ହରଭଙ୍ଗା: (ଚିତ୍ତ ରଞ୍ଜନ ସିଂ) ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅଧୀନରେ ଥିବା ବିଭିନ୍ନ ବନାଞ୍ଚଳ ରେ ଏବେ ନିଆଁ ଆତଙ୍କ ଦେଖିବାକୁ ମିଳୁଛି !କାଗଜ ପତ୍ର ରେ ଚାଲିଛି ବନବିଭାଗର ନିଆଁ ଲିଭା କାର୍ଯ୍ୟ ।ବାସ୍ତବରେ ଫଳ ଶୂନ!ରାସ୍ତା କଡ଼, ଥାନ ସାମ୍ନା, ବିଭାଗୀୟ କାର୍ଯାଳୟ ନିକଟରେ ନିଆଁ ଲାଗିଲେ ଜାଣି ପାରୁନି ବନ ବିଭାଗ ଏଣୁ ଜଣାପଡୁଛି ଉପାନ୍ତ ପାହାଡିଆ ଅଂଚଳ ରେ ଜଙ୍ଗଲ ଅବସ୍ଥା କଣ ହେଉଥିବ ! ଗତ କାଲି ସନ୍ଧ୍ୟା ସମୟରେ ପୁରୁଣା କଟକ ବନାଞ୍ଚଳ ପୁରୁଣା କଟକ ଥାନl ପାଖରେ ରାସ୍ତା କଡ ଜଙ୍ଗଲ ରେ ନିଆଁ ଲାଗିଥିବା ବେଳେ ବିଭାଗୀୟ ଅଧିକାର ଜାଣିପାରିନଥିବା ବେକେ ସ୍ଥାନୀୟ ଚାରିଛକ ବାସିନ୍ଦା ମାନେ ଅଗ୍ନିଶମ ବାହିନୀକୁ ଖବର ଦେଇ ଥିଲେ ଫଳରେ ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇ ନିଆଁ କୁ ଆୟତ୍ତ କରିଥିଲେ ।
ଅପର ପକ୍ଷେ ମାଧପୁର ବନାଞ୍ଚଳ NH୫୭ରୁ କୁସଙ୍ଗ କୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା କଡରେ ତଳଗାଁ ପଂଚାୟତ ଗଣ୍ଡପାଜୁ ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି !ଏପଟେ ବିଭାଗୀୟ ଅଧିକାରୀ ପାଖରେ ପ୍ରତିଦିନ କାଗଜ କଲମରେ ନିଆଁ ଲିଭା ହେଉଛି ବୋଲି ତଥ୍ୟ ରହୁଥିବା ବେଳେ ସେପଟେ ନିଆଁ ପ୍ରଭାବରେ ଜଙ୍ଗଲ ଧ୍ବଂସ ସହିତ ଜଙ୍ଗଲୀ ପଶୁ, ପକ୍ଷୀ ସରୀସୃପ ନିଆଁ ରେ ପୋଡିହୋଇ ଲୋପ ହେବାକୁ ବସିଲେଣି ! ଏହି ଭଳି ବନ ବିଭାଗୀୟ କର୍ମଚାରୀ ଙ୍କ ଖାମ ଖିଆଲି କାର୍ଯ୍ୟକୁ ନେଇ ଚାରିଛକ ଅଂଚଳ ର ବାସିନ୍ଦା ମାନେ ବନବିଭାଗ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି ।