ନାବାଳିକା ଅପହରଣ ମାମଲା, ଦୁଇ ଗିରଫ

29 0

ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ନାବାଳିକା ଅପହରଣ ମାମଲାରେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ତରଭା ପୋଲିସ I ପୋଲିସର ସୂଚନା ମୁତାବକ ଗତ ଜାନୁୟାରୀ ୩ ତାରିଖ ଦିନ ସୁବର୍ଣ୍ଣପୁର ଜିଲ୍ଲା ପାଇକବାହାଲ ଗ୍ରାମର ୧୭ ବର୍ଷର ନାବାଳିକା ଝିଅର ଅପହରଣ କରାଯାଇଥିବା ନେଇ ତରଭା ଥାନାରେ ଲିଖିତ ଅଭିଯୋଗ ହୋଇଥିଲା I

ପରେ ତରଭା ପୋଲିସ ଏକ ମାମଲା ରୁଜୁ କରିବା ସହ ଏକ ସ୍ବତନ୍ତ୍ର ଟିମ ଗଠନ କରି ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ I ଗିରଫ ଅଭିଯୁକ୍ତ ମାନଙ୍କ ମଧ୍ୟରୁ ଜଣେ ତରଭା ଥାନା ଅନ୍ତର୍ଗତ ଦେଉଳପଦର ଗ୍ରାମର ବିନୟ ବାଗ ପିତା ସୁଶୀଲ ବାଗ ଓ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅନ୍ତର୍ଗତ ତାଙ୍କ ସହଯୋଗୀ ଭିଣୋଇ ବିଶ୍ୱଜିତ ହରିପାଲ ବୋଲି ଜଣା ପଡିଛି I

ଅଭିଯୁକ୍ତ ଦ୍ବୟ ନାବାଳିକାକୁ ନେଇ ମହାରାଷ୍ଟ୍ର ରାଜ୍ୟର ମୁମ୍ବାଇର ଠାଣେ ଥାନା ଅନ୍ତର୍ଗତ ଦିଭା ଠାରେ ଲୁଚାଇଥିବା ପୋଲିସ ଖବର ପାଇଥିବାବେଳେ ତରଭା ପୋଲିସର ତିନି ଜଣିଆ ଟିମ ଯାଇ ନାବାଳିକା ଝିଅକୁ ଉଦ୍ଧାର କରିବା ସହିତ ଅଭିଯୁକ୍ତ ଦ୍ବୟଙ୍କୁ ଧରିବାରେ ସଫଳ ହୋଇ ତରଭା ଥାନାକୁ ଆଣିଥିଲେ I ତେବେ ନାବାଳିକା ଝିଅର ଡାକ୍ତରୀ ମାଇନା କରାଯାଇଥିବା ବେଳେ ଆଜି ଅଭିଯୁକ୍ତ ଦ୍ବୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ନେଇ ଥାନାଧିକାରୀ ସୁବ୍ରତ ପାଣିଗ୍ରାହୀ ସୂଚନା ଦେଇଛନ୍ତି I

 

Related Post

ବଡ଼ବିଲ ଥାନାରେ ହତ୍ୟା ଅଭିଯୁକ୍ତର ଆତ୍ମହତ୍ୟା ଉଦ୍ୟମ , ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଚକିତ କରୁଛି ଏଭଳି ଘଟଣା

Posted by - November 21, 2019 0
କେନ୍ଦୁଝର:ବଡ଼ବିଲ ଥାନା ହାଜତରେ ଜଣେ ହତ୍ୟା ଅଭିଯୁକ୍ତ ଆତ୍ମହତ୍ୟା ଉଦ୍ୟମ କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ବଡ଼ବିଲ ସରକାରୀ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ଘଟଣାରୁ ପ୍ରକାଶ ଯେ…

କଳାହାଣ୍ଡି ପୋଲିସ ର ସଫଳତା, ଅନ୍ତଃଜିଲ୍ଲା ଡକାୟତ ଦଳ ଗିରଫ, ବିପୁଳ ଟଙ୍କା, ସୁନା, ରୂପା, ମାରଣାସ୍ତ୍ର ଜବତ

Posted by - August 7, 2022 0
ଭବାନୀପାଟଣା:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାହାଣ୍ଡି ଜିଲ୍ଲା ରେ ଆତଙ୍କରାଜ ଚଳାଇ ଲୋକଙ୍କ ଆଖିରୁ ନିଦ ହଜାଇ ଥିବା ଅନ୍ତଃଜିଲ୍ଲା ଡକାୟତ ଦଳ କୁ ଧରିବାରେ…

କଳାହାଣ୍ଡି ରେ ଡକାୟତଙ୍କ ଆତଙ୍କ, କାଉଡୋଳା ଗାଁ ରେ ଡକାୟତ ଲୁଟିନେଲେ ସୁନାଗହଣା,ନଗଦ ଟଙ୍କା

Posted by - June 27, 2022 0
ଭବାନୀପାଟଣା :(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) କଳାହାଣ୍ଡି ଜିଲ୍ଲା ଆମପାଣି ଥାନା ଅଧୀନସ୍ଥ କାଉଡୋଳା ଗ୍ରାମର ସୁରଥ ସରାବୁ(୬୫) ଙ୍କ ଘରେ ଶନିବାର ବିଳମ୍ବିତ…

ବାବା ବେଶରେ ଆସି ଦିନ ଦ୍ବିପ୍ରହରରେ ମହିଳାଙ୍କ ଠାରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର

Posted by - November 25, 2021 0
ଜଳେଶ୍ୱର :(ପ୍ରଭାକର ମଲ୍ଲିକ) ବାବା ବେଶରେ ଆସି ମହିଳାଙ୍କ ପାଖରୁ ଲୁଟି ନେଲେ ଲକ୍ଷାଧିକ ଟଙ୍କା ର ସୁନା ଅଳଙ୍କାର ଏବଂ ନଗଦ ଟଙ୍କା । ବାଲେଶ୍ବର…

ଚାରିଛକ ଶିକ୍ଷକ କଲୋନୀରେ ୭୫ହଜାର ଟଙ୍କା ସହ ୩ ଭରି ସୁନା ଲୁଟ୍

Posted by - October 13, 2021 0
ବୌଦ୍ଧ: ୧୩/୧୦( ଚିତରଂଜନ ସିଂ)  ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଚାରି ଛକ ସ୍ଥିତ ଏସବିଆଇ ଶାଖା ନିକଟରେ ଥିବା ଶିକ୍ଷକ କଲୋନୀରେ ଏକ ବଡ଼ ଧରଣର…