ଧର୍ମଗଡ଼:(ହେମନ୍ତ କୁମାର ମାଝୀ)କଳାହାଣ୍ଡି ଜିଲ୍ଲା ରେ କାମ ନ ପାଇବାରୁ ବାହାର ରାଜ୍ୟ ଉପରେ ନିର୍ଭର କରି ଦାଦନ ଘଟିଯାଇ ମୃତ୍ୟୁ ହୋଇ ବୋଳୁଥିବା ଏକ ପ୍ରକାର ନିତିଦିନିଆ ଘଟଣା ହେବାରେ ଥିବା ବେଳେ ଏବେ କିନ୍ତୁ ଏକ ଦାଦନ ଶ୍ରମିକ ନିଖୋଜ ଘଟଣା ପରିବାର ପକ୍ଷରୁ ଅଭିଯୋଗ ହେଉଛି ।
ଧର୍ମଗଡ଼ ବ୍ଳକ ଅନ୍ତର୍ଗତ ଟିପିଗୁଡା ପଞ୍ଚାୟତ ଗତାଗୁଡା ଗ୍ରାମ ର ଧନରାଜ ନାଏକ (୪୦) ନିଖୋଜ ଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି। ତାଙ୍କ ପରିବାର କହିଲେ ତାଙ୍କ ସ୍ତ୍ରୀ ସସ୍ମିତା ନାଏକ ତାଙ୍କ ପୁଅ ଦୁଷ୍ମନ୍ତ ନାଏକ (୬) ପରିବାର କହିବା ଅନୁସାରେ ଧନରାଜ କିଛି ମାସ ପରେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣା କୁ ଯାଇ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ ସେଠାରେ ରହି ପରିବାର ସହିତ ଫୋନ ଯୋଗେ କଥାବାର୍ତ୍ତା ହେବା ସହ କିଛି ଟଙ୍କା ପଇସା ପଢ଼ାଉଥିଲେ ।
ତାପରେ ଆଜକୁ ୬ମାସ ବିତି ଯାଇଛି । ହେଲେ ଧନ ରାଜ ପରିବାର ସହିତ କଥା ବାର୍ତ୍ତା ହେଉନଥିବାରୁ ସେ ନିଖୋଜ ଥିବା ପରିବାର ପକ୍ଷରୁ ଅଭିଯୋଗ ହେଉଛି ଏଣୁ ପରିବାର ପକ୍ଷରୁ ଜନପ୍ରତିନିଧି ସାହଯ୍ୟ ଲୋଡୁଛନ୍ତି। ଅନ୍ୟ ପଟେ ଏକ ଫୋନ ନମ୍ବର ୮୬୫୮୪୬୭୫୪୯ ସହ ଫଟୋ ଜାରି କରିଛନ୍ତି। ତେବେ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଙ୍କ ପକ୍ଷରୁ ଦାବି ହେଉଛି।