ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଶିକ୍ଷା ଗ୍ରହଣ କରି ମଣିଷ ନିଜର ଜୀବନ ଗଢି ତୋଳି ଥାଏ। ଶିକ୍ଷା ଦ୍ଵାରା ହିଁ ସବୁ ସମ୍ଭବ, ଶିକ୍ଷା ଗ୍ରହଣ କରିବା ପାଇଁ କୌଣସି ସ୍ଥାନ ଦେଖା ଯାଏନି, ଇଛା ଥିଲେ ଯେଉଁଠି ବି ଶିକ୍ଷା ଗ୍ରହଣ କରି ହେବ। ନିଜେ ରହୁଥିବା ଘର ମଧ୍ଯ ଏକ ବିଦ୍ୟାଳୟ ଅଟେ, ଏହି ପରିପ୍ରେକ୍ଷୀରେ ଶିଶୁ ମନ୍ଦିରରେ ଏକ କାର୍ଯ୍ୟକ୍ରମ ଘର ହିଁ ବିଦ୍ୟାଳୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।କାର୍ଯ୍ୟକ୍ରମ ପ୍ରାରମ୍ଭରେ ବିଦ୍ୟାଳୟର ସହ-ପ୍ରଧାନାଚାର୍ଯ୍ୟ ଶ୍ରୀଯୁକ୍ତ ନୃପରାଜ ସେଠ ମଞ୍ଚାସୀନ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲା ବେଳେ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ମହାପାତ୍ର ଘର ହିଁ ବିଦ୍ଯାଳୟ ପ୍ରକଳ୍ପର ଉଦ୍ଦେଶ୍ୟ ତଥା ବିଶେଷତ୍ଵ ସମ୍ପର୍କରେ ଅଭିଭାବକ ଅଭିଭାବିକାଙ୍କୁ ଅବଗତ କରାଇଥିଲେ ।
ପରିଚାଳନା ସମିତିର ସଭାପତି ଡ. ଛାୟାକାନ୍ତ ଷଡଙ୍ଗୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ସମାରୋପ କାର୍ଯ୍ଯକ୍ରମରେ ଟିଟିଲାଗଡ଼ ଅଞ୍ଚଳର ତିନିଜଣ ବିଶିଷ୍ଟ ମହିଳା ସମାଜ ସେବୀ ଅତିଥି ରୂପେ ଯୋଗଦେଇ ଥିଲେ। ଶ୍ରୀମତୀ ଅର୍ଚ୍ଚନା ଗୋଏଲ ଶିଶୁଙ୍କ ବିକାଶ ପ୍ରସଙ୍ଗ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ। ସେହିପରି ବିଦ୍ୟାଳୟ ପରିଚାଳନା କମିଟିର ସମ୍ପାଦକ ଶ୍ରୀମାନ ଡମ୍ବରୁଧର କର୍ମୀ “ଶିଶୁ ବିକାଶର ମାପଦଣ୍ଡ ଓ ପିତାମାତାଙ୍କ ଭୂମିକା” ପ୍ରସଙ୍ଗ ଉପରେ ବକ୍ତବ୍ଯ ପ୍ରଦାନ କରିଥିଲେ।
ଶିଶୁ ବାଟିକା ବିଭାଗର ଗୁରୁଜୀ ଗୁରୁମା ଶିଶୁମାନଙ୍କୁ ନେଇ ଭାଷା ବିକାଶ, ବିଜ୍ଞାନ ଅନୁଭବ ଆଦି ପ୍ରାୟୋଗିକ କାଳାଂଶମାନ ପ୍ରଦର୍ଶନ କରିଥିଲେ। ଶିଶୁ ବାଟିକା ବିଭାଗର ଛାତ୍ରଛାତ୍ରୀ ମାନେ ସାମୂହିକ ସଂଗୀତ ପରିବେଷଣ କରିବା ସହିତ ନୃତ୍ୟାଭିନୟ ପ୍ରଦର୍ଶନ କରିଥିଲେ । ସଂସ୍କୃତ ଆଚାର୍ଯ୍ୟ ଶ୍ରୀଯୁକ୍ତ ପଙ୍କଜ ବେହେରା ମଞ୍ଚ ପରିଚାଳନା କରିଥିଲା ବେଳେ ଶିଶୁ ବାଟିକା ପ୍ରମୁଖ ସଂଯୁକ୍ତା ପାଣିଗ୍ରାହୀ ଉପସ୍ଥିତ ଅତିଥି ଅଧିକାରୀ ଓ ଅଭିଭାବକ ଅଭିଭାବିକାଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହିତ ପରିସମାପ୍ତ ହୋଇଥିଲା ।