ଯାଜପୁର:ଯାଜପୁର ରୋଟାରୀ ଭବନ ପରିସରରେ ଘରୋଇ ହୋମିଓପ୍ୟାଥିକ ଡାକ୍ତର ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଡାକ୍ତର ନିତ୍ୟାନନ୍ଦ ଭୋଇଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ଯାଜପୁର ବିଧାୟକ ଙ୍କ ପ୍ରତିନିଧି ଭବପ୍ରସାଦ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ପ୍ରଫୁଲ୍ଲ ଚନ୍ଦ୍ର ବାରିକ ଯୋଗ ଦେଇ ପ୍ରତିକୂଳ ପରିସ୍ଥିତିରେ ଡାକ୍ତର ମାନଙ୍କ ସମାଜ ପ୍ରତି ସେବା ଏବଂ କର୍ତର୍ବ୍ୟ ସମ୍ପର୍କରେ ମତପ୍ରକାଶ କରିଥିଲେ।
ଏହି ଅବସରରେ ହୋମିଓପ୍ୟାଥିକ ବୋର୍ଡ ଦ୍ୱାରା ପଞ୍ଜିକୃତ ହୋଇ ନଥିବା ଡାକ୍ତର ମାନଙ୍କୁ ଅଭ୍ୟାସ କରିବା ପାଇଁ ଅନୁମତି ଦେବାକୁ ଦାବି କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଡ଼ ହରପ୍ରସାଦ ପଣ୍ଡା ଓ ରୋଟାରିଆନ ପରମାନନ୍ଦ ପତି, ବରିଷ୍ଠ ଡାକ୍ତର ଗୋପବନ୍ଧୁ ପାଣି,ଡାକ୍ତର ମନୋଜ ରାଉତ ପ୍ରମୁଖ ଯୋଗ ଦେଇ ସେମାନଙ୍କ ବିଭିନ୍ନ ଦାବି ସମ୍ପର୍କରେ ଆଲୋଚନା କରିଥିଲେ।