ବୌଦ୍ଧ: (ଚିତ୍ତରଞ୍ଜନ ସିଂ )୧୩ /୦୩:-ବୋୖଦ୍ଧ ଜିଲ୍ଲା ହରଭଙ୍ଗା ବ୍ଳକ କରଞ୍ଜକଟା ପଞ୍ଚାୟତ କାର୍ଯ୍ୟାଳୟଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଜନଶୁଣାଣି ଓ ସମାଧାନ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାଯ୍ୟକ୍ରମରେ ବୌଦ୍ଧ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ , ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ,ଉପ ଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର , ହରଭଙ୍ଗା ବିଡ଼ିଓ ସ୍ୱପ୍ନିତା ନାୟକ ,ତହସିଲଦାର ଶମ୍ଭୁଭୁସନ ମିଶ୍ର,ପୁରୁଣା କଟକ ଥାନା ଅଧିକାରୀ ଜୋଷ୍ଣା କାଉଁରୀ ,ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ, ଜିଲ୍ଲା ଯୋଗାଣ ଅଧିକାରୀ ଙ୍କ ସମେତ ଜ଼ୀଲ୍ଲା ସ୍ତରୀୟ ବହୁ ଅଧିକାରୀ ଯୋଗ ଦେଇଥିଲେ ।
ଏଥିରେ ଜନସାଧାରଣଙ୍କ ଅଭିଯୋଗ ଶୁଣିବା ସହ ସମାଧାନ କରାଯାଇଥିଲା।ଏହି ଶିବିରରେ 128 ଟି ଅଭିଯୋଗ ଦାଖଲ ହୋଇଥିଲା ସେଥିରୁ 121ଟି ବ୍ୟକ୍ତିଗତ,7ଟି ଗ୍ରାମ୍ୟ ସାମୁହିକ ଅଭିଯୋଗ ଆସିଥିବା ବେଳେ 23ଜଣଙ୍କୁ ମୁଖ୍ୟମନ୍ତ୍ରୀ ସହାୟତା ଫଣ୍ଡ ରୁ 1ଲକ୍ଷ୍ୟ 56ହଜାର,17 ଜଣଙ୍କୁ ଜିଲ୍ଲା ରେଡ କ୍ରସ ରୁ 94ହଜାର ସହାୟତା ପ୍ରଦାନ କରାଯାଇଥିବା ବେଳେ ତୁରନ୍ତ 128ଅଭିଯୋଗ ରୁ 90ଟି ଅଭିଯୋଗ ପତ୍ର ତତ୍କାଳୀନ ସମାଧାନ କରାଯାଇଥିଲା l