ପୁସ୍ତକ ‘ କେସିଙ୍ଗା ବିଦ୍ୟାପୀଠରୁ ମସୁରୀ ‘ ଉନ୍ମୋଚିତ

42 0

କେସିଙ୍ଗା :(ପ୍ରିତେଶ ପଟେଲ)ଏନ୍‌ଏନ୍ଏ‌ସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ବିଦ୍ୟାପୀଠ ପରିସରରେ ଏକ ସୁନ୍ଦର ପରିବେଶରେ ଉନ୍ମୋଚିତ ହୋଇଯାଇଛି। ବିଶିଷ୍ଟ ଲେଖିକା ତଥା ଗାଳ୍ପିକା ଯାଜ୍ଞସେନୀ ସାହାଙ୍କ ପୁସ୍ତକ ’କେସିଙ୍ଗା ବିଦ୍ୟାପୀଠରୁ ମସୁରୀ’ ବିଶିଷ୍ଟ ଲେଖକ ତଥା ସାହିତ୍ୟିକ ରାସବିହାରି ବେହେରାଙ୍କ ସଭାପତିତ୍ୱରେ ଉନ୍ମୋଚିତ ହୋଇଯାଇଛି। ଏଥିରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିଲେ କଳାହାଣ୍ଡି ଜିଲ୍ଲାପାଳ ପି ଅନ୍ୱେଷା ରେଡ୍ଡୀ, ମୁଖ୍ୟବକ୍ତା ଭାବରେ ଯୋଗଦେଇ ଥିଲେ କୁଳ ସଚିବ ସମ୍ବଲପୁର ବିଶ୍ଵବିଦ୍ୟାଳୟ ଡ. ନୃପରାଜ ସାହୁ। ଅନ୍ୟତମ ଅତିଥି ଭାବରେ ଯୋଗଦେଇଥିଲେ ରାଜ୍ୟ ପ୍ରକଳ୍ପ ଅଧିକାରୀ (ଓସେପା) ଅନୁପ ସାହା, ଡେପୁଟି ଆର୍‌ଓସି ଓଡ଼ିଶା କଟକ ତୃପ୍ତି ଶର୍ମା ପୁସ୍ତକ ଲେଖିକା ଶ୍ରୀମତୀ ଯାଜ୍ଞସେନୀ ସାହା, ନବଦିଗନ୍ତର ପ୍ରକାଶକ ବିଭୁ ପ୍ରସାଦ ତ୍ରିପାଠୀ ପ୍ରମୁଖ ମଞ୍ଚାସୀନ ଥିଲେ।

ଏଠାରେ ପ୍ରକାଶଥାଉ କି ଗାଳ୍ପିକା ଯାଜ୍ଞସେନୀ ସାହା ଏହାର ଆଗରୁ ୩ଟି ପୁସ୍ତକ ରଚନା କରିଛନ୍ତି ସେ ଗୁଡିକ ହେଲା- ଶାମୁକାର ସ୍ଵପ୍ନ, ମାଟିରୁ ଆକାଶ ଓ ଚିଠି ପ୍ରଭୃତି ରଚନା କରି ବେଶ୍ ଚର୍ଚ୍ଚାରେ ଆସିବା ସହିତ ପାଠକମାନଙ୍କ ମନକୁ ଛୁଇଁଥିଲା। କେସିଙ୍ଗାର ଗର୍ବ ଓ ଗୌରବ ଆଇଏଏସ୍‌ ଅନୁପମ ସାହା କିପରି ସରକାରୀ ବିଦ୍ୟାପୀଠ ସ୍କୁଲରୁ ପାଠପଢି ଓଡ଼ିଶା ସରକାରଙ୍କ ଗୁରୁତ୍ଵପୂର୍ଣ୍ଣ ବିଭାଗ ରାଜ୍ୟ ପ୍ରକଳ୍ପ ଅଧିକାରୀ ହୋଇପାରିଛନ୍ତି ତାହା ବର୍ଣ୍ଣିତ ଅଛି। ଏହାର ପ୍ରେରଣାରେ ଅନେକ ମଧ୍ୟବିତ୍ତ ପରିବାର ପ୍ରେରଣା ପାଇ ନିଜର ପରିବାର ତଥା ଜିଲ୍ଲା ଓ ରାଜ୍ୟକୁ ଗୌରବ ଆଣିବେ ବୋଲି ବକ୍ତା ମାନେ ନିଜ ନିଜ ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ କେସିଙ୍ଗା ଏନ୍ଏ‌ସି ଅଧ୍ୟକ୍ଷ ନୃପରାଜ ଯାଦବ, ଏନ୍ଏ‌ସି କାର୍ଯ୍ୟନିର୍ବାହୀ ଅଧିକାରିଣୀ କିରଣ ବେହେରା, ଅନୁପ ସାହାଙ୍କ ଅଜା ଭୁବନେଶ୍ୱର ସାହା, ବାପା ଡ. ହେମସାଗର ସାହା, ଡ. ଗୁଣସାଗର ସାହା ଅଞ୍ଚଳର ଶିକ୍ଷାବିତ୍ ଓ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇଥିଲେ। ମଞ୍ଚରେ ଅତିଥି ପରିଚୟ ପ୍ରଦାନ ରମେଶ କୁମାର ଜେନା କରିଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଡ. ଗୀ ତା ଶ୍ରୀ ପ୍ରିୟମ୍ବଦା ଓ ସହଯୋଗ କରିଥିଲେ ରୁବି ଚୌଧୁରୀ। ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା।

 

Related Post

ଜେଜେ ମା / ଜେଜେ ବାପା ଅଜା, ଆଇ ସମ୍ମିଳନୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ବଡବିଲ ରେ ଅନୁଷ୍ଠିତ

Posted by - November 19, 2019 0
ଅଦ୍ୟ ତା ୧୭,୧୧,୨୦୧୯(ରବିବାର)ରିଖ ଦିନ ୧୦ଟା ଘଟିକା ସମୟରେ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ର ଜେଜେବାପା, ଜେଜେମା ବା ଅଜା ଆଇ ମାନଙ୍କୁ ନେଇ ଏକ…

କୋଦୋଭଟା ଠାରେ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ନ୍ୟାୟ ପାଇ ଭୁର୍ଷାଗୁଡା ସରପଞ୍ଚ ଙ୍କ ସାମ୍ବାଦିକ ସମ୍ମିଳନୀ

Posted by - May 12, 2022 0
ବଙ୍ଗୋମୁଣ୍ଡା :(ଅଭିମନ୍ୟୁ ବହିଦାର) ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ତଥା ସିନ୍ଧେକେଲା ଥାନା ଭୁର୍ଷାଗୁଡା ପଞ୍ଚାୟତରେ ମନରେଗା କାମକୁ ନେଇ ଗାଁରେ ଗଣ୍ଡଗୋଳ ପରେ ଥାନାରେ ଦ୍ୱାରସ୍ତ…

ଟାଟା ପାୱାର ନର୍ଦନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ର ଏକ ତାଲିମ ଶିବିର ଅନୁଷ୍ଠିତ 

Posted by - September 21, 2021 0
ଯାଜପୁର ବିରଜା କଲ୍ୟାଣମଣ୍ଡପ ପରିସରରେ ଟାଟା ପାୱାର ନର୍ଦନ ଓଡିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ଼ ର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛିI ଯାଜପୁର ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ଭଵ ପ୍ରସାଦ ଦାସ ଏହି ଶିବିରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ଧରଣୀଧର ସାହୁଙ୍କ ସଭାପତିତ୍ଵରେ ଯାଜପୁର ବିଦ୍ୟୁତ ବିଭାଗ ର ଅଧିକ୍ଷଣ ଯନ୍ତ୍ରୀ ବିଭୁ ପ୍ରସାଦ ସାହୁ ମୁଖ୍ୟ ଅତିଥି,ଯାଜପୁର ବିଦ୍ୟୁତ ବିଭାଗ ମୁଖ୍ୟ ଦେବବ୍ରତ ପଣ୍ଡା , ଯାଜପୁର ବିଡିଓ ସୌରଭ ଚକ୍ରବର୍ତ୍ତୀ ପ୍ରମୁଖ ଯୋଗ ଦେଇ ଗ୍ରାହକ ଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ।ବିଦ୍ୟୁତ ବିଭାଗ ଭଳି ଗୁରୁତ୍ୱ ପୂର୍ଣ ବିଭାଗ ରେ ଗ୍ରାହକ ସେବା କୁ ପ୍ରାଥମିକତା ଦେବାକୁ ପରାମର୍ଶ ଦିଆଯାଇଥିଲା।

ବସ୍ତା ବ୍ଲକରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ବାରା ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ ଶିବିର

Posted by - October 24, 2021 0
ବସ୍ତା:(ପ୍ରଭାକର ମଲ୍ଲିକ )ବାଲେଶ୍ବର ଜିଲ୍ଲା ବସ୍ତା ବ୍ଲକ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ,ଓଡିଶା ସରକାରଙ୍କ ଦ୍ବାରା ଦଶମ ପର୍ଯ୍ୟାୟ ଭିନ୍ନକ୍ଷମ…

ତେଲେନପାଲି ରେ ସ୍ୱୟଂ ସହାୟକ ଦଳ ଦକ୍ଷତା ବିକାଶ ତାଲିମ ଶିବିର

Posted by - July 28, 2022 0
ଖପ୍ରାଖୋଲ: ୨୭/୦୭(ତାପସ ରଞ୍ଜନ ବେହେରା) ଖପ୍ରାଖୋଲ ବ୍ଲକ ତେଲେନପାଲି ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଦେବଦତ୍ତ କ୍ଲବ ଏବଂ ନାବାର୍ଡ ବଲାଙ୍ଗିର ସହାୟତା ରେ ସ୍ୱୟଂ ସହାୟକ ଗୋଷ୍ଠୀର…