ଅଂଶୁଘାତ ମୁକାବିଲା ପ୍ରସ୍ତୁତି ବୈଠକ

60 0

ବୌଦ୍ଧ:୧୫ା୩(ଚିତ୍ତରଞ୍ଜନ ସିଂ)ବୌଦ୍ଧଜିଲ୍ଲା ସ୍ତରୀୟ ଅଂଶୁଘାତ ମୁକାବିଲା ସଂପର୍କିତ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଆଗାମୀ ଗ୍ରୀଷ୍ମଋତୁରେ ପିଇବା ପାଣି ଓ ଅଂଶୁଘାତର ସଫଳ ମୁକାବିଲା ନିମନ୍ତେ ଆଲୋଚନା ହୋଇଥିଲା । ପ୍ରତ୍ୟେକ ଅଙ୍ଗନୱାଡି କେନ୍ଦ୍ର ଓ ବିଦ୍ୟାଳୟରେ ପର୍ଯ୍ୟାପ୍ତ ପରିମାଣର ଓଆରଏସ ପ୍ୟାକେଟ ମହଜୁଦ ରଖିବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଏବଂ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲା ଶ୍ରମ ବିଭାଗ ତରଫରୁ ଶ୍ରମିକମାନେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସମୟରେ ଅଂଶୁଘାତ ଆଶଙ୍କା ରହିଥିବାରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାଇ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶ୍ରମିକମାନଙ୍କୁ କାର୍ଯ୍ୟରେ ନିୟୋଜିତ ନ କରିବାକୁ ଜିଲାପାଳ ପରାମର୍ଶ ଦେଇଥିଲେ ।

ଜିଲ୍ଲାରେ ଅଚଳ ଥିବା ନଳକୂପ ଗୁଡିକୁ ଯୁଦ୍ଧକାଳୀନ ଭିତିରେ ମରାମତି କରିବା ପାଇଁ ଆବଶ୍ୟକସ୍ଥଳେ ଭ୍ରମ୍ୟମାଣ ଟ୍ୟାଙ୍କର ଦ୍ୱାରା ପିଇବା ପାଣିର ସୁବ୍ୟବସ୍ଥା କରିବା ପାଇଁ ସଂପୃକ୍ତି ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଆବଶ୍ୟକସ୍ଥଳେ ଜିଲ୍ଲାର ଗ୍ରାମ୍ୟ ହାଟ ଓ ଜନଗହଳିସ୍ଥାନ ଗୁଡିକରେ ଜଳଛତ୍ର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ପ୍ରତ୍ୟେକ ବ୍ଲକରେ ଗୋଟିଏ ଲେଖାଏଁ ଆଦର୍ଶ ଜଳଛତ୍ର ସହିତ ବିଭିନ୍ନ ସ୍ଥାନରେ ସମୁଦାୟ ୧୦ ଗୋଟି ଜଳଛତ୍ର ଏବଂ ଏନଏସି ର ବସଷ୍ଟାଣ୍ଡ ଓ ବିଜୁ ପଟ୍ଟନାୟକ ଛକରେ ମୁକ୍ତା ଯୋଜନାରେ ଦୁଇଟି ଜଳଛତ୍ର ଖୋଲାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଜିଲାପାଳଙ୍କ କାର୍ଯ୍ୟାଳୟ ଓ ବ୍ଳକ କାର୍ଯ୍ୟାଳୟ ଗୁଡିକରେ ନିୟନ୍ତ୍ରଣ କକ୍ଷ ଖୋଲାଯାଇ ସେଠାରେ ଅଭିଯୋଗ ପୁସ୍ତିକା ରଖାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା ।

.ଜିଲା ନିୟନ୍ତ୍ରଣ କକ୍ଷରେ ସ୍ୱାସ୍ଥ୍ୟ ବିଭାଗ,ପାନୀୟଜଳ ଯୋଗାଣ ବିଭାଗ,ଜନସ୍ୱାସ୍ଥ୍ୟ ବିଭାଗ,ଟାଟା ପାୱାର ର ଜଣେ ଲେଖାଏଁ କର୍ମଚାରୀ ନିୟନ୍ତ୍ରଣ କକ୍ଷ ଦାୟିତ୍ୱରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ମନରେଗା ଯୋଜନାରେ କାର୍ଯ୍ୟସ୍ଥଳ ଗୁଡିକରେ ଶ୍ରମିକମାନଙ୍କ ପାଇଁ ପର୍ଯ୍ୟାପ୍ତ ମାତ୍ରାରେ ପାନୀୟଜଳ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲା ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ପଶୁମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବୌଦ୍ଧ ସହରର ୧୭ ଗୋଟି ୱାର୍ଡରେ ପଶୁ ମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସମସ୍ତ ଚିକିତ୍ସାଳୟରେ ସ୍ୱତନ୍ତ୍ର ଅଂଶୁଘାତ କକ୍ଷ ରଖାଯିବା ସହିତ ଅଙ୍ଗନବାଡି କେନ୍ଦ୍ର, ଚିକିତ୍ସାଳୟ ଗୁଡିକରେ ପର୍ଯ୍ୟାପ୍ତ ପରିମାଣରେ ଓଆରଏସ ମହଜୁଦ ରଖାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ଗ୍ରୀଷ୍ମରେ ଅଗ୍ନିଶମ ବିଭାଗ ସତର୍କ ଓ ସବୁ ସମୟରେ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହିତ ବିଦ୍ୟୁତ କାଟ୍ ନକରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଅଂଶୁଘାତରୁ ରକ୍ଷା ପାଇବା ପାଇଁ ଲୋକଙ୍କୁ ସଚେତନ କରିବାକୁ ପ୍ରଚାରପତ୍ର ବଣ୍ଟନ କରାଯିବ. ଜିଲାପାଳଙ୍କ କାର୍ଯ୍ୟାଳୟ ସମେତ ପ୍ରତ୍ୟେକ ବ୍ଲକ ଓ ଏନଏସି ଏବଂ ବୁଣାକାର ହାଟରେ ବଡବଡ ଫ୍ଲେକ୍ସ ଲଗାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ଜିଲାରେ ବିଭିନ୍ନ ସ୍ଥାନରେ ବସୁଥିôବା ୩୫ ଗୋଟି ହାଟରେ ଜଳଛତ୍ର ଖୋଲାଯିବା ନେଇ ନିଶ୍ଚିତ କରିବାକୁ ଜିଲା ପଞ୍ଚାୟତ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଥିଲା । ବିଭିନ୍ନ ବିଭାଗର ନିର୍ମାଣ କାର୍ଯ୍ୟରେ ଗ୍ରୀଷ୍ମରେ ଶ୍ରମିକମାନଙ୍କୁ ନିୟୋଜିତ ନକରିବା,ପର୍ଯ୍ୟାପ୍ତ ପରିମାଣରେ ପାନୀୟଜଳ,ଓଆରଏସ ବ୍ୟବସ୍ଥା କରିବା ସହିତ ସମସ୍ତ ସତର୍କତା ଅବଲମ୍ବନ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ସହକାରୀ ଜିଲାପାଳ ଚନ୍ଦ୍ରକାନ୍ତ ବେହେରା ବୈଠକ ପରିଚାଳନା କରିଥିବାବେଳେ ଅଂଶୁଘାତର ସଫଳ ମୁକାବିଲା ପାଇଁ ସମସ୍ତଙ୍କର ସହଯୋଗ କାମନା କରିଥିଲେ । ବୈଠକରେ ଅତିରକ୍ତ ଜିଲାପାଳ ବବିତାରାଣୀ ଦଳବେହେରା,ଜିଲାପରିଷଦ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅଶ୍ୱିନୀ କୁମାର ମେହେର,ଉପଜିଲାପାଳ ରବିନ୍ଦ୍ରନାଥ କହଁରଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଯୋଗଦେଇଥିଲେ ।

Related Post

ହୀରାକୁଦ ଜଳଭଣ୍ଡାର ରୁ ୪୦ ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ ପରେ ସମ୍ବଲପୁର ସହର ତଳି ଅଞ୍ଚଳରେ ସୄଷ୍ଠି ହୋଇଛି କୄତିମ ବନ୍ୟା

Posted by - August 17, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ଵାଳ) ହୀରାକୁଦ ଜଳଭଣ୍ଡାର ରୁ ୪୦ ଟି ଗେଟ ଦେଇ ବନ୍ୟାଜଳ ନିସ୍କାସନ ପରେ ସମ୍ବଲପୁର ସହର ରେ ତଳି ଅଞ୍ଚଳରେ ସୄଷ୍ଠି ହୋଇଛି…

ଚଢା ଦାମରେ ମଦ ବିକ୍ରି ହେଉଥିବା ନେଇ ସାଂଘାତିକ ଅଭିଯୋଗ,କୋଭିଡ଼ ଟିକସ ପରେ ଗୁପ୍ତ ଟିକସ

Posted by - May 27, 2020 0
ଭୁବନେଶ୍ୱର: ଅନ୍‌ଲାଇନ୍‌ ମଦ ବେପାରରେ ସ୍ଥିତି ସୁଧୁରୁନି। ଗତ କାଲି ଭଳି ଆଜି ମଧ୍ୟ ବିଭିନ୍ନ ମଦ ଦୋକାନ ସାମ୍ନାରେ ଗ୍ରାହକଙ୍କ ଭିଡ଼ ଦେଖିବାକୁ ମିଳିଛି। ପୁଲିସ-ମଦ୍ୟପଙ୍କ…

ବନ ବିଭାଗ ରେଞ୍ଜର କେଶବ ମାଝୀଙ୍କ ଘରେ ଭିଜିଲାନ୍ସର ରେଡ

Posted by - December 21, 2022 0
କେସିଙ୍ଗା:(ପୀତେଶ ପଟେଲ)କଳାହାଣ୍ଡି ଜିଲ୍ଲା କେସିଙ୍ଗା ଓମ୍ ନଗର ପଡ଼ା ରେ ଥିବା ଫରେଷ୍ଟ ରେଞ୍ଜର କେଶବ ମାଝୀ ଙ୍କ ଘରେ ବୁଧବାର ସକାଳ ୫ ଘଣ୍ଟା ସମୟରେ…

ଟିକିରି ରେଞ୍ଜ ବନ ବିଭାଗର ବଡ଼ ସଫଳତା,ବହୁପରିମାଣର ମୁଲ୍ୟବାନ କାଠ ଜବତ,ଜଣେ ଅଟକ

Posted by - May 28, 2022 0
କାଶୀପୁର:(ଅଞ୍ଜନ କୁମାର ନାଏକ)ପ୍ରଥମ ଥର ପାଇଁ ଟିକିରି ରେଞ୍ଜ ଅଧିନରେ ବନ ବିଭାଗ ପକ୍ଷରୁ ହେଇଥିବା ଏକ ଚଢ଼ାଉ ରେ ବହୁଦିନ ଧରି ଚାଲିଆସୁଥିବା ଚୋରା କାଠ…

ନୀଳଗିରି: କଂଗ୍ରେସ୍ ନିର୍ବାଚନ ମଣ୍ଡଳୀ ର ସାଙ୍ଗଠନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Posted by - February 1, 2021 0
ନୀଳଗିରି:(ସୌମ୍ୟାସାଇ ବାରିକ) କଂଗ୍ରେସ୍ ଦଳ କୁ, ତୃଣ ମୂଳ ସ୍ତର ରୁ ଦୃଢ଼ ଓ ସଂଗଠିତ କରିବା ପାଇଁ, ହାଇ କମାଣ୍ଡ ଙ୍କ ନିର୍ଦେଶ କ୍ରମେ, ବିଭିନ୍ନ ଜିଲ୍ଲା…