ଧର୍ମଗଡ଼ :୧୫/୩(ହେମନ୍ତ କୁମାର ମାଝୀ) ଓଡ଼ିଶା ଡ୍ରାଇଭର ସଂଘ ପକ୍ଷରୁ ଆଜି ୧୦ ଦଫା ଦାବି ନେଇ ସାରା ରାଜ୍ୟରେ ଷ୍ଟାରିଙ୍ଗ ଛାଡ଼ ଆନ୍ଦୋଳନ ଚଳାଇଛନ୍ତି। ଏହି ଆନ୍ଦୋଳନ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଅଞ୍ଚଳରେ ମଧ୍ୟ ଶାନ୍ତି ଶୃଙ୍ଖଳା ରେ ଚାଳିଥିବା ଦେଖା ଯାଉଛି ।
ଆଜି ସକାଳ ୬ ଘଣ୍ଟା ସମୟରେ ଧର୍ମଗତ ଗାଡ଼ି ଚାଳକ ସଂଘ ର କାର୍ଯ୍ୟ କର୍ତ୍ତା ଏବଂ ସଦସ୍ୟ ମାନେ ଏକତ୍ରିତ ହୋଇ ସ୍ଥାନୀୟ ଚାରି ଛକ ଠାରେ ଏବଂ ବିଜୁ ଏକ୍ସପ୍ରେସୱେ ଗୋଳେଇ ଛକ ଠାରେ ଆନ୍ଦୋଳନ ଶାନ୍ତି ପୂର୍ଣ୍ଣ ଭାବରେ ଚଳାଇଛନ୍ତି।
ସେବାରେ ଥିବା ଗାଡ଼ି ମଟର ଚଳାଚଳ ସମ୍ପୂର୍ଣ୍ଣ ଭାବେ ଠପ୍ ହୋଇଯାଇଛି। ଫଳରେ ସାଧାରଣ ଜନତା ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏହି ଆନ୍ଦୋଳନ ସେମାନଙ୍କ ର ଦାବି ପୂରଣ ହେବା ପର୍ଯ୍ୟନ୍ତ ଚାଲିବ ବୋଲି ସଂଘ ର କର୍ମ କର୍ତ୍ତା ପ୍ରକାଶ କରିଛନ୍ତି।