ମାଲପଡ଼ାରେ ଗ୍ରାମୀଣ ଲୋକ କଳା, ସଂଚାର ମହୋସ୍ଵବ ଉଦଘାଟିତ

67 0

ଖପ୍ରାଖୋଲ : (ତାପସ ରଞ୍ଜନ ବେହେରା)  ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ପଞ୍ଚାୟତ ମାଲପଡା ଠାରେ ଓମ୍ ବୈଦିକ ସାଂସ୍କୃତିକ ପରିଷଦ ତରଫରୁ କେନ୍ଦ୍ର ସଂକୃତି ମନ୍ତ୍ରାଳୟ ସହାୟତାରେ ଗ୍ରାମୀଣ ଲୋକ କଲା ସଂଚାର ମହୋତ୍ସବ ସୋମବାର ଉଦଘାଟିତ ହୋଇଯାଇଛି। ଉଦଘାଟନୀ ଉତ୍ସବରେ ବୈଦିକ ସଂସ୍କୃତିକ ପରିଷଦ ସଭାପତି ଭାରତ ସାହୁ ଅଧ୍ୟକ୍ଷତା କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ବଲାଙ୍ଗିର ଜିଲ୍ଲା ସଂସ୍କୃତି ଅଧିକାରୀ ରଶ୍ମିରଞ୍ଜନ ମିଶ୍ର, ମୁଖ୍ୟ ବକ୍ତା ରୂପେ, ଜିଲ୍ଲା ସଂସ୍କୃତି ସଂଘ ଉପ ସଭାପତି ନାଟ୍ୟ ଭୂଷଣ ଜଗଦାନନ୍ଦ ଛୁରିଆ , ସମ୍ମାନିତ ଅତିଥି ରୂପେ ବରିଷ୍ଟ କଳାକାର ହରିବୋଲ ପୋଡ଼, ପଶ୍ଚିମ ଓଡ଼ିଶା ଲୋକ କଲା ପୁନରୁଦ୍ଧାର ସମିତି ସଭାପତି ଅମିଲ ପୁଟେଲ , ସୁନାରାମ ପୁଟେଲ , ଜିଲ୍ଲା ସଂଯୋଜକ ମିନିକେତନ ପଧାନ, ଅଭୟ ତ୍ରିପାଠୀ , ବାଲ କୃଷ୍ଣ ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ।

ଏହି ଅବସରରେ ବୈଦିକ ସଂସ୍କୃତିକ ପରିଷଦ ସମ୍ପାଦକ ଥବିର ଚରଣ ସାହୁ କାର୍ଯ୍ୟକ୍ରମର ବିବରଣୀ ପଠନ କରିବା ସହ ବିଲୁପ୍ତ ଲୋକ କଲା ଲୋକ ସଂସ୍କୃତି କୁ ପୁନରୁଦ୍ଧାର ପାଇଁ ଆହ୍ବାନ ଦେଇଥିଲେ। ଏହି ଅବସରରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ସଂଚାର ,ଖଞ୍ଜଣି , କରମ ସାନି , ଘୁଡ଼କା ନାଚ ଓ ବିଭିନ୍ନ ଲୋକ ନୃତ୍ୟ, ଲୋକ ବାଦ୍ୟା ପରିବେଷଣ ହୋଇଥିଲା । କାର୍ଯ୍ୟକ୍ରମକୁ ବିନୋଦ ପ୍ରଧାନ ପରିଚାଳନା କରିଥିଲେ। ଏହି ଅବସରରେ କଳାକାରଙ୍କୁ ଉପଢୌକନ, ମାନ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇ ଥିବା ବେଳେ ତିନି ଦିନ ଧରି ମହୋତ୍ସବ ହେବ ବୋଲି ଜଣାଯାଇଛି।

Related Post

ଯୁବ ଫେରି ବ୍ୟବସାୟୀ ନିଖୋଜ

Posted by - March 7, 2021 0
ଯାଜପୁର ଅଫିସ :ଯାଜପୁର ଜିଲ୍ଲା ବିଂଝାରପୁର ଥାନା ଅନ୍ତର୍ଗତ ବିଂଝାରପୁର ବଜାର ନିକଟରେ ଦୀର୍ଘ ଦିନ ଘର ଭଡ଼ା ନେଇ ନେଇ ଫେରି ବ୍ୟବସାୟ କରୁଥିବା ପଶ୍ଚିମବଙ୍ଗ…

ଗୋ ଚିକିତ୍ସା ଶିବିର ଅନୁଷ୍ଠିତ 

Posted by - August 23, 2021 0
ଯାଜପୁର ବରାହନାଥ ଗ୍ରାମରେ ଗୀତା ଜାଗରଣ ପରିଷଦ ପକ୍ଷରୁ ଗୋ ଚିକିତ୍ସା ଶିବିର ଅନୁଷ୍ଠିତ ଅନୁଷ୍ଠିତ ହୋଇଯାଇଛି । ସଭାପତି ପ୍ରତୀମା କରଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି…

ଶ୍ରୀ ନୀଳକଣ୍ଟେଶ୍ଵର ଶିବ ମନ୍ଦିରରେ ” ଚାରି ପ୍ରୋହରି ମା ମନ୍ତ୍ର ନାମ ଯଜ୍ଞ ଏବଂ ତ୍ରିନାଥ ମେଳା ଅନୁଷ୍ଠିତ “

Posted by - November 7, 2021 0
ନବରଙ୍ଗପୁର::(ବେଣୁ ଗୋପାଳ ରାଓ)ଆଜି ତୃତୀୟା ଗତେ ଚତୁର୍ଥୀ ତିଥି ତଥା ପବିତ୍ର କାର୍ତିକ ମାସ ପାପଡାହାଣ୍ଡି ବ୍ଲକ ଏକରୀ ଗ୍ରାମ ଶ୍ରୀ ନୀଳକଣ୍ଟେଶ୍ଵର ଶିବ ମନ୍ଦିର ରେ…

ଜିଲ୍ଲା ପ୍ରଶାସନ ଉଦ୍ୟମରେ ସେଂଟ୍‌ ଜାଭିୟର୍ସ ସ୍କୁଲରେ ଗଠନ ହେଲା ହକି ଟିମ୍‌

Posted by - February 22, 2023 0
ବୌଦ୍ଧ : (ଚିତ୍ତରଞ୍ଜନ ସିଂ) ସମଗ୍ର ରାଜ୍ୟରେ ହକିର ଭିତ୍ତିଭୂମି ପାଇଁ ଉଦ୍ୟମ ହେଉଥିବାବେଳେ ନୂତନ ହକି ଖେଳାଳୀ ସୃଷ୍ଟି ପାଇଁ ବୌଦ୍ଧ ଜିଲ୍ଲା ପ୍ରଶାସନ ସ୍ୱତନ୍ତ୍ର…

ଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଯାଜପୁର ଅତିରିକ୍ତ ଜିଲାପାଳଙ୍କୁ ଦାବୀପତ୍ର  ପ୍ରଦାନ 

Posted by - October 2, 2021 0
ଯାଜପୁର ଜିଲା ବଡଚଣା ବ୍ଲକ ଶୁଖୁଆପଡା ଅଂଚଳର ପଥର କାରିଗର ମାନଙ୍କୁ କଂଚାମାଲ ମିଳୁନଥିବା ବେଳେ ସ୍ଥାନୀୟ ପୋଲିସ ସେମାନଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ଏ ନେଇଓଡିଶା ଶିଳ୍ପୀ ମହାସଂଘ ପକ୍ଷରୁ ଏକ ଦାବୀ ପତ୍ର ଯାଜପୁର ଅତିରିକ୍ତ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି  ସ୍ଥାନୀୟ ପୋଲିସ କଂଚାମାଲକୁ ଜବତ କରିବା ସହିତ କର୍ମଚାରୀଙ୍କୁ ହଇରାଣ ହରକତ କରୁଥିବା ଅଭିଯୋଗ ହୋଇଛି । ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଦାବୀ କରାଯାଇଛି ।