Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ଅବୈଧ ବାଲି ଚାଲାଣ ରୋକିବା ପାଇଁ ଟିଟଲାଗଡ ଉପଜିଲ୍ଲପାଳଙ୍କୁ କେସିଙ୍ଗା ଟ୍ରକ୍ ମାଲିକ ଓ ଟ୍ରାକ୍ଟର ମାଲିକଙ୍କ ଦାବି ପତ୍ର

103 0

କେସିଙ୍ଗା :(ପ୍ରିତେଶ୍ ପଟେଲ) କେସିଙ୍ଗା ଦେଇ ଯାଇଥିବା ତେଲ ନଦୀ ଯାହାର ଗୋଟିଏ ପାର୍ଶ୍ୱରେ କଳାହାଣ୍ଡି ଓ ଗୋଟିଏ ପାର୍ଶ୍ୱରେ ବଲାଙ୍ଗୀର ଜିଲ୍ଲା ଅଭିଯୋଗ ଅନୁସାରେ ବଲାଙ୍ଗୀର ଜିଲ୍ଲା ପଟ ମହାଦା ବାଲି ଘାଟ ରୁ ପ୍ରତି ଦିନ ପ୍ରକ୍ଲିନ ମେସିନ ଲଗାଇ ୨୫ ରୁ୩୦ ଟି ହାଇଵା ଗାଡ଼ିରେ ଅଞ୍ଚଳ ର ବିଭିନ୍ନ ଜାଗାକୁ ଚାଲାଣ ହେଉଛି ଓ ଗୋଟିଏ ହାଇ ୱା ରେ ୧୬ ସିଏମ୍ ବାଲି ଅନୁସାରେ ଦିନକୁ ୪୦୦ ରୁ ୫୦୦ ସିଏମ ବାଲି ଉଠୁଛି।ଏ ହୀ ବାବଦରେ କେସିଙ୍ଗା ତତ୍କାଳୀନ ତହସିଲଦାର ଙ୍କୁ ନିକଟସ୍ଥ ଗ୍ରାମ ବାସୀ ଓ କେସିଙ୍ଗା ସଚେତନ ନାଗରିକ ମଞ୍ଚ ଅଭିଯୋଗ କରିଥିଲେ । ଏ ଠାରେ କହିରଖୁଛୁ ଯେ ବିଗତ ୧୦ ଦିନ ତଳେ ବିଭିନ୍ନ ଗଣମାଧ୍ୟମରେ ଏ ହି ବାଲି ଘାଟ ଉପରେ ବିସ୍ତୃତ ଭାବରେ ଖବର ପ୍ରକାଶ କରି ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ।

ଅଭିଯୋଗ ଅନୁସାରେ ଏ ହିଁ ବାଲି ଘାଟ ବାବଦରେ କୌଣସି ବ୍ୟକ୍ତି କିମ୍ବା ପକ୍ଷ ଅଭିଯୋଗ କଲେ ବାଲି ଲିଜ ଧାରି ନିଜକୁ ଶାସକ ଦଳ ର ଲୋକ କହି ତମ ମାନକୁ ଜେଲ୍ ରେ ପୁରାଇ ଦେବି ବୋଲି କହି କେସିଙ୍ଗା ର କିଛି ଯୁବକ ଙ୍କ ନାମରେ କେସିଙ୍ଗା ଓ ଟିଟଲାଗଡ ଥାନାରେ ଆକ୍ରୋଶ ମୂଳକ ଭାବରେ କେସ କରିଥିବା ଦାବି ପତ୍ର ରେ କୁହାଯାଇଛି।କେସିଙ୍ଗା ଟ୍ରାକ୍ଟର ମାଲିକ ଓ ଟ୍ରକ୍ ମାଲିକ ମାନଙ୍କ କହିବା ଅନୁଯାୟୀ ଲିଜ ଧରି ଙ୍କୁ ଯେଉଁ ପ୍ଲଟ ରୁ ବାଲି ଉଠାଇବା ପାଇଁ ଲିଜ ଦିଆ ଯାଇଛି ସେହି ପ୍ଲଟ ରୁ ବାଲି ନ ଉଠାଇ ଅଲଗା ପ୍ଲଟ ରୁ ବାଲି କାହିଁକି ଉଠାଉଛନ୍ତି। ସେଥି ପାଇଁ ସେ ଅଲଗା ପ୍ଲଟ ରୁ ଯେଉଁ ବାଲି ଉଠାଉ ଛନ୍ତି ତାହାର ହିସାବ କରି ଲିଜ ଧାରୀ ଙ୍କୁ ଫାଇ ନ କରି ତାଙ୍କ ବିରୁଦ୍ଧ ରେ ଆଇନ ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ୫ ଦିନ ଭିତରେ ଏକ ବିରାଟ ଜନ ଆନ୍ଦୋଳନ କରାଯିବ ବୋଲି କେସିଙ୍ଗା ଯୁବ ସଂଗଠକ ସୁରେଶ ରାଓ ଉପଜିଲ୍ଲାପାଳ ଙ୍କୁ ଚେତାବନୀ ଦେଇଛନ୍ତି। ଏ ଠୀରେ ଅନ୍ୟ ମାନଙ୍କ ମଧ୍ୟରେ ଉପସ୍ଥିତ ଥିଲେ ନଳୀନ ପଟ୍ଟନାୟକ,ବଳରାମ ପଟ୍ଟନାୟକ,ଚକ୍ର ସାହୁ,ବିବେକ ରଞ୍ଜନ ଦାସ, ଗୌର ଚନ୍ଦ୍ର ସାହୁ ପମୁଖ।

 

Related Post

ସରିଲା ବାତ୍ୟା ୟାସର ଲ୍ୟାଣ୍ଡଫଲ ପ୍ରକ୍ରିୟା,ଆକଳନ ରୁ କମ ଥିଲା ପ୍ରଭାବ

Posted by - May 26, 2021 0
ଭୁବନେଶ୍ୱର: ଅତି ଭୀଷଣ ବାତ୍ୟା ୟସ୍‍ର ସ୍ଥଳଭାଗ ଅତିକ୍ରମ କରିବା ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବୁଧବାର ସକାଳ ୯ଟା ପରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲା।…

ଉତକେଲା ରୁ ବିମାନ ଉଡାଣ ଲାଇସେନ୍ସ ପାଇଁ ୨ ଜାଣିଆ ଡିଜିସିଏ କତ୍ତୃପକ୍ଷ ଙ୍କ ସମୀକ୍ଷା।ବିମାନ ଚାଳିବା ଆଶା ଦିଶିଲା

Posted by - March 17, 2023 0
ଉକେସିଙ୍ଗା :(ରୁ ପ୍ରିଟେସ ପଟେଲ) ଉତକେଲା ରୁ ବିମାନ ଉଡିବା  ଟୁ ବି ଲାଇସେନ୍ସ ଦେବା ପାଇଁ ଶୁକ୍ରବାର ଦିନ ଡି ଜି ସି ଏ ର…

ମାଁ ସମଲେଶ୍ବରୀଙ୍କ ମନ୍ଦିର ରେ ଷୋଡଶ ପୁଜା ଆରମ୍ଭ

Posted by - September 30, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ସମ୍ବଲପୁର ର ଅଧିଷ୍ଠାତ୍ରୀ ଦେଵୀ ମାଁ ସମଲେଶ୍ବରୀଙ୍କ ମନ୍ଦିର ଠାରେ ମାଁଙ୍କ ଷୋଡ଼ଶପୂଜା ଆରମ୍ଭ ହୋଇଛି । ଏଥିସହ ମାଁ ସମଲେଶ୍ବରୀଙ୍କ ପୀଠରେ ଶାରଦୀୟ ଦଶହରା…

ସ୍କୁଲ୍ ପରିସର ଭିତରେ ୪ ଶୁଖିଲା ବଡ ଶିମିଳିଗଛ, ମାଡିବସିବା ଆଶଙ୍କା

Posted by - June 22, 2021 0
ହରଭଙ୍ଗା:(ଚିତ୍ତ ରଞ୍ଜନ ସିଁ )ସରକାର କହୁଛନ୍ତି ଆଜିର ଛାତ୍ର କାଲି ଦେଶ ର ସୁନାଗରିକ, କିନ୍ତୁ, ଛାତ୍ର ବଞ୍ଚିଲେ ତ ? ଘଟଣାଟି ହରଭଙ୍ଗା ବ୍ଲକ ଅଫିସ…