ଲାଠୋର ପୋଲିସ ପକ୍ଷରୁ ଜନସମ୍ପର୍କ ଶିବିର

44 0

ଖପ୍ରାଖୋଲ: ୧୧/୦୩( ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଲାଠୋର ଥାନା ଅନ୍ତର୍ଗତ ବେନ୍ଦେର ହାଇସ୍କୁଲ ପଡିଆ ଠାରେ ପୋଲିସ ତରଫରୁ ଜନ ସମ୍ପର୍କ ଶିବିର ଅନୁଷ୍ଠିତ ହୋଇଯାଇଛି । ଉପାନ୍ତ ଅଞ୍ଚଳରେ ଜନସାଧାରଣ ପୋଲିସ ମଧ୍ୟ୍ଯରେ ବିସ୍ଵାଶ ଭାଜନ ହେବା ସହିତ ପୋଲିସ ଓ ଜନସାଧାରଣ ଙ୍କ ମଧ୍ଯରେ ସମ୍ପର୍କ ସ୍ଥାପନ କରିବା ପାଇଁ ଲାଠୋର ପୋଲିସ ତରଫରୁ ଜନସଂପର୍କ ଶିବିର ଆୟୋଜନ କରାଯାଇଥିଲା ।

ଅନୁଷ୍ଟିତ ଶିବିରଟି ଲାଠୋର ଥାନା ଆଧିକାରୀ ଝସକେତନ ଭୋଇ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଥିବା ବେଳେ ବାଲାଙ୍ଗୀର ୟୁଥ ବ୍ଲଡ଼ ଡୋନର ଗ୍ରୁପ ର ଯୁବକ ଓ ମହାନଦି ନେତ୍ରାଳୟ ର ସହଯୋଗ ରେ ଏକ ମାଗଣା ଚକ୍ଷୁ ପରୀକ୍ଷା କେନ୍ଦ୍ର କରାଯାଇ ଥିଲା । ଏହାସହ ଖପ୍ରାଖୋଲ ଗୋଷ୍ଟି ସ୍ଵାସ୍ଥ୍ୟ କେନ୍ଦ୍ର ଦ୍ଵାରା ମାଗଣା ସ୍ଵାସ୍ଥ୍ୟ ପରିକ୍ଷ କରାଯାଇଥିଲା। ଏହି ଅବସରରେ ଏକ ସହ ୨୦ ଜଣ ସ୍କୁଲ ଛାତ୍ର ଛାତ୍ରୀ ପାଠ୍ୟ ଉପକରଣ ବଣ୍ଟନ , ଶହେ ଜଣ ବୃଦ୍ଧ ବୃଦ୍ଧି ଙ୍କୁ କମ୍ବଳ , ଛତା, ମଶାରି , କାନ୍ଥ ଘଣ୍ଟା , ଟର୍ଚ୍ଚ ଲାଇଟ , କ୍ରିକେଟ ଖେଲାଲି ମାନଙ୍କୁ ଖେଲ ସାମଗ୍ରି ବଣ୍ଟନ ଓ କଳାକାର ମାନଙ୍କୁ ବାଦ୍ୟ ଯନ୍ତ୍ର ବଣ୍ଟନ କରାଯାଇଥିଲା ।

ଏହି ଅବସରରେ ୬ ଟି କ୍ରିକେଟ ଦଳକୁ ନେଇ ବନ୍ଧୁତା ପୁର୍ଣ୍ଣ ଏକ ଦିବସୀୟ କ୍ରିକେଟ ମ୍ୟାଚ୍ ଅନୁଷ୍ଟିତ ହୋଇଥିଲା । ବିଜୟୀ ଓ ରନର ଅପ ଦଳକୁ ଟ୍ରଫି ସହ ଅର୍ଥ ରାଶି ଦିଆ ଜିବାସହ ଟି ସାର୍ଟ ଓ ବିଭିନ୍ନ ଖେଳ ଉପକରଣ ବଣ୍ଟନ କରାଯାଇଥିଲା । ଶିବିରରେ ଏସ ଆଇ ଦେବାର୍ଚ୍ଚନ ମିର୍ଦ୍ଧା , ଏ ଏସ ଆଇ ପ୍ରଫୁଲ୍ଲ କିଶନ ସରପଞ୍ଚ ଙ୍କ ପ୍ରତିନିଧି ତେଜରାଜ ମାଝି , ହେମ ରାଜ ଧାରୁଆ , ହୃଷୀକେଶ ଛାତ୍ରୀଆ , ପୋଲିସ କର୍ମଚାରୀ ଓ ଗ୍ରାମବାସୀ ମାନେ ସହଯୋଗ କରିଥିଲେ ।

Related Post

ଟିଟିଲାଗଡ଼ ଧବଳେଶର ମନ୍ଦିର ପ୍ରାଙ୍ଗଣରେ ବଲାଙ୍ଗୀର ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ଗାଆଁ ସାଥି ମେଟ ସଙ୍ଘର ବୈଠକ

Posted by - December 1, 2022 0
ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)ଗାଆଁ ସାଥି ମାନଙ୍କ ବଲାଙ୍ଗୀର ଜିଲ୍ଲା ସ୍ତରୀୟ ବୈଠକ ସ୍ଥାନୀୟ ଧବଳେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ବଲାଙ୍ଗିର ଜିଲ୍ଲାର ୧୪…

୫ଟି ହାଇସ୍କୁଲ ରୂପାନ୍ତରଣ ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ

Posted by - June 2, 2022 0
ବୌଦ୍ଧ :(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲାର ୨୪ ଟି ୫ଟି ହାଇସ୍କୁଲର ରୂପାନ୍ତରିତ କାର୍ଯ୍ୟକ୍ରମର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଆଭାସୀ ମାଧ୍ୟମରେ ଲୋକାର୍ପଣ ହୋଇ…

ମୋଟରସାଇକେଲ ଦୁର୍ଘଟଣା ରେ ଜଣେ ମୃତ

Posted by - January 27, 2022 0
ମାଥିଲି:(ଅବଦୁଲ ଗନି)କୁଡୁମୁଲୁଗୁମ୍ମା ନିକଟସ୍ଥ କାଦଗୁଡା ଠାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ମାଥିଲି ବ୍ଲକ ଅନ୍ତର୍ଗତ ବାଲିଗୁଡା ଗ୍ରାମର ଜଳନ୍ଧର ତୋଟାପାଡିଆ -(ବୟସ-୧୯) ନାମକ…

ବିଦ୍ୟୁତ ଆଘାତରେ ଯୁବକ ମୃତ

Posted by - August 30, 2022 0
ସୋନପୁର:( ଅଜିତ କୁମାର ପୂଜାହାରୀ)ବିଦ୍ୟୁତ ଆଘାତରେ ଯୁବକର ମୃତ୍ୟୁ । ସୁବର୍ଣ୍ଣପୁର ଜିଲ୍ଲା ତରଭା ଥାନା ଶିବଶଙ୍କରପଡାରେ ଘଟିଛି ଏପରି ଅଘଟଣ । ପୁରୁଣା ଘର ଭାଙ୍ଗିବାବେଳେ…

ନୂଆଁପାଲି ହାଇସ୍କୁଲରେ ନୂତନ ଶ୍ରେଣୀଗୃହ ଉଦଦ୍ଘାଟିତ

Posted by - December 23, 2022 0
ବୌଦ୍ଧ:(ଚିତ୍ତରଞ୍ଜନ ସିଂହ)ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ୍ ଅନ୍ତର୍ଗତ କୁଲୁତାଯୋର ପଞ୍ଚାୟତ ସ୍ଥିତ ନୂଆଁପାଲି ଆଦିବାସୀ ବିଦ୍ୟାଳୟର ୩୨ତମ ବାର୍ଷିକ ଉତ୍ସବ ଅବସରରେ ମୋ ସ୍କୁଲ ତରଫରୁ ନିର୍ମାଣ…