ଗ୍ରାମୀଣ ଲୋକକଳା ସଂଚାର ମହୋତ୍ସବ ଉଦଯାପିତ ଵିଲୁପ୍ତ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଆହ୍ୱାନ

42 0

ଖପ୍ରାଖୋଲ  : (ତାପସ ରଞ୍ଜନ ବେହେରା) ଆଧୁନିକତା ର ପ୍ରଭାବରେ ସମାଜରୁ ହଜିଯାଉଛି ଅନେକ ଲୋକ କଳା ଏବଂ ଲୋକ ସଂସ୍କୃତି ଏହାର ପୁନୋରୁଦ୍ଧାର ଆବଶ୍ୟକ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରାଣାଳୟ ସାହାୟତାରେ ଖପ୍ରାଖୋଲ ବ୍ଳକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡା ଠାରେ ଓଂ ବୈଦିକ ସଂସ୍କୃତି ପରିଷଦ ପକ୍ଷରୁ ଅନୁଷ୍ଠିତ ଲୋକକଳା ସଂଚାର ମହୋତ୍ସବ ର ଉଦଯାପନୀ ଉତ୍ସବରେ ମତ ପ୍ରକାଶ ପାଇଥିଲା। ଏହି ଅବସରରେ ଆୟୋଜିତ ଉଦଯାପନୀ ଉତ୍ସବ ରେ ଓମ୍ ବୈଦିକ ସାଂସ୍କୃତିକ ପରିଷଦ ର ସଭାପତି ଭରତ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବରିଷ୍ଠ କଳାକାର ଅକ୍ଷୟ କୁମାର ସାହୁ ,ସମ୍ମାନିତ ଅତିଥି ରୂପେ ହରପ୍ରସାଦ ମାଝୀ,ରୁଦ୍ର ମଲ୍ଲିକ,ରଘୁନାଥ ସିଂ ବରିହା ,ହରିବୋଲ ପୋଡ଼ ପ୍ରମୁଖ ଯୋଗ ଦେଇଥିଲେ।

ସାମ୍ପ୍ରତିକ ସମୟରେ ଅନେକ ଲୋକ ବାଦ୍ୟ ,ଲୋକ ସଂଗୀତ ,ଲୋକନୃତ୍ୟ ବିଲୁପ୍ତ ହେଉଥିବା ବେଲେ ତାର ସୁରକ୍ଷା ସହ କଳାକାର ମାନଙ୍କ ସାମାଜିକ ସୁରକ୍ଷା ଉପରେ ଅତିଥି ମାନେ ମତପୋଷଣ କାରିଥିଲେ। ତିନି ଦିନ ଧରି ଅନୁଷ୍ଟିତ ଉତ୍ସବରେ ବିଭିନ୍ନ କାର୍ଯ୍ୟକ୍ରମ ପରିବେଷିତ ହୋଇଥିବା ବେଳେ ଆଲୋଚନା ଚକ୍ର, କର୍ମଶାଳା ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ କୁ ସମ୍ପାଦକ ଥବୀର ଚରଣ ସାହୁ, ବିନୋଦ ପ୍ରଧାନ ପରିଚାଳନା କରିଥିବା ବେଳେ କଳା କାର, କଳାପ୍ରେମୀ ଯୋଗଦେଇଥିଲେ। ଶେଷରେ ପ୍ରଦୀପ ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।

Related Post

ଲଗାଣ ବର୍ଷାରେ ଶତାୟୁ ବିଶାଳ ବରଗଛ ଟଳି ପଡିଲା,୮ଘଣ୍ଟା ଧରି ରାସ୍ତା ଜାମ

Posted by - August 10, 2022 0
ମୁନିଗୁଡା:୯-୮ (ରମାକାନ୍ତ ପଡାଲ)ରାୟଗଡା ଜିଲ୍ଲା ମୁନିଗୁଡା ଥାନା ଅନ୍ତର୍ଗତ ମୁନିଗୁଡା-ବାଲିଗୁଡା ରାସ୍ତାର ହୁକୁମାତୋଳା ଛକରୁ ଶହେ ମିଟର ଆଗକୁ ଏକ ବିଶାଳ ବରଗଛ ଲଗାଣ ବର୍ଷାରେ ଉପୁଡି…

ବଲାସୀଙ୍ଗା ମହୁଲ ମୂଲ ମହିମା ଆଶ୍ରମ ପରିଦର୍ଶନ କଲେ ବୌଦ୍ଧ ଜିଲ୍ଲାପାଳ

Posted by - February 26, 2023 0
ବୌଦ୍ଧ : (ଚିତ୍ତ ରଞ୍ଜନ ସିଂହ) ବୌଦ୍ଧ ସଦର ବ୍ଲକ ବଢ଼ିଗାଁ ପଂଚାୟତ ବଲାସିଙ୍ଗା ଗ୍ରାମରେ ମହିମା ଧର୍ମର ଜ୍ଞାନପୀଠ ମହୁଲମୂଲ ମହିମା ପିଠ ଅବସ୍ଥିତ I…

ଦମେଇପାଲି ଗାଁ ରେ ଅବକାରୀ ବିଭାଗ ର ଚଢ଼ାଉ ୯୫୦ ଲିଟର ମଦ ଜବତ ୪ ଗିରଫ

Posted by - August 8, 2022 0
ଖପ୍ରାଖୋଲ :(ତାପସ ରଞ୍ଜନ ବେହେରା) ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକ ଦମେଇପାଲି ଗାଁ ରେ ପାଟଣାଗଡ଼ ଅବକାରୀ ବିଭାଗ ପକ୍ଷରୁ ବେଆଇନ ମଦ କାରବାର ଚାଲିଥିବା ଜାଣି…

ଐତିହାସିକ ସ୍ଥଳି ଉନ୍ନତି ଦାବି

Posted by - January 11, 2022 0
ସୋନପୁର:(ଅଜିତ କୁମାର ପୁଝାରୀ)ସୋନପୁର ସହରର ସଚେତନ ନାଗରିକ ଙ୍କୁ ନେଇ ସିତାଂଶୁ ଶେଖର ମିଶ୍ରଙ୍କ ନେତୃତ୍ୱରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ…