହେନ୍ଦ୍ର ରଣା, ଜିଲ୍ଲାପରିଷଦ ସଦସ୍ୟା ସୁମିତ୍ରା ସାହୁ, ବ୍ଲକ ଅଧ୍ୟକ୍ଷା ପ୍ରତିନିଧି ଯାନୀ ସେନାପତି, ନାରାୟଣପ୍ରସାଦ ସରପଞ୍ଚ ତାରାକାନ୍ତି ମାଝୀ, ସମିତି ସଭ୍ୟା ଜନକ ବାଘ, ଚାଷୀ ନେତା ଘନଶ୍ୟାମ ବୁଡ଼ାଏକ, ଶିକ୍ଷାବିତ ନୀଳାଞ୍ଚଳ ଭୋଇ ପ୍ରମୁଖ ଯୋଗ ଦେଇ ସମବାୟ ଚାଷୀଙ୍କ ସେବା ଓ ଉନ୍ନତି ଦିଗରେ କାର୍ଯ୍ୟ କରେ l
ଏଠାରେ ସମସ୍ତ ପ୍ରକାର ବ୍ୟାଙ୍କିଙ୍ଗ ସୁବିଧା ପାଇପାରିବେ ଏବଂ ଓଡ଼ିଶା ସରକାର ଘୋଷିତ ପ୍ରତ୍ୟେକ ଚାଷୀଙ୍କ ପାଇଁ ଠିକ ସମୟ ମଧ୍ୟରେ ଋଣ ପରିଶୋଧ କରିପାରିଲେ ଲକ୍ଷେ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଦେବାକୁ ପଡ଼ିବ ନାହିଁ ବୋଲି କହିଥିଲେ । ଏହି ଉପଲକ୍ଷେ ସଫଳ ଚାଷୀ ପଦ୍ମାବତୀ ସାହୁଙ୍କୁ ସମ୍ମାନିତ କରାଯାଇଥିଲା ଏବଂ ୨୦ଜଣ ଚାଷୀ ଏବଂ ୪ଟି ମହିଳା ଗ୍ରୁପର ସଦସ୍ୟା ମାନକୁ ଋଣ ପ୍ରଦାନ କରାଯାଇଥିଲା l ପ୍ୟାକ୍ସ ସମ୍ପାଦକ ଧର୍ମେନ୍ଦ୍ର ଗାଇଗରିଆ ମଞ୍ଚ ପରିଚାଳନା କରିଥିଲେ l ପ୍ରଶାନ୍ତ ରଣା ଧନ୍ୟବାଦ ଦେଇଥିଲେ l ସମବାୟ ସମିତିର ସମସ୍ତ କର୍ମଚାରୀ ଶିବିର ପରିଚାଳନାରେ ସହଯୋଗ କରିଥିଲେ l