ମୁନିଗୁଡା :(ରମାକାଂତ ପୋଧାଲ୍)ମୁନିଗୁଡା ଭବାନୀପାଟଣା ମୁଖ୍ୟ ରାସ୍ତା ରେ କିଛିଦିନ ହେବ କ୍ରମାଗତ ଭାବରେ ଦୁର୍ଘଟଣା ଘଟୁ ଥିବାବେଳେ , ଆଜି ଦହିଖାଲ ପେଟ୍ରୋଲ ପମ୍ପ ଆଗରେ ଟ୍ରକ ଧକ୍କା ଦେଇଛି ଏକ ବାଇକ କୁ ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଆହତ ହୋଇଛନ୍ତି । ଆହତ ଙ୍କୁ ମୁନିଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରାଯାଇଥିବା ବେଳେ । ଉତ୍ୟକ୍ତ ଲୋକେ ମୁଖ୍ୟ ରାସ୍ତା କୁ ଅଭରୋଧ କରିଥିବା ଦେଖିବାକୁ ମିଳିଛି ।ବାଇକ ନମ୍ବର od18 k 2323 କୁ ଟ୍ରକ ନମ୍ବର cg 15 th 1279
କୁ ଧକା ଦେଇ କ୍ଷିପ୍ର ଗତିରେ ପଳେଇଯାଉଥିବା ଟ୍ରକ କୁ ଅମ୍ବାଦଳା ଅଧିକାରୀ ଭାରତ ମାଝୀ କଳାହାଣ୍ଡି ସୀମା ସିକରକୁପା ଠାରେ ଧରି ଅମ୍ବାଦଳା ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଛି ।ମୃତକ ଜଣକ ଲାକମିପୁର ଗ୍ରାମର ନକୁଳ ବାଣିଆ ବୋଲି ଜଣାପଡିଛି ।ଘଟଣା ର ତଦନ୍ତ ରେ ଲାଗିପଡିଛି ଅମ୍ବାଦଳା ପୋଲିସ । କ୍ଷତିଗ୍ରସ୍ତ ଲୋକଙ୍କୁ ବୁଝାସୁଝା କରି ରାସ୍ତା ଅବରୋଧ କୁ ହଟେଇ ବା କୁ ଲାଗିପଡିଛି ଅମ୍ବାଦଳା ପୋଲିସ ।
