ଠକୁଛନ୍ତି ସୁନା ଦୋକାନୀ,୬ଟି ସହରରେ ସୁନା ଦୋକାନ ଉପରେ ଚଢ଼ଉ, ୩ ଲକ୍ଷ ୭୭ ହଜାର ଟଙ୍କାର ଜରିମାନା ଆଦାୟ

353 0

ଭୁବନେଶ୍ୱର:ଧନ୍‌ତେରାସ ହେଉ ବା ଦଶହରା, ସୁନା କିଣିବାକୁ ଦୋକାନରେ ଭାରି ଭିଡ଼। ହେଲେ କେବେ ପଚାରିଛନ୍ତି, ଆପଣ କିଣୁଥିବା ଏହି ସୁନା ଖାଣ୍ଟି ତ ! ଯଦି ଜାଣି ନାହାନ୍ତି, ତେବେ ଶୁଣନ୍ତୁ ଏକ ସାଂଘାତିକ ତଥ୍ୟ। ଚଉଦ କ୍ୟାରେଟ ଦେଇ ବାଇଶ କ୍ୟାରେଟର ଦାମ୍ ନେଉଛନ୍ତି ସୁନା ଦୋକାନୀ। ଗୋଟେ କି ଦୁଇଟା ଦୋକାନରେ ନୁହେଁ, ରାଜ୍ୟବ୍ୟାପୀ ଚାଲିଛି ଏପରି ଠକେଇ। ଶନିବାର ରାଜ୍ୟର ୬ଟି ସହରରେ ୪୫ଟି ସୁନା ଦୋକାନ ଉପରେ ଚଢାଉ ହୋଇଛି  । ଚଢ଼ାଉ ସମୟରେ  ୩ ଲକ୍ଷ ୭୭ ହଜାର ଟଙ୍କାର ଜରିମାନା ଆଦାୟ ହୋଇଛି । ଏହି  କ୍ରମରେ ରାଜଧାନୀ ଭୁବନେଶ୍ୱରର ୧୦ଟି ପ୍ରତିଷ୍ଠିତ ସୁନା ଅଳଙ୍କାର ଦୋକାନରେ ମଧ୍ୟ ଓଜନ ଓ ମାପ ବିଭାଗ ପକ୍ଷରୁ ଚଢଉ କରାଯାଇଛି । ଏହି ୧୦ଟି ଦୋକାନ ମଧ୍ୟରୁ ୮ଟିରେ ଓଜନ ମାପ  ନିୟମ ପାଳନରେ ତ୍ରୁଟି ପରିଲକ୍ଷିତ ହୋଇଥିବା ଜଣାପଡିଛି । ଏହି ବାବଦରେ ୨୭ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି ।

Related Post

ନିଜ ପୁଅର ଶୋହଳ ପୂଜା ପାଇଁ ଥିବା ୫୦ ହଜାର ଟଙ୍କାକୁ ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡକୁ ଦାନ

Posted by - March 26, 2020 277
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ)କୋରୋନାର ମୁକାବିଲା ପାଇଁ ସରକାର ସାହାଯ୍ୟ ଭିକ୍ଷା କରିଛନ୍ତି । ଏହି ଅବସରରେ ଯାଜପୁର ଜିଳାପାଳଙ୍କ ମାଧ୍ୟମରେ କେତେକ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ରିଲିପଂ ପଂଣ୍ଡକୁ…

ଭୁବନେଶ୍ୱର ପଳାଶୁଣୀ ଓଭରବ୍ରିଜ୍ ଦବିଲା

Posted by - August 26, 2019 0
ଭୁବନେଶ୍ୱର : ଦବିଲା ପଳାଶୁଣୀ ଓଭରବ୍ରିଜ୍। ଭୁବନେଶ୍ୱରରେ ପଳାଶୁଣୀ ଓଭରବ୍ରିଜ୍ ଦବି ଯାଇଥିବା ଜଣାପଡିଛି। ହାଇଟେକ୍ ଛକ ନିକଟରେ ଦବିଛି ଏହି ଓଭରବ୍ରିଜ୍।ଖବର ପ୍ରସାର ପରେ ଘଟଣାସ୍ଥଳରେ…

ନନ୍ଦନକାନନରେ ପର୍ଯ୍ୟଟକଙ୍କ ପାଇଁ ଚାଲିଲା ସଫରୀ ବସ

Posted by - August 17, 2021 0
ଉତ୍ତରଭୁବନେଶ୍ୱର:( ସନ୍ତୋଷ ରାଉତ) ପର୍ଯ୍ୟଟକଙ୍କ ଙ୍କ ପାଇଁ ଖୁସି ଖବର,ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ କୋଭିଡ୍ ଯୋଗୁ ବନ୍ଦ ହୋଇଥିବା ସଫାରୀ ବସ୍ ସେବା ପର୍ଯ୍ୟଟକଙ୍କ ପାଇଁ ଖୋଲା…

ଓଡ଼ିଶାକୁ ସି.ଆର୍.ଆଇ.ଏଫ୍. ଯୋଜନାରେ ୩୦ ଟି ରାସ୍ତା ପ୍ରକଳ୍ପର ମଞ୍ଜୁରୀ ସକାଶେ ରାଜ୍ୟ ସରକାର ଙ୍କ କେନ୍ଦ୍ରକୁ ଅନୁରୋଧ

Posted by - January 9, 2022 0
ଭୁବନେଶ୍ୱର:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଓଡ଼ିଶାରେ ସଡ଼କ ଭିତ୍ତିଭୂମି କୁ ଅଧିକ ସୁଦୃଢ କରିବା ସକାଶେ ରାଜ୍ୟ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଅନେକ…

Leave a comment

Your email address will not be published.