ହରଭଙ୍ଗା :୫/୩(ଚିତ୍ତରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ ମହୁଲବୁରି ଓ କରଡ଼ି ଗ୍ରାମରେ ଅପରାହ୍ନ ପ୍ରାୟ ଘ:୨ଟା ସମୟ ରେ ହୋଇଥିଲା ଭୟଙ୍କର ଅଗ୍ନି କାଣ୍ଡ lମିଳିଥିବା ସୂଚନା ଅନୁଯାଇ କୌଣସି ଏକ ବ୍ୟକ୍ତି ଗାଁ ପାଖରେ ଥିବା ଏକ ପଡିଆ ରେ ନିଆଁ ଲଗାଇ ଚାଲିଯାଇଥିଲା ସେହି ନିଆଁ ଏକ ଭୟଙ୍କର ରୂପନେଇ ଏକର ଏକର ଜମିରେ ପଡ଼ିଥିବା ପାଳ ରେ ନିଆଁ ଲାଗିଯାଇଥିଲା l ଏହା ଦେଖିବା ମାତ୍ରକେ ଗାଁ ଲୋକ ସମସ୍ତେ ନିଆଁ କୁ ଆୟତ୍ତ କରି କରିବାକୁ ଚେଷ୍ଟା କରି ବିଫଳ ହେବାରୁ ବୌଦ୍ଧ ଅଗ୍ନିସମ ବାହିନୀ କୁ ଖବର ଦେଇଥିଲେ l
ଅଗ୍ନିଶମ ବାହିନୀ ଆସିଲା ବେଳକୁ ପ୍ରାୟ ୫ ଏକର ଜମି ଜଳି ପାଉଁଶ ହୋଇଯାଇଥିଲା l ସେଥିମଧ୍ୟରୁ ମହୁଲବୁରି କାର୍ତ୍ତିକ କୁମ୍ଭାର ଙ୍କ ପ୍ରାୟ ଏକ ଏକର ରେ ହୋଇଥିବା ଚଣା ଓ ଅନ୍ୟପଟେ ବ କରଡ଼ି ଗ୍ରାମ ର ଦେବରାଜ ନନ୍ଦ ଙ୍କ ପ୍ରlୟ ୨0 ଡେସିମିଲ ଜମିରେ ହୋଇଥିବା ମୁଗ ଗଛ ପୋଡି ନଷ୍ଟ ହୋଇଥିଲା l ସମସ୍ତ ପ୍ରକାର ପ୍ରୟାଶ ଜାରିରଖି ଅଗ୍ନିଶମ ବାହିନୀ ର ମୁଖ୍ୟ ପାତ୍ର ଜେ. କେ. ଦାସ ଙ୍କ ତାତ୍ଵାବଧାନରେ ତାଙ୍କ ସହକର୍ମୀ ଗୌରୀଶଙ୍କର, ନିରାକାର ବେହେରା, ଏବଂ ଜୋଲିଶ କୁମାର ପ୍ରମୁଖ ଆସି ନିଆଁ କୁ ଆୟତ୍ତ କରିଥିଲେ l