ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ସଂଘ କାଶୀପୁର ପକ୍ଷରୁ ପୁଣି ରାଜ୍ୟ ବ୍ୟାପି ଆନ୍ଦୋଳନ ପାଇଁ ପୂର୍ବ ପ୍ରସ୍ତୁତି ବୈଠକ

782 0

କାଶୀପୁର : (ଅଞ୍ଜନ କୁମାର ନାଏକ) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ଆଜି ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି । ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ନେତୃତ୍ୱରେ ଗତ ୨୦୨୨ ମସିହାର ନଭେମ୍ବର ମାସ ଠାରୁ ଆରମ୍ବ ହେଇଯାଇଥିବା ଆନ୍ଦୋଳନ ରେ ୩ ଦଫା ସମ୍ବଳିତ ଦାବି କୁ ନେଇ ଲକ୍ଷାଧିକ ଶିକ୍ଷକ ରାଜ୍ୟ ରାଜଧାନୀ ଆନ୍ଦୋଳନ ରେ ଯୋଗ ଦେଇଥିଲେ । ଫଳରେ ରାଜ୍ୟର ଶିକ୍ଷା ବ୍ୟବସ୍ଥା ଏକପ୍ରକାର ଠପ ହେଇଯାଇଥିବା ବେଳେ ଅଣାୟତ ସ୍ଥିତି କୁ ସୁଧାକରିବାକୁ ସରକାର ଡିସେମ୍ବର ୨୯ ତାରିଖରେ ସଙ୍ଘ ନେତୃବୃନ୍ଦ ସହିତ ବିଭାଗୀୟ ସଚିବ ଓ ମୁଖ୍ୟଶାସନ ସଚିବ ମଧ୍ୟରେ ଏକ ଆଲୋଚନା ସ୍ଥିର ହେଇଯାଇଥିଲା ।

ପୁଣି ଉକ୍ତ ଦାବି ଗୁଡିକୁ କାର୍ଯ୍ୟକ୍ଷମ କରିବାକୁ ସରକାର ପକ୍ଷରୁ ପ୍ରତିଶ୍ରୁତି ଦେଇଥିବା ବେଳେ ମହାସଂଘ କୁ ଆନ୍ଦୋଳନ ପ୍ରତ୍ୟାହୃତ କରିବାକୁ ଅନୁରୋଧ କରିଥିଲେ । କିନ୍ତୁ ପ୍ରତିଶୃତି ର ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ସରକାର ଏ ଦିଗରେ ଦୃଷ୍ଟି ଦେଉନାହାନ୍ତି । ଏଭଳି ସ୍ଥିତିରେ ରାଜ୍ୟ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘ ପୁନର୍ବାର ଉକ୍ତ ଦାବି ପୂରଣ ନିମନ୍ତେ ଦେଇଥିବା ଆହ୍ଵାନ କ୍ରମେ ଆଜି କାଶୀପୁର ବ୍ଲକ ଶିକ୍ଷକ ସଂଘ ସଭାପତି ସମନାଥ ଗରଡ଼ା ଙ୍କର ନେତୃତ୍ୱ ଓ କାର୍ଯ୍ୟକାରୀ ସଭାପତି ଅରୁଣ ନାଏକ ଙ୍କର ପରିଚାଳନା ରେ କାର୍ଯ୍ୟରତ ଶତାଧିକ ଶିକ୍ଷକ/ଶିକ୍ଷୟିତ୍ରୀ କାଶୀପୁର ବ୍ଲକ ଅନ୍ତର୍ଗତ ଡୁଦୁକା ବାହାଲ ପ୍ରାଥମିକ ବିଦ୍ୟାଳୟର ପରିସରରେ ଏକତ୍ରିତ ହୋଇ ଥିଲେ ।

ବୈଠକରେ ଉକ୍ତ ଦାବି କୁ ନେଇ ପୁନର୍ବାର ଆନ୍ଦୋଳନ ପାଇଁ ଅଣ୍ଟା ଭିଡ଼ିବାକୁ ଓ ମହାସଂଘ ର ନିଷ୍ପତ୍ତି ପ୍ରକାରେ ଚଳିତ ଫେବ୍ରୁଆରୀ ୨୭ ତାରିଖ ଠାରୁ ଭୁବନେଶ୍ୱର ପହଞ୍ଚି ନିଜ ନିଜର ବିଧାୟକ ଙ୍କୁ ବାସଗୃହ ରେ ଦାବି ଓ ପରବର୍ତ୍ତୀ ସମୟରେ ଜୋରଦାର ଆନ୍ଦୋଳନ ରେ ଯୋଗ ଦେବାକୁ ଆଲୋଚନା ସମ୍ମତି ପ୍ରକାଶ ପାଇଥିଲା । ଉକ୍ତ ବୈଠକରେ ଯୋଗ ଦେଇଥିବା ଶତାଧିକ ଶିକ୍ଷକ ଶିକ୍ଷୟିତ୍ରୀ ମଧ୍ୟରୁ କମଳା କାନ୍ତ ପଟ୍ଟନାୟକ ,ହେମନ୍ତ ମହାରଣା, ଲିପ୍ତ କେଶରୀ ବେହେରା, ଚନ୍ଦ୍ରାବତୀ ପଣ୍ଡା, ଅନୁରାଧା ଦେ, ଅନିତା ବେହେରା, ଅରୁଣ କୁମାର ନାୟକ, ପୁରୋସ୍ତମ ନାଏକ,ମହେନ୍ଦ୍ର ବେହେରା, ବିଜୟ କୁମାର ଭୋଳ,ତୃଷାନ୍ତ ନାଏକ, ଦଶରଥ ନାଏକ,ବିରଞ୍ଚି ସେଠି, ତ୍ରିଦେଵ ବିଡିକା , ପ୍ରଭାତ କୁମାର ମିଶ୍ର ଓବିକ୍ରମ ବେହେରା ଅନ୍ୟ ପ୍ରମୁଖ ଉପସ୍ଥିତ ଥିଲେ ।

Related Post

ତୀର୍ଥକ୍ଷେତ୍ର ପାଲଟିଲା କିନାମ ଗ୍ରାମ

Posted by - March 6, 2023 0
ମୁନିଗୁଡ଼ା:(ରମାକାଂତ ପୋଧଲ୍)କୁମୁଡାବାଲି ପଞ୍ଚାୟତ ଅନ୍ତର୍ଗତ କିନାମ ରେ ଅନୁଷ୍ଠିତ ହୋଇଯାଇଛି ଅଷ୍ଟପ୍ରହରୀ ନାମ ଯଜ୍ଞ। ଆଦିତ୍ୟ ବାହିନୀ ମୁନିଗୁଡ଼ା ଶାଖା ଦ୍ବାରା ପ୍ରତି ଗାଁ ରେ ଶ୍ରୀମଦ୍ଭାଗବଦ୍…

ଆସନ୍ତା କାଲି ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ଉତ୍ସାହିତ କରିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା

Posted by - May 29, 2020 4
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ )କୋରୋନା ଯୋଦ୍ଧାଙ୍କ କାର୍ଯ୍ୟକୁ ସମ୍ମାନ ଜଣାଇବା ସହିତ ସେମାନଙ୍କୁ ଉତ୍ସାହିତ କରିବା ଉଦ୍ଧେଶ୍ୟରେ ଆସନ୍ତାକାଲି ସଂଧ୍ୟା ୫.୩୦ ମିନିଟ୍‌ରେ ସମସ୍ତଙ୍କୁ ବନ୍ଦେ ଉତ୍କଳ…

ସ୍କୁଲ ରୂପାନ୍ତର ପର୍ବରେ ସାମିଲ ହେଲା ସମ୍ବଲପୁର ର ୨୫ ସ୍କୁଲ

Posted by - November 17, 2021 0
ସମ୍ବଲପୁର:(ରମାକାନ୍ତ ବିଶ୍ବାଳ)ଗାଁ ସ୍କୁଲ ରେ ଘରୋଇ ସ୍କୁଲ ର ପରିବେଶ ପାଇବେ ଛାତ୍ରଛାତ୍ରୀ । ସରକାରଙ୍କ 5-ଟି ସ୍କୁଲ ଟ୍ରାନ୍ସଫରମେସନ କାର୍ଯ୍ୟକ୍ରମରେ ସମ୍ବଲପୁର ଜିଲ୍ଲାର 25 ଗୋଟି…

ବେନୁପଡ଼ା ଗାଦିବ୍ରହ୍ମ ମଠର ନୂତନ ମହନ୍ତ ବାବାଜୀ ଶିଶିର ଦାସଙ୍କର ଦାୟିତ୍ୱ ଗ୍ରହଣ

Posted by - October 20, 2022 0
ଭୁବନେଶ୍ୱର : (ବ୍ୟୁରୋ) ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକ୍‍ସ୍ଥିତ ବେନୁପଡ଼ାଠାରେ ଥିବା ପ୍ରସିଦ୍ଧ ଗାଦିବ୍ରହ୍ମ ପୀଠ ମଠର ନୂତନ ମହନ୍ତ ବାବାଜୀ ଶ୍ରୀଶ୍ରୀ ଶିଶିର ଦାସ ଦାୟିତ୍ୱ…

“ନୀଳଚକ୍ର” ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀ ଙ୍କ ଜୟନ୍ତୀ ଓ ଶ୍ରଦ୍ଧାଂଜଳି ସଭା

Posted by - October 3, 2021 0
ସମ୍ୱଲପୁର:(ରମାକାନ୍ତ ବିଶ୍ବାଳ)ରାଜ୍ୟର ଅଗ୍ରଣୀ ସାମାଜିକ ଓ ସାଂସ୍କ୍ରୁତିକ ଅନୁଷ୍ଠାନ “ନୀଳଚକ୍ର” ସମ୍ୱଲପୁର ଜିଲ୍ଲା ଶାଖା ପକ୍ଷରୁ ସ୍ଥାନୀୟ ଶାସନ ଏକାମ୍ର ବିହାର ସ୍ଥିତ “ନୀଳଚକ୍ର” କାର୍ଯ୍ଯାଳୟ ପରିସରରେ…