Breaking News
8:52 amବାହାନଗା ଉଚ୍ଚ ବିଦ୍ୟାଳୟର ଭଙ୍ଗା କାମ ଆରମ୍ଭ, କରମଣ୍ଡଳ ଦୁର୍ଘଟଣାରେ ଅସ୍ଥାୟୀ ଶବାଗାର ପାଲଟିଥିବା ବାହାନଗା ହାଇସ୍କୁଲକୁ ନେଇ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ ଓ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ପ୍ରବଳ ଭୟ ପାଲଟି ଥିଲା,ଶ୍ରେଣୀ ଗୃହଗୁଡ଼ିକୁ ସମ୍ପୂର୍ଣ୍ଣ ଭାଙ୍ଗି ସେଠାରେ ନୂତନ କୋଠା ତିଆରି କରାଯିବ :- ବାଲେଶ୍ବର ଜିଲ୍ଲାପାଳ 8:09 amମାତ୍ର ଅଧଘଣ୍ଟାଏ କାଳବୈଶାଖୀରେ ରାଜଧାନୀରେ ବିଷମ ସ୍ଥିତି ସୃଷ୍ଟି,କିଛି ଅଞ୍ଚଳରେ ୩ ଘଣ୍ଟା ପରେ ବି ବିଦ୍ୟୁତ୍‌ ସରବରାହ ସ୍ବାଭାବିକ ହୋଇଥିବା ବେଳେ ଅଧିକାଂଶ ଅଞ୍ଚଳ ଏବେ ବି ଅନ୍ଧାରରେ 8:05 amନୂଆପଡ଼ା ଜିଲ୍ଲା ଖରିଆର୍‌ ରୋଡ୍‌ ରେଲୱେ ଷ୍ଟେସନରେ ଦୁର୍ଗ-ପୁରୀ ଇଣ୍ଟର୍‌ସିଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ନିଆଁ,ଅଗ୍ନିଶମ ବିଭାଗ କର୍ମଚାରୀ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କଲେ ଆୟତ୍ତ , 11:45 pmଆଶାଢ଼ରେ ୪୦ ଡିଗ୍ରି ଉପରେ ୨୬ ସହର: ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ରେକର୍ଡ 11:44 pmପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ‘ଗୁପ୍ତେଶ୍ୱର’ ନିକଟ ସାବେରୀ ନଦୀରେ ଗାଧୋଉଥିଲେ, ବୁଡ଼ିଗଲେ ମହିଳା

ପାଣି ପାଇଁ ଡହକ ବିକଳ ସିକେରପଡା ଛେନା ଗାଁ ବିରୋଧରେ ଖଜୁରିପଡା ତୁର୍କେଲ ରାସ୍ତା ଅବରୋଧ

62 0

କେସିଙ୍ଗା : (ପ୍ରିତେଶ ପଟେଲ୍) କଳାହାଣ୍ଡି ଜିଲ୍ଲା କେସିଙ୍ଗା ବ୍ଲକ କୁଣ୍ଡାବନ୍ଧ ଗ୍ରାମ ପଞ୍ଚାୟତ ର ସିକେରପଡା ଓ ଛେନା ଗାଁ ର ଲୋକେ ୧୦ ଦିନରୁ ପାଣି ପାଇଁ ହନ୍ତସନ୍ତ  ହୋଇଆସୁଛନ୍ତି । ସ୍ଥାନୀୟ ସରପଞ୍ଚ ପିଇଓ ଓ ବ୍ଲକ ପ୍ରଶାସନ ଓ ବିଭାଗୀୟ ଅଧିକାରୀ ଙ୍କୁ ଅଭିଯୋଗ ପରେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ଆଜି ସକାଳ ୭ଟା ରୁ ଖଜୁରିପଡା ତୁର୍କେଲ ପିଡବ୍ଲୁଡି ରାସ୍ତାକୁ ଅବରୋଧ କରିଛନ୍ତି ଫଳରେ ରାସ୍ତାର ଉଭୟ ପାର୍ଶ୍ଵ ରେ ବହୁ ଯାନବାହନ ଅଟକିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ କୁଣ୍ଡାବନ୍ଧ ପଞ୍ଚାୟତ ସିକେରପଡା ଓ ଛେନା ଗାଁ ଦୁଇଟି ୱାର୍ଡ ରୁ ପାଖାପାଖି ୧୫ଶହ ଲୋକ ବସବାସ କରନ୍ତି ଓ ଯେହେତୁ ଉକ୍ତ ଦୁଇଟି ୱାର୍ଡ ପାହାଡିଆ ଅଞ୍ଚଳ ହୋଇଥିବାରୁ ଗାଁ ର ଅନେକ ବୋରିଙ୍ଗ ଖରାଦିନେ ଅଚଳ ହୋଇଥାଏ ଲୋକେ ପାଇପ ଲାଇନ ଉପରେ ନିର୍ଭର କରିଥାନ୍ତି।

ଗାଁ ଲୋକଙ୍କ ଅଭିଯୋଗ ଅନୁଯାୟୀ ୧୦ଦିନ ହେଲାଣି ପାଇପ ଯୋଗେ ପାଣି ଯୋଗାଣ ବନ୍ଦ ଅଛି ଫଳରେ ଲୋକେ ପାଣି ମୁନ୍ଦିଏ ପାଇଁ ଡହକ ବିକଳ ହୋଇ ସ୍କୁଲ ବୋରିଙ୍ଗ ଉପରେ ନିର୍ଭର କରୁଥିଲେ ଦୁର୍ଭାଗ୍ୟ ବଶତଃ ସେହି ବୋରିଙ୍ଗ ମଧ୍ୟ ଆଜି ଖରାପ ହୋଇଛି  ଏନେଇ ଆମେ ବାରମ୍ବାର ସ୍ଥାନୀୟ ସରପଞ୍ଚ ,ପିଇଓ ଓ ବ୍ଲକ ପ୍ରଶାସନ କୁ ଅଭିଯୋଗ କରିଆସୁଛୁ ହେଲେ କୌଣସି ବ୍ୟବସ୍ଥା କରାଯାଇ ନାହିଁ ସେଥିପାଇଁ ଆମେ ବାଧ୍ୟହୋଇ ରାସ୍ତା ଅବରୋଧ କରିଛୁ ବୋଲି ଗ୍ରାମ ବାସୀ ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ଏନେଇ ଆର ଡବ୍ଲୁଏସ କନିଷ୍ଠ ଯନ୍ତ୍ରୀ ଙ୍କୁ ପଚାରିବାରୁ ୪ଦିନ ହେଲା ମୋଟର ପୋଡିଯାଇଛି ଓ ସେଠାରେ ବାରମ୍ବାର କେବୁଲ ଚୋରି ହେଉଛି ସେଥିପାଇଁ ପାଣି ଯୋଗାଣ ବନ୍ଦ ଅଛି ଆମେ ଅତିଶୀଘ୍ର ସେଠାରେ ଅଲଗା ମୋଟର ବ୍ୟବସ୍ଥା କରିବୁ ବୋଲି ସେ ପ୍ରକାଶ କରିଛନ୍ତି। ହେଲେ ମୁଁ ଅପର ପକ୍ଷେ କେସିଙ୍ଗା ବିଡ଼ିଓ ପ୍ରଫୁଲ୍ଲ କୁମାର ଅଦୁ ମୁ କିଛି ଜାଣିନାହିଁ ମୋତେ କେହି ଅଭିଯୋଗ କରିନାହାନ୍ତି ବୋଲି କହିଛନ୍ତି। ତେବେ ଏଠାରେ ପ୍ରଶ୍ନ ଉଠୁଛି ଭୁଲ କାହାର ? ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଙ୍କ ନା ବ୍ଲକ ପ୍ରଶାସନ ର ପାଣି ବୁନ୍ଦାଏ ପାଇଁ ଲୋକେ ହନ୍ତସନ୍ତ ହୋଇ ରାଜରାସ୍ତାକୁ ଓହ୍ଲାଇବାକୁ ପଡୁଛି ।

 

Related Post

କାହିଁକି ହେଲା ଶନିବାର ରବିବାର ସଟ ଡ଼ାଉନ,କାରଣ ଜାଣିଲେ ଆପଣ ଭି ଆଶ୍ଚର୍ଯ୍ୟ ହେବେ !!!

Posted by - June 2, 2020 0
ଭୁବନେଶ୍ଵର :୨-୦୬ ଦେଶରେ ବଢ଼ୁଛି କରୋନା ସଂକ୍ରମଣ । ଲକ୍ଡ଼ାଉନର ଶେଷ ପର୍ଯ୍ୟାୟ ଅର୍ଥାତ୍ ୪ର୍ଥ ପର୍ଯ୍ୟାୟରେ ଦେଶରେ ୮୦ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି…

ଚାଷୀଙ୍କ ମୁଣ୍ଡରେ ଚଡକ,ଟ୍ରାନ୍ସଫରମର ପୋଡିଯିବାରୁ ୬୦ ଏକର ଧାନ ଚାଷ ଉଜୁଡିବାକୁ ବସିଲାଣି

Posted by - October 22, 2022 0
ହରଭଙ୍ଗା :୨୧/୧୦(ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ରାମଗଡ ପଂଚାୟତ କୋଇଲିସୂତା ଗ୍ରାମରେ 60ଏକର ଧାନ ଚାଷ ଏବେ ଉଜୁଡିବାକୁ ବସିଲାଣି!ସୂଚନା ମତେ ଚଳିତ ବର୍ଷ ଏହି ଖରିବ…

‘ମୁଁ ଲଢ଼ିବି: ପ୍ରଦୀପ ମହାରଥୀ

Posted by - March 15, 2019 674
ବିବାଦ ଘେରରେ ଥିବା ପିପିଲି ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀ ଗତ ଜାନୁୟାରୀ ୬ ତାରିଖରେ କୃଷି ଓ ପଞ୍ଚାୟତରାଜ ମନ୍ତ୍ରୀ ପଦରୁ ଇସ୍ତଫା…

ଏନ ଏଚ ବିଭାଗ ଓ ଜିଲ୍ଲା ପ୍ରଶାସନ ର ସମନ୍ୟୁୟ ନାହିଁ,ରେତ ବ୍ରିଜ ମରାମତି ଓ ରାସ୍ତା ବନ୍ଦ ନୋହିଲା

Posted by - May 23, 2023 0
କେସିଙ୍ଗା:୨୨/୫( ପ୍ରିତେଶ ପଟେଲ୍)ଯୋଲୋକ ରେତ ନଦୀ ବ୍ରିଜ ର ମରାମତି କାର୍ଯ୍ୟ ପାଇଁ ଏନ ଏଚ ୨୬ ଏହି ପାଖରେ ବନ୍ଦ ରହିବ ଏବଂ ଏପଟେ ଯାଉଥିବା…

ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା,ସାଇକେଲ୍‌ରେ ବୁଲି ଲୋକଙ୍କୁ ସଚେତନ କଲେ

Posted by - March 29, 2020 0
ଗଞ୍ଜାମ: କରୋନା ମୁକାବିଲା ପାଇଁ ଲକ୍‌ଡାଉନ୍ ପିରିୟଡ଼ ଚାଲିଥିବା ବେଳେ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ସଚେତନତା ସାଇକେଲ୍‌ରେ ବୁଲି ବୁଲି ଲୋକଙ୍କୁ ଘରୁ ବାହାରକୁ ନବାହାରିବାକୁ ନିବେଦନ…