ଟିଟିଲାଗଡ/ମୁରିବାହାଲ : (ସଞ୍ଜୟ କୁମାର ନାୟକ) ମୁରିବାହାଲ ବ୍ଳକ ସ୍ଥିତ କୁଲୁବାହାଲ ହାଇସ୍କୁଲ ଠାରେ ବିଦ୍ୟାଶ୍ରୀ ପିଲାଙ୍କ ଭ୍ରାମ୍ୟମାଣ ପାଠାଗାର ଅନୁଷ୍ଠିତ ହୋଇଥିଲା । ଏଥିରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଘୁନାଥ ଗିରି ସଭାପତିତ୍ବ କରି ଛାତ୍ରଛାତ୍ରୀ ପୁସ୍ତକ ମନସ୍କ ହୋଇ ବାରମ୍ବାର ପୁସ୍ତକ ପଢ଼ିବାକୁ ବୁଝାଇ ଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ କ୍ଷମା ନିଧି ପୁଟେଲ, ଚଳନ୍ଧର ସାହୁ ,ବିନୋଦ ମହାପାତ୍ର,ଗ୍ରନ୍ଥ କୀଟ ହୋଇ ଜ୍ଞାନ ଅର୍ଜନ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ପ୍ରତି ଯୋଗିତା ହୋଇ ଥିଲା। ଏଥିରେ ମାନସ ମେହେର,ଦୀପକବଏ, ସଞ୍ଜନା ସେଠ୍ ପୁରସ୍କୃତ ହୋଇଥିଲେ। ଶେଷରେ ପାଠାଗାରର ଆୟୋଜକ ବୃନ୍ଦାବନ କୁମ୍ଭାର ବିଦ୍ୟାଳୟର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।
