ରାଇରଙ୍ଗପୁର:ବାମନଘାଟୀ ଉପଖଣ୍ଡ ବିଜାତଳା ବ୍ଲକ୍ ର ବିଜାତଳାଠାରେ ପଶୁପକ୍ଷୀ ପାଳନ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି |ଉକ୍ତ ଶିବିରରେ ରାଇରଙ୍ଗପୁର ରେଂଜର ସତ୍ୟବ୍ରତ ପଟ୍ଟନାୟକ,ବିଜାତଳା ବ୍ଲକ୍ ଏଭିଏଏସ୍ ଦିଲ୍ଲିପ କୁମାର ବେହେରା,ରାଇରଙ୍ଗପୁର ଲାଇଭଲିହୁଡ ପ୍ରଜେଟ୍ ସହଯୋଗୀ ଶୁଭ୍ରାଶୁ କୁମାର ନାୟକ,ରାଇରଂଗପୁର ପ୍ରଜେଟ୍ ସହଯୋଗୀ ତାଲିମ ଓ କୌଶଳ ଆଶିଶ କୁମାର ମହାନ୍ତ,ବଡାମତଳିଆ ବିଭାଗ ଫରେଷ୍ଟି ଏମଡି ମୁସଲିମ,ବଡାମତଳିଆ ବିଭାଗ ଫରେଷ୍ଟ ଗାର୍ଡ କାରେନ୍ କିସ୍କୁ ଓ ବିଜାତଳା ବ୍ଲକ୍ ବିଡିଓ ଜେ ଆର୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ |
ଉକ୍ତ ତାଲିମ ଶିବିରରେ ଗୃହପାଳିତ ପଶୁପକ୍ଷୀମାନଙ୍କର ବିଭିନ୍ନ ରୋଗ ଓ ଟୀକା ସଂପର୍କରେ ତାଲିମ ସହିତ ଅଗ୍ରଣୀ ଚାଷୀମାନଙ୍କୁ ପଶୁପକ୍ଷୀମାନଙ୍କର ପ୍ରାଥମିକ ଚିକିତ୍ସା ପଦ୍ଦତି ଉପରେ ଆଲୋଚନା କରାଯାଇଥିଲା |ଏହି ତାଲିମ ଶିବିରରେ ମଧ୍ୟ ଅଗ୍ରଣୀ ଚାଷୀମାନେ ଯୋଗ ଦେଇଥିଲେ |