ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଓଡ଼ିଶା ଡ୍ରାଇଭର ମହାସଂଘ ର ଡାକରା କ୍ରମେ ଆଜି ସୋନପୁର ଡ୍ରାଇଭର ମହାସଂଘ ପକ୍ଷରୁ 10 ଦଫା ଦାବି ପୂରଣ ନେଇ ଦ୍ଵିତୀୟ ଦିନରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନ ଜାରି ରହିଛି l ସୁବର୍ଣ୍ଣପୁର ଜିଲ୍ଲା ସଦର ମହାକୁମା ନିକଟ ଅର୍ଜୁନ ପୁର ଛକ ସହିତ ସମସ୍ତ ବ୍ଲକ ରେ ଶତାଧିକ ଡ୍ରାଇଭର ଗତ କାଲି ସକାଳ ୬ ଘଟିକା ରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଷ୍ଟିୟରିଂ ଛାଡ ଆନ୍ଦୋଳନ ଆରମ୍ଭ କରିଛନ୍ତି l
ସୁବର୍ଣ୍ଣପୁର – ବଲାଙ୍ଗିର 57 ନମ୍ବର ରାଜପଥ ଅର୍ଜୁନପୁର ନିକଟରେ ଜିଲ୍ଲା ସଂଘ ର ସହ ସହ ଡ୍ରାଇଭର ମାନେ ଧାରଣା ଦେଇଛନ୍ତି l ଛୋଟ ମୋଟ ଗାଡ଼ି କୁ ବାଦ ଦେଲେ ମାଲବାହୀ ଟ୍ରକ ଏବଂ ଯାତ୍ରୀ ବାହୀ ଟ୍ରକ ବନ୍ଦ ରହିଛି l ସୁରକ୍ଷା ଦୃଷ୍ଟି ନେଇ ଘଟଣା ସ୍ଥଳରେ ପୋଲିସ ଉପସ୍ଥିତ ରହି ପରିସ୍ଥିତି ଉପରେ ନଜର ରଖିଛନ୍ତି l