ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଲେ

22 0

ଭୁବନେଶ୍ଵର : (ବ୍ୟୁରୋ) ରାଜ୍ୟବ୍ୟାପି ଆରମ୍ଭ ‌ହୋଇଥିବା ଡ୍ରାଇଭର ଏକତା ମହାମଞ୍ଚର ଆନ୍ଦୋଳନ ଶୁକ୍ରବାର ସ୍ଥଗିତ ରଖାଯାଇଛି। ପ୍ରଶାସନ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିଲା ପରେ ଡ୍ରାଇଭରମାନେ ଆନ୍ଦୋଳନରୁ ଓହରିଛନ୍ତି। ଡ୍ରାଇଭର ମହାସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମେଣ୍ଡୁଲି ଭିଡିଓ ଜାରି କରି ଏହି ସୂଚନା ଦେଇଛନ୍ତି। ଆନ୍ଦୋଳନରୁ ଓହରିବା ପାଇଁ ସେ ଡ୍ରାଇଭରମାନଙ୍କୁ ଅନୁରୋଧ କରିଥିଲା ବେଳେ ତିନିମାସ ମଧ୍ୟରେ ଦାବି ପୂରା ନହେଲେ ଆଗାମୀ ଦିନରେ ଓଡ଼ିଶା ବଡ଼ଧରଣର ଆନ୍ଦୋଳନ ଦେଖିବ ‌ବୋଲି ଚେତାବନୀ ଦେଇଛନ୍ତି। ଏଥି ସହିତ ନବୀନ ନିବାସ ଆଗରେ ଡ୍ରାଇଭରମାନେ ଆତ୍ମହୁତି ଦେବେ ବୋଲି ଧମକ ଦେଇଛନ୍ତି।

ଏଥି ସହିତ ଡ୍ରାଇଭର ମହାସଂଘର ସଭାପତି ଶ୍ରୀ ମେଣ୍ଡୁଲି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଛନ୍ତି। ସହଯୋଗ କରିଥିବାରୁ ସେ ରାଜ୍ୟବାସୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି। ସରକାର ଏବଂ ମୁଖ୍ୟ ଶାସନ ସଚିବଙ୍କ ଅପିଲକୁ ସମ୍ମାନ ଜଣାଇ ଧାରଣାରୁ ଓହରିଥିବା ସେ କହିଛନ୍ତି ।

Related Post

ଗଣମାଧ୍ୟମ କୁ କ୍ବାରେଣ୍ଟାଇନ୍ ସେଣ୍ଟର ମନା,ପ୍ରବାସୀ ଓଡ଼ିଆଙ୍କ ପାଖକୁ ଯାଅ ନାହି

Posted by - May 2, 2020 0
ଭୁବନେଶ୍ବର :ଗଣମାଧ୍ୟମ ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। କୋଭିଡ୍‌-୧୯ର ସଂକ୍ରମଣକୁ ରାଜ୍ୟରେ ଆୟତ୍ତାଧୀନ କରି ରଖିବାରେ ରାଜ୍ୟ ସରକାର ଏଯାବତ୍‌ ସଫଳ ହୋଇଛନ୍ତି। ତେବେ,…

କେତେ ନୃଶଂସ ହେଇ ପାରେ ମଣିଷ ,ଜଙ୍ଗଲରେ ଜୀବନ୍ତ ନବଜାତ଼ ଶିଶୁକୁ ଛାଡି ଚାଲିଗଲେ

Posted by - June 6, 2020 88
କେନ୍ଦୁଝର: (ସୀତାରାମ ଦୀକ୍ଷିତ) ଗୁରୁବାର ଟାଉନ ଥାନା ଅଞ୍ଚଳରେ ଏକ ଜୀବନ୍ତ ନବଜାତ଼ ଶିଶୁପୁତ୍ର  ସ୍ଥାନୀୟ ଲୋକ ମାନଙ୍କ ଦ୍ଵାରା ଉଦ୍ଧାର । ଶନିବାର କେନ୍ଦୁଝର ସଦର…

ମରଣ ଜନ୍ତା ପାଲଟିଛି ତ୍ରିଶୂଳିଆ ଭୁବନେଶ୍ବର ମୁଖ୍ୟ ରାସ୍ତା

Posted by - June 4, 2021 0
ଭୁବନେଶ୍ବର/ବାରଙ୍ଗ :(ସନ୍ତୋଷ ରାଉତ)ତ୍ରିଶୁଳିଆ ବାଙ୍କୀ ବାରଙ୍ଗ ମୁଖ୍ୟ ରାସ୍ତା ଏବେ ସାଧାରଣ ଲୋକଙ୍କ ପାଇଁ ମରଣ ଯନ୍ତା ପାଲଟିଛି । ଏହି ରାସ୍ତା ଦେଇ ଶହ ଶହ…

ସମାପ୍ତ ହେଲା ପୌର ନିର୍ବାଚନ,ନିଜ ୱାର୍ଡ ରେ ଭୋଟ ଦେଲେ ପ୍ରଣବ ପ୍ରକାଶ ଦାସ

Posted by - March 24, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଭୋଟ ଦେଲେ ଯାଜପୁର ବିଧାୟକ ତଥା ବିଜୁ ଜନତା ଦଳ ର ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ। ଯାଜପୁର ପୌରାଚଂଳର…

ମହାରାଷ୍ଟ୍ର ବ୍ୟବସାୟୀ ଚାଷୀ ଙ୍କ କପା କୁ ଡାଏରୀରେ ରୀମୋଟ ଖଞ୍ଜି ଇଲେକ୍ଟ୍ରୋନିକ୍ସ ଓଜନ ମେସିନରେ ଠକାମୀ

Posted by - January 17, 2023 0
ଖପ୍ରାଖୋଲ ୧୭/୦୧ ( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଓଡିଆପାଲି ପଞ୍ଚାୟତ କପସିପାଲି ଗାଁ ରେ ଇଲେକ୍ଟ୍ରୋନିକ୍ସ ମେସିନ ରେ ରିମୋଟ୍ କଣ୍ଟ୍ରୋଲ…