ଗ୍ରୀଷ୍ମ ଆରମ୍ଭ ରୁ ପାଣି ସମସ୍ୟା,ପାଣି ପାଇଁ ଦେବାକୁ ପଡୁଛି ଲାଞ୍ଚ, ପୋଖରୀ ର ଦୂଷିତ ପାଣି ହିଁ ଲୋକଙ୍କ ଭରସା

96 0

ବୌଦ୍ଧ: (ଚିତ୍ତରଞ୍ଜନ ସିଂ)ଧୀରେ ଧୀରେ ଖରା ବଢ଼ିବା ସହ ଉତ୍ତାପ ବଢ଼ୁଛି l ଏବେ ଠୁ ଦିନ 11ଟା ବାଜିଗଲେ ସୂର୍ଯ୍ୟ ଉତ୍ତାପ ବଢ଼ିବା ସହ ଜନସାଧାରଣ ଖରା ପ୍ରକୋପ ଅନୁଭବ କଲେଣି l କିନ୍ତୁ ଗାଁ ଠୁ ସହର ଯାଏଁ ବର୍ତମାନ ପିଇବା ପାଣିର ଚିନ୍ତା ଲୋକ ମାନଙ୍କୁ ଘାରି ଥିବା ବେଳେ ସରକାର ପିଇବା ପାଣି ପାଇଁ ବିଭିନ୍ନ ଯୋଜନା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି l ମାତ୍ର ତୃଣ ମୂଳ ସ୍ତର ରେ ଥିବା ବିଭଗୀୟ କର୍ମଚାରୀ ଙ୍କ ମନମୁଖୀ କାର୍ଯ୍ୟ ପାଇଁ ସାଧାରଣ ଲୋକେ ମୁନ୍ଦେ ପିଇବା ପାଣି ପାଇଁ ନାହିଁ ନଥିବା ଅସୁବିଧା ସମ୍ମୁଖୀନ ହେଉଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି l

ଏଭଳି ଏକ ପାନୀୟ ଜଳ ସମସ୍ୟା ଦେଖା ଦେଇଛି ହରଭଙ୍ଗା ବ୍ଲକ ର ଉପାନ୍ତ ଅଞ୍ଚଳ କୁମାରୀ ଗ୍ରାମର ହରିଜନ ସାହି ରେ!ଉକ୍ତ ସାହି ରେ ବିଭାଗୀୟ ପକ୍ଷରୁ 4 ବର୍ଷ ପୂର୍ବେ ପାନୀୟ ଜଳ ସୁବିଧା ନେଇ ପାଇପ ବିଛା ଠୁ ଆରମ୍ଭ କରି ଷ୍ଟାଣ୍ଟ ପୋଷ୍ଟ ସହ ସମ୍ପୂର୍ଣ ପ୍ରକଳ୍ପ କାର୍ଯ୍ୟ ସରିଛି l ଏପଟେ ବିଭଗୀୟ ଯନ୍ତ୍ରୀ ଓ ଠିକାଦାର ଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଉକ୍ତ କାର୍ଯ୍ୟ ନିମ୍ନ ମାନର ହୋଇଥିବାରୁ ବିଭିନ୍ନ ସ୍ଥାନ ରେ ପାଇପ ଫାଟିବା, ଷ୍ଟାଣ୍ଡ ପୋଷ୍ଟ ଗୁଡିକ ଭlଙ୍ଗିରୁଜି ଯିବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି l ଏପଟେ କୁମାରୀ ଜଳ ଯୋଗାଣ ଦାୟିତ୍ୱ ରେ ଥିବା ଜୈନିକ କର୍ମଚାରୀ ଜଣଙ୍କ ନିଜ ସମ୍ପତି ଭାବି ମନ ଇଛା ପାଣି ଦେଉଥିବା , ଏବଂ ଜନସାଧାରଣ ପାଣି ନେବାକୁ ହେଲେ କିଛି ଅର୍ଥ ହାତ ଗୁଂଜା ଦେଲେ ପାଣି ମିଳୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରୁଛନ୍ତି l

ଏପଟେ ବର୍ତମାନ ଟାଣ ଖରା ସମୟ ରେ କୁମାରୀ ଗ୍ରାମର ହରିଜନ ସାହି ବାସିନ୍ଦା ଗୋଟିଏ ନଳକୂପ ରେ 30ପରିବାର ନିର୍ଭର କରୁଥିବା ସହିତ ବେଳେ ବେଳେ ନିକଟସ୍ତ ପୋଖରୀ ରୁ ଦୂଷିତ ପାଣି ପିଇବାକୁ ପଡୁଛି ବୋଲି ସାହି ବାସିନ୍ଦା ଅଭିଯୋଗ କରିଛନ୍ତି l ପାଣି ସମସ୍ୟା ନେଇ ପୂର୍ବରୁ ସରପଞ୍ଚ ଠୁ ଆରମ୍ଭ କରି ବିଭାଗୀୟ ଯନ୍ତ୍ରୀ ଙ୍କୁ ଜଣାଇଥିଲେ ମଧ୍ୟ୍ୟ ଫଳଶୂନ ବୋଲି ଗ୍ରାମବାସୀ ପ୍ରକାଶ କରିଛନ୍ତି l ସମସ୍ୟା କୁ ନେଇ ବିଭାଗୀୟ ଯନ୍ତ୍ରୀ ପ୍ରଦୀପ ଜେନା ଙ୍କୁ ଯୋଗାଯୋଗ କରିବାରୁ ଏ ଘଟଣା ଉପରେ ପଚାରି ବୁଝିବି ବୋଲି ମତ ଦେଇଛନ୍ତି l ତୁରନ୍ତ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ କୁମାରୀ ହରିଜନ ସାହି କୁ ଜଳ ଯୋଗାଣ କରିବାକୁ ସାହିର ପ୍ରମୁଖ ଦାବୀ କରିଛନ୍ତି!ଏବେ ପନ୍ୟାଜଳ ପ୍ରକଳ୍ପ ଖରାପ ଥିବାରୁ ଲୋକମାନେ ବାଧ୍ୟ୍ୟ ହୋଇ ନାଳ ଓ କୂଅରୁ ପାନୀୟ ଜଳ ସଂଗ୍ରହ କରୁଛନ୍ତି

Related Post

ରୋଗୀଙ୍କ ଅବସ୍ଥା ଶୋଚନୀୟ,3 ମାସ ହେଲା ଡାକ୍ତର ନାହିଁ

Posted by - August 4, 2021 0
ହରଭଙ୍ଗା (ଚିତ୍ତରଂଜନସିଂ )ବୌଦ୍ଧ ଜିଲ୍ଲା ର ହରଭଙ୍ଗା ବ୍ଲକ ଏକ ବିକାଶର ବିରଳ ଚିତ୍ର!ରାସ୍ତାଘାଟ, ଶିକ୍ଷା, ସ୍ୱାସ୍ଥ୍ୟ ସବୁବେଳେ ପଛରେ!ଯାହାକି କହିବାକୁ ଗଲେ ସାରା ରାଜ୍ୟରେ ଓଡିଶା,…

ନୀଳଗିରି ରେ ସଂଯୁକ୍ତ କିଶନ୍ ମୋର୍ଚ୍ଚା ଆହ୍ବାନ ରେ ୧୦ ଘଣ୍ଟିଆ ଭାରତ ବନ୍ଦ

Posted by - September 28, 2021 0
ନିଳଗିରି:(ସୌମ୍ୟାସାଇ ବାରିକ) ସଂଯୁକ୍ତ କିଶନ ମୋର୍ଚା ଆହ୍ବାନ ରେ କେନ୍ଦ୍ର ସରକାର ଙ୍କ କଳା ,କୃଷି ଆଇନ୍ ,ଅତ୍ୟାବଶ୍ୟକ ସାମଗ୍ରୀ ର ଅହେତୁକ ଦର ବୃଦ୍ଧି, ବିଭିନ୍…

ଶ୍ରାବଣ ମାସ ପ୍ରଥମ ସୋମବାର ଉପଲକ୍ଷେ ଟିଟିଲାଗଡ ଧବଳେଶ୍ବର ଓ ରାଧାକୃଷ୍ଣ ମନ୍ଦିରରେ ଭକ୍ତଙ୍କ ଭିଡ଼

Posted by - July 19, 2022 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ପବିତ୍ର ଶ୍ରାବଣ ମାସ ଉପଲକ୍ଷେ ଟିଟିଲାଗଡ ଧବଳେଶ୍ଵର ମନ୍ଦିରରେ ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା। ଦଧିବାମନ ଟ୍ରଷ୍ଟ ପକ୍ଷରୁ ଦର୍ଶନ ପାଇଁ ବ୍ୟବସ୍ଥା…

ହରଭଙ୍ଗା ବ୍ଲକର ୯ନଂ ଜିଲ୍ଳାପରିଷଦ ଜୋନ୍‌,ବିଜେଡି-ବିଜେପି ମଧ୍ଯରେ କଡ଼ା ଟକ୍କର

Posted by - February 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବିଧାନସଭା ନିର୍ବାଚନମଣ୍ଡଳୀର ହରଭଙ୍ଗା ବ୍ଲକର ୯ନଂ ଜିଲ୍ଲାପରିଷଦ ଜୋନ୍ ଏଥର ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ହେବାର ସମ୍ଭାବନା ରହିଛି।ଚଳିତ…

ପାଟକୁରାରେ ଜୋର ଧରିଛି ନିର୍ବାଚନୀ ପ୍ରଚାର

Posted by - July 11, 2019 814
କେନ୍ଦ୍ରାପଡ଼ା: ପାଟକୁରାରେ ଜୋର ଧରିଛି ନିର୍ବାଚନୀ ପ୍ରଚାର। ଉଭୟ ବିଜେପି ଓ ବିଜେଡି ପକ୍ଷରୁ ଚାଲିଛି ମାରାଥନ ପ୍ରଚାର। ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର…