ମୁନିଗୁଡା:(ରମାକାଂତ ପୋଧାଲ୍)ଡ୍ରାଇଭର ଚାଳକ ସଙ୍ଘ 6 ଦଫା ଦାବିକୁ ନେଇ ସମଗ୍ର ଓଡିଶାରେ ଷ୍ଟେରିଙ୍ଗ ଛାଡ଼ ଆନ୍ଦୋଳନରେ ଓଲ୍ହାଇ ଥିବା ବେଳେ ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଡ୍ରାଇଭର ସଂଘର ଷ୍ଟିୟରିଂ ଛାଡ ଆନ୍ଦୋଳନ ଜାରି ରହିଛି l
ମୁନିଗୁଡା ବ୍ଳକ ଅଧୀନ ଅମ୍ବାଦଳା ଥାନା ଅଞ୍ଚଳର ସ୍ଥାନୀୟ ଝିଗିଡି ଛକ ନିକଟରେ ଅଞ୍ଚଳର ସମସ୍ତ ଡ୍ରାଇଭର ମାନେ ଏକତ୍ରିତ ହୋଇ ଶାନ୍ତିପୂର୍ଣ ଭାବେ ଆନ୍ଦୋଳନ ଜାରି ରଖିଛନ୍ତି l ଯେଉଁଦିନ ପର୍ଯ୍ୟନ୍ତ ସରକାର ଏମାନଙ୍କର ଦାବି ମାନି ନାହାନ୍ତି ଏବଂ ଯେଉଁଦିନ ପର୍ଯ୍ୟନ୍ତ ରାଜ୍ୟ ସଭାପତିଙ୍କ ନିର୍ଦେଶ ଆସିନାହି ସେତେ ଦିନ ପର୍ଯ୍ୟନ୍ତ ଆନ୍ଦୋଳନ ଅନିର୍ଦ୍ଧିଷ୍ଟ କାଳ ଯାଏଁ ଜାରି ରହିବ ବୋଲି ସଂଘ ପକ୍ଷରୁ ପ୍ରତିକ୍ରୀୟା ମିଳିଛି l