ଜ଼ିଲ୍ଲା ସ୍ତରୀୟ ଆଇନ ସଚେତନତା ଶିବିର

40 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଆଜି ସୁବର୍ଣ୍ଣପୁର ଜ଼ିଲ୍ଲା ଆଇନସେବା ପ୍ରାଧିକରଣ ତରଫରୁ ଜ଼ିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସମ୍ମିଳନୀ କକ୍ଷ ଠାରେ ଏକ ଜ଼ିଲ୍ଲା ସ୍ତରୀୟଆଇନ ସଚେତନତା ଶିବିର “ସ୍ଥାଇ ଲୋକ ଅଦାଲତ” ବିଷୟ ଉପରେ ଅନୁଷ୍ଠିତ ହୋଇ ଯାଇଛି I ଏହି ଆଇନ ସଚେତନତା ଶିବିରରେ ସ୍ଥାଇ ଲୋକ ଅଦାଲତ ର ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସ୍ଥାଇ ଲୋକ ଅଦାଲତ ବିଷୟ ଉପରେ ସମସ୍ତଙ୍କୁ ଅବଗତ କରି ଥିଲେ I

ଜ଼ିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଚିବ ମିସ କୁମୁଦିନୀ ମୁଦୁଲି ଯୋଗ ଦେଇ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଉଦ୍ୟେଶ ଓ ତାହାର କାର୍ଯ୍ୟକାରିତା ଉପରେ ଆଲୋଚନା କରି ଥିଲେ I ଏହି ଶିବିର ରେ ଅନ୍ୟ ମାନଙ୍କ ମଧ୍ୟରେ ସରକାରୀ ଓକିଲ ଶ୍ରୀ ବ୍ୟୋମକେଶ ଦାସ, କହେଁଇଲାଲ ପଧାନ ଏବଂ ଜ଼ିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁର ର ସଦସ୍ୟ ଇନ୍ଦ୍ରମଣି ଦାସ ପ୍ରମୁଖ ଯୋଗ ଦେଇ ଥିଲେ I

ଏହି ଶିବିରରେ ପ୍ୟାନେଲ ଓକିଲ ଚମ୍ପେଶ୍ୱର ଥାନାପତି, ଶ୍ରୀକାନ୍ତ ଦାସ, ବ୍ରଜେନ୍ଦ୍ର କୁମାର ବିଶି, ଅଜିତ କୁମାର ବାରିକ, ବାବୁଲାଲ ଦାସ, ପ୍ରଫୁଲ୍ଲ କୁମାର ସାହୁ, ଅଙ୍ଗବାଡି କର୍ମୀ ଗୀତାଞ୍ଜଳି ରଣI, ଜ୍ୟୋତିଃଶ୍ରୀ ବେହୁରା, ଜୟନ୍ତୀ କବାଟ ପ୍ରମୁଖ ଯୋଗ ଦେଇ ଥିଲେ I ଏହି ଶିବିରରେ ଜ଼ିଲ୍ଲା ଆଇନସେବା ପ୍ରାଧିକରଣ, ସୁବର୍ଣ୍ଣପୁରର ବିନ୍ଦୁସାର ମହାପାତ୍ର, କେଶବ ଗୁରୁ, କାଁହୁ ଚରଣ ରଥ ଏବଂ ରଞ୍ଜନ କୁମାର ଭୋଇ ପ୍ରମୁଖ ସହଯୋଗ କରି ଥିଲେ I

Related Post

ଆଲୋକର ପର୍ବ ଦୀପାବଳି ପାଳନ

Posted by - October 26, 2022 0
ରାୟଗଡା : (ରମାକାନ୍ତ ପୋଡାଲ) ଆଲୋକର ପର୍ବ ଦୀପାବଳି, ଅସତ୍ୟ ହିଂସା କ୍ରୋଧ ଅନ୍ୟାୟ ଅଜ୍ଞାନ ରୂପକ ଅନ୍ଧକାରକୁ ବିନାଶ କରିବାର ଜ୍ୟୋତି ପର୍ବ ହେଉଛି ଦୀପାବଳି…

ଫଳ ଓ ପନିପରିବା ଚାଷ ସମ୍ପର୍କରେ ତାଲିମ ଶିବିର

Posted by - October 27, 2021 0
ବଙ୍ଗୋମୁଣ୍ଡା:(ଅଭିମନ୍ୟୁ ବହିଦାର)ବଲାଙ୍ଗୀର ଉଦ୍ୟାନ ବିଭାଗ ପକ୍ଷରୁ ବଙ୍ଗୋମୁଣ୍ଡା ବ୍ଳକ ଅନ୍ତର୍ଗତ ଗନ୍ଧର୍ଲା ପଞ୍ଚାୟତ ଉପାନ୍ତ ବରକାନି ଗାଁ ପ୍ରାଥମିକ ବିଦ୍ୟାଳୟ ପ୍ରାଙ୍ଗଣ ଠାରେ ପନିପରିବା, ଫଳ ମୂଲ…

ଖପ୍ରାଖୋଲ ସରସ୍ଵତୀ ଶିଶୁ ମନ୍ଦିର ରେ ରୋଙ୍ଗୁଲି ପ୍ରତିଯୋଗିତା

Posted by - August 7, 2022 0
ଖପ୍ରାଖୋଲ: ୦୬/୦୮ ( ତାପସ ରଞ୍ଜନ ବେହେରା ) ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରସ୍ଵତୀ ଶିଶୁ ମନ୍ଦିର ରେ ରୋଙ୍ଗୁଲି ଓ ଚିତ୍ରାଙ୍କନ ପ୍ରତିଯୋଗିତା ଶନିବାର ଅନୁଷ୍ଠିତ…

ବଜ୍ରପାତରେ ଦୁଇଟି ଗାଇର ମୃତ୍ୟୁ

Posted by - June 15, 2021 0
ନବରଙ୍ଗପୁର:( ବେଣୁ ଗୋପାଳ ରାଓ) ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଳପୁର ପଂଚାୟତ ଅନ୍ତର୍ଗତ କାକୁଡିଆମ୍ବ ଗ୍ରାମର ଭୁଜ ନାୟକ (୬୦)ଙ୍କ ଦୁଇ ଗାଇ ବଜ୍ରପାତ ହେବା…

ନେହେରୁ ଯୁବକେନ୍ଦ୍ର ଓ ୟୁନିସେଫ ପକ୍ଷରୁ ଯୁବଗୋଷ୍ଟିଙ୍କ ଭବିଷ୍ୟତ ଉପରେ ଜିଲ୍ଳା ସ୍ତରୀୟ କର୍ମଶାଳା

Posted by - May 29, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ଯୁବଗୋଷ୍ଟି ଙ୍କ ଭବିଷ୍ୟତ ପାଇଁ ଉପଯୁକ୍ତ ପରାମର୍ଶ ଆବଶ୍ୟକ ରହିଛି l ନିଜର ଭବିଷ୍ୟତ ପାଇଁ କଲେଜ ଛାତ୍ର ଛାତ୍ରୀ…