ଉଦ୍ୟୋଗୀ ସପ୍ତାହ ପାଳନ ସାମ୍ବାଦିକ ସମ୍ବିଳନୀ

40 0

ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଉତ୍ସବ ଆୟୋଜନ ର ମୂଳଲକ୍ଷ୍ୟ 

ସୁବର୍ଣ୍ଣପୁର;02/03(ଅଜିତ କୁମାର ପୁଜାହାରୀ)ଆଜି ଜିଲ୍ଲା ଶିଳ୍ପ କେନ୍ଦ୍ର ସୁବର୍ଣ୍ଣପୁର ତରଫରୁ ଉଦ୍ୟୋଗୀ ସପ୍ତାହ ପାଳନ ଅବସରରେ ଏକ ସାମ୍ବାଦିକ ସମ୍ବିଳନୀ ଡି ଆର ଡି ଏ ସଭା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସାମ୍ବାଦିକ ସମ୍ବିଳନୀ ରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ନିହାର ରଞ୍ଜନ କହଁର ଯୋଗ ଦେଇ ଉଦ୍ୟୋଗୀ ସପ୍ତାହ -2023 ପାଳନ ର ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିଥିଲେ l ମାର୍ଚ୍ଚ 5 ରୁ ମାର୍ଚ୍ଚ 9 ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ରୟାଲ ପଡିଆରେ ଉଦ୍ୟୋଗୀ ସପ୍ତାହ ପାଳନ କରାଯିବ l

ଏହି ଅବସରରେ ଏକ ଶିଳ୍ପ ପ୍ରଦର୍ଶନୀ ର ଆୟୋଜନ କରାଯିବ l ଏଥିରେ 45 ଟି ଷ୍ଟଲ ରେ ଜିଲ୍ଲା ର ବିଭିନ୍ନ ଉଦ୍ୟୋଗୀ / ସ୍ଵଂୟ ସହାୟକ ଗୋଷ୍ଠୀ ଭାଗ ନେଇ ତାଙ୍କ ଦ୍ରବ୍ୟ ର ବିକ୍ରି କରିପାରିବେ l ଉକ୍ତ ସପ୍ତାହ ପାଳନ ଅବସରରେ ବିଭିନ୍ନ ଦିବସରେ ଉଦ୍ୟୋଗୀ ମାନଙ୍କ ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଅବଗତ କରାଯିବା ସହ ତାର ବଜାରୀ କରଣ ଓ ବ୍ୟାଙ୍କ ରୁ କିଭଳି ଆର୍ଥିକ ସହଯୋଗ ପାଇବେ ସେଥିପାଇଁ ବିଶେଷ ଧ୍ୟାନ ଦିଆଯିବ l ଛାତ୍ର ଛାତ୍ରୀ ମାନଙ୍କୁ ଉଦ୍ୟୋଗୀକତା କୁ ଆକର୍ଷିତ କରିବା ପାଇଁ ବକ୍ତୃତା, ରଚନା ଓ ଚିତ୍ରାଙ୍କନ ପ୍ରତିଯୋଗିତା ର ଆୟୋଜନ କରାଯିବ ବୋଲି ସୂଚନାପ୍ରଦାନ କରାଯାଇଛି l

ଏହି ଆୟୋଜନ ଜିଲ୍ଲାରେ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ସହ ଆଗାମୀ ଦିନରେ ଜିଲ୍ଲାରେ ଉଦ୍ୟୋଗ ପ୍ରତି ଅନ୍ୟମାନେ ମଧ୍ୟ ଆକୃଷ୍ଟ ହେବl ସହ ଆର୍ଥିକ ମାନଦଣ୍ଡରେ ସୁଦୃଢତା ଆସିପାରିବ l ଉକ୍ତ ସାମ୍ବାଦିକ ସମ୍ବିଳନୀ ରେ ଜିଲ୍ଲା ଶିଳ୍ପ କେନ୍ଦ୍ର ର ସାଧାରଣ ପରିଚାଳକ ଶ୍ରୀଯୁକ୍ତ ବଳଭଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ବିନୀ କୁମାର ଭୋଇ,ହସ୍ତ ଶିଳ୍ପ ବିକାଶ ଅଧିକାରୀ ଶ୍ରୀ ଦେବାଶିଷ ମିଶ୍ର, ଶିଳ୍ପ କେନ୍ଦ୍ର ର ସୁରେଶ ସାହୁ, ଜଗନ୍ନାଥ ଧରୁଆ, ସୁଶୀଲ ବାରିକ ପ୍ରମୁଖ ଉପସ୍ଥିତ ଥିଲେ l

 

Related Post

ବାଲିଆ ପଂଚାୟତ ବାଲିଆ ଗ୍ରାମରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ

Posted by - October 11, 2022 0
ଯାଜପୁର :(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁର ବରି ବ୍ଳକ ବାଲିଆ ପଂଚାୟତ ବାଲିଆ ଗ୍ରାମରେ ପ୍ରସ୍ତାବିତ ମଦ ବାର ଖୋଲିବାକୁ ବିରୋଧ କଲେ ପଂଚାୟତବାସୀ । ଏ…

ମନ ମୁଣ୍ଡା ପଞ୍ଚାୟତରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରକୁ ନେଇ ଲକ୍ଷ୍ୟ ଲକ୍ଷ୍ୟ ଟଙ୍କାର କାରବାର

Posted by - January 27, 2022 0
ବୌଦ୍ଧ: (ଚିତ୍ତ ରଂଜନ ସିଂ )ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ମନ ମୁଣ୍ଡା ଗ୍ରାମ ପଂଚାୟତରେ ଦେଖିବାକୁ ମିଳିଛି ନିର୍ବାଚନୀ ର ଆଇନ ଉଲଂଘନ ।ମନ ମୁଣ୍ଡା…

ଟ୍ୟୁମର ରୋଗରେ କବଳିତ ୧୦ ବର୍ଷୀୟ କୃଷ୍ଣର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

Posted by - June 15, 2021 0
ନବରଙ୍ଗପୁର:(ବେଣୁ ଗୋପାଳ ରାଓ) ସାଙ୍ଗସାଥି ମାନଙ୍କ ସହିତ ଖେଳଖୁଦ ଓ ପାଠ ପଡିବା ବୟସରେ ରୋଗ ଗ୍ରସ୍ତ ହୋଇ ବିଛଣାରେ ପଡ଼ିରହିଛି ୧୦ ବର୍ଷର ବାଳକ l…

ସିକ୍ୟୁରିଟୀ ଗାର୍ଡ ନିଯୁକ୍ତିରେ ଠକାମୀ

Posted by - December 13, 2022 0
ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ସାରା ଦେଶରେ ବେକାରୀ ସସମ୍ୟା ବଢି ଚାଲିଥିବା ବେଳେ ଚାକିରୀ ଟିଏ ପାଇଁ ଅନେକ ଯୁବକ ଯୁବତୀ ଠକାମୀର ଶୀକାର ହେଉଛନ୍ତି । ଏମିତିକି…

ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ

Posted by - April 14, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ସୁବର୍ଣ୍ଣପୁର ଜିଲ୍ଲା ସଦର ମହକୁମାରେ ଦୁଇ ଦୁଇଟି ପ୍ରକଳ୍ପର ଶୁଭ ଉଦଘାଟନ ହୋଇଯାଇଛି l ମିଶନ ଶକ୍ତି ଦ୍ବାରା ଏକ ଡାଲି ପ୍ରୋସେସିଂ ଓ…