ଟିଟିଲାଗଡ ପୌରପରିଷଦ ପରିସରରେ କାର୍ଯ୍ୟରତ ଏସଏଚଜି ମହିଳା ତଥା କର୍ମଚାରୀ ଙ୍କୁ ୫୯ ଟି ସାଇକେଲ ବଣ୍ଟନ କଲେ ମନ୍ତ୍ରୀ

58 0
ଟିଟିଲାଗଡ:(ସଞ୍ଜୟ କୁମାର ନାୟକ)ଓଡ଼ିଶା ସରକାରଙ୍କ ଗ୍ରୁହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଗୋଷ୍ଠୀ ସହଭାଗିତା ଉତ୍ସବ ପାଳିତ। ମହିଳାଙ୍କୁ ସଶକ୍ତ , ସ୍ବାବଲମ୍ବୀ କରାଇବାରେ ରାଜ୍ୟ ସରକାର ବିଭିନ୍ନ ଯୋଜନା ହାତକୁ ନେଇଛନ୍ତି। ଲୋକସେବା ଭବନରୁ ଭିଡିଓ କନଫରେନ୍ସ ମାଧ୍ୟମରେ ରାଜ୍ୟ ବ୍ୟାପି ୮୦୦୦ ସାଇକେଲ ବିତରଣ କରିଛନ୍ତି ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ। ଏହି ଆଠ ହଜାର ସାଇକେଲ ଭିତରୁ ଟିଟିଲାଗଡ ପୌର ପରିଷଦ ଅଧୀନରେ କାର୍ଯ୍ୟରତ ମିଶନ ଶକ୍ତି ଏସଏଚଜି ଗୃପ ର ମହିଳା ମାନଙ୍କୁ ଯଥା ସ୍ୱଚ୍ଛ କର୍ମୀ, ସ୍ୱଚ୍ଛ ସାଥୀ ଓ ସ୍ୱଚ୍ଛ ସୁପର ଭାଇଯର ଓ ଅନ୍ୟାନ୍ୟ ବିଭାଗରେ କାର୍ଯ୍ୟ କରୁଥିବା ମହିଳାଙ୍କୁ ୫୯ ସାଇକେଲ ବଣ୍ଟନ ହୋଇଛି। ଏହି ଅବସରରେ ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତି ବାସନ୍ତୀ ହେମ୍ରମ ମଧ୍ଯ ନିଜର ଅଭିଭାଷଣ ପ୍ରଦାନ କରିଥିଲେ।
ପୌର ନିର୍ବାହୀ ଅଧିକାରୀ ଶ୍ରୀ ବିପିନ ଦୀପଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ପୌର ପରିଷଦ ପରିସରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ସାଇକେଲ ବିତରଣ ଅବସରରେ ମୁଖ୍ୟ ଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁ ଯୋଗ ଦେଇଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ସହାୟକ ଜିଲ୍ଲାପାଳ ଡ଼ ଲଳିତ ବାଗ,ଚନ୍ଦ୍ର ପ୍ରକାଶ ଦେହୁରି,ଟିଟିଲାଗଡ ପୌରପରିଷଦର ଅଧ୍ୟକ୍ଷା ଶ୍ରୀମତୀ ମମତା ଦେବି ଜୈନ,ଉପାଦ୍ଧକ୍ଷ। ଶ୍ରୀମତି ପୁଷ୍ପା ମଞ୍ଜରି ଜାଲ ଉପସ୍ଥିତ ଥିଲେ। ମହିଳା ମାନଙ୍କୁ ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ଏହି ମାଗଣା ସାଇକେଲ ବଣ୍ଟନ ଦ୍ୱାରା ସମାଜର ତଳ ସ୍ତରର ବହୁତ ମହିଳା ଉପକୃତ ହୋଇ ପାରିବେ। ଏହି ଅବସରରେ ମନ୍ତ୍ରୀ ଶ୍ରୀମତି ସାହୁ ରାଜ୍ୟ ସରକାରଙ୍କ ମହିଳାଙ୍କୁ ସ୍ବାବଲମ୍ବୀ କରିବା ପାଇଁ କରୁଥିବା କାର୍ଯ୍ୟ ତଥା ଯୋଜନାର ପ୍ରଶଂସା କରିବା ସହ ସେ ନିଜ ଉଦାହରଣ ଦେଇ କହିଥିଲେ ଯେ ମୁଁ ନିଜେ ଜଣେ ଗୃହିଣୀରୁ ଆଜି ରାଜ୍ୟର କେବିନେଟ ମନ୍ତ୍ରୀ ,ଏହି ପଦବୀରେ ବସେଇଛନ୍ତି ଆମର ମୂଖ୍ୟମନ୍ତ୍ରୀ।
ମହିଳାଙ୍କୁ ସଦାବେଳେ ଅଗ୍ରାଧିକାର ଦେବା ସହ ମହିଳାଙ୍କୁ ରୋଜଗାରକ୍ଷମ କରାଇବାରେ ମୂଖ୍ୟ ମନ୍ତ୍ରୀ ସଦାବେଳେ ତତ୍ପର ହେବା ସହ ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହି ଅବସରରେ ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ ମିଶ୍ର, ରାଜ୍ୟସଭା ସାଂସଦଙ୍କ ପ୍ରତିନିଧି ରମେଶ ଅଗ୍ରୱାଲ, ଟିଟିଲାଗଡ ପୌର ପରିଷଦର ସମସ୍ତ କାଉନସିଲର, ବିଭିନ୍ନ ଏସଏଚଜି ମହିଳା ଏବଂ ବିଜେଡି କର୍ମୀ ମାନେ ଉପସ୍ଥିତ ଥିଲେ। ଉପଜିଲ୍ଲପାଳ ସରକାରଙ୍କ ଯୋଜନାର ତଦାରଖ କରିବା ପାଇଁ ଏକ ଟିମ ସହରର ବିଭିନ୍ନ ୱାର୍ଡ ପରିଦର୍ଶନ କରିବା ନେଇ ଘୋଷଣା କରିଥିଲେ, ତାହାର ନା ଦିଆହୋଇଛି ଚାଲ ପଡ଼ାକେ ଜିମାବୁଲି।

Related Post

ପର୍ଲା ଠାରେ ବିଜେଡି ସାଙ୍ଘଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଙ୍କୁ ଭବ୍ୟ ସ୍ୱାଗତ

Posted by - March 4, 2023 0
ଧର୍ମଗଡ଼: ତା ୪/୩(ହେମନ୍ତ କୁମାର ମାଝୀ)କଲାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ପର୍ଲା ଠାରେ ବିଜେଡି ସାଙ୍ଘଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ,ଧର୍ମଗଡ଼ ବିଧାୟକ ମୌସୁଧି ବାଗ,ଜୁନାଗଡ଼…

ଯାଜପୁରରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ

Posted by - August 15, 2020 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )ଯାଜପୁରରେ କୋରୋନା କଟକଣା ମଧ୍ୟରେ ୭୪ ତମ ଜିଲାସ୍ତରୀୟ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଜିଲା ହାଇସ୍କୁଲ ପଡିଆରେ ଅନୁଷ୍ଠିତ ଏହି…

ଏଲ୍ ଆର୍ ଲ କଲେଜ ସମସ୍ୟା ଦୁର ହେବ କେବେ:- ଆଲୁମିନି ଆସୋସିଏସନ

Posted by - December 26, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଆଜି ସମ୍ବଲପୁର ଏଲ୍ ଆର୍ ଲ କଲେଜ ର ସର୍ବାଙ୍ଗୀନ ବିକାଶ ସହ କଲେଜ ଯେଉଁ ପଙ୍ଗୁ ଅବସ୍ଥାରେ ଅଛି ତାହାକୁ ସୁଧାର କରିବାକୁ ଦାବି…

ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ସମ୍ବଲପୁରୀ ଦିବସ ରୂପେ ପାଳନ

Posted by - August 1, 2022 0
ସୋନପୁର:(ଅଜିତ କୁମାର ପୂଜାହାରି)ଅଗଷ୍ଟ ୧ ସମ୍ବଲପୁରୀ ଦିନ। ସମ୍ବଲପୁରୀ ଭାଷା ସାହିତ୍ୟ ଜନକ ଗୁରୁ ସତ୍ୟ ନାରାୟଣ ବହିଦାରଙ୍କ ଜନ୍ମ ଦିବସକୁ ପ୍ରତ୍ୟେକ ବର୍ଷ ପଶ୍ଚିମ ଓଡିଶା…

ଯାଜପୁରରେ ମେଡିକାଲ ଅକ୍ସୀଜେନ ଏବଂ ଉତ୍ପାଦିକରଣ ପ୍ରକଳ୍ପ ର ଭିତ୍ତିପ୍ରସ୍ତର ସ୍ଥାପନ

Posted by - June 24, 2021 0
ଯାଜପୁର ଟାଉନ : (ଆନନ୍ଦ ଚନ୍ଦ୍ର ସାହୁ )ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଭିଡିଓ କନଫରେନ୍ସ ମାଧ୍ୟମରେ ଯାଜପୁର ମୁଖ୍ୟ ଚିକିତ୍ସାଳୟ ପରିସରରେ ତରଳ ମେଡିକାଲ ଅକ୍ସୀଜେନ…