ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ ଆଇଏଏସ ଯୋଡି

25 0

ଭୁବନେଶ୍ବର/ବଲାଙ୍ଗିର : ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଓ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ବିବାହ କରିବାକୁ ଯାଉଛନ୍ତି ।  ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଖୁବଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବେ । ସମ୍ବଲପୁର ଜିଲ୍ଲାପାଳଙ୍କ ସରକାରୀ ବାସଭବନରେ ରୀତିନୀତି ଅନୁଯାୟୀ ନିର୍ବନ୍ଧ ଶେଷ ହୋଇଥିଲା। ଖୁବ କମ ସରକାରୀ ଅଧିକାରୀ ତଥା ପରିବାର ଲୋକଙ୍କ ଗହଣରେ ଏହି ନିର୍ବନ୍ଧ କରାଯାଇଥିବା ସୂଚନା ରହିଛି।

ସୂଚନା ଅନୁଯାୟୀ, ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣାଙ୍କ ପରିବାର ଲୋକେ ଶନିବାର ଠାରୁ ସମ୍ବଲପୁରରେ ଉପସ୍ଥିତ ରହିଥିବା ବେଳେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟାଙ୍କ ପରିବାର ଲୋକେ ମଧ୍ୟ ସମ୍ବଲପୁରରେ ଉପସ୍ଥିତ ରହିଥିଲେ ।  ସମ୍ବଲପୁର ଜିଲ୍ଲାପାଳଙ୍କ କଚେରୀ ନିକଟସ୍ଥ ସରକାରୀ ବାସଭବନରେ ନିର୍ବନ୍ଧ ଅତି ନିରାଡ଼ମ୍ବର ଭାବରେ କରାଯାଇଥିଲା । ଏହି ଯୋଡି଼  ସମ୍ବଲପୁରର ଏକ ସୁନା ଦୋକାନକୁ ଯାଇ ସୁନା ଗହଣା କିଣିଥିଲେ । ଉଲ୍ଲେଖଯୋଗ୍ୟ ଯେ, ଉଭୟ ଜିଲ୍ଲାପାଳ ପୂର୍ବରୁ ବିବାହ କରି ସାରିଥିବା ବେଳେ ଏହା ସେମାନଙ୍କର ଦ୍ଵିତୀୟ ବିବାହ ଅଟେ । ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ପୂର୍ବରୁ ବର୍ତମାନର ରାୟଗଡା ଜିଲ୍ଲାପାଳ ସ୍ଵଧାଦେବ ସିଂହଙ୍କୁ ବିବାହ କରିଥିଲେ । ବ୍ୟକ୍ତିଗତ କାରଣରୁ ଉଭୟଙ୍କ ବିବାହ ବିଚ୍ଛେଦ ଘଟିଥିଲା । ଅନ୍ୟପଟେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ପୂର୍ବରୁ ବର୍ତମାନର କୋରାପୁଟ ଜିଲ୍ଲାପାଳ ଅବଦୁଲ ଏମ ଅଖତରଙ୍କୁ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ମତଭେଦ କାରଣରୁ ଉଭୟଙ୍କର ମଧ୍ୟ ବିବାହ ବିଚ୍ଛେଦ ଘଟିଥିଲା ।

କିଛି ମାସ ହେବ ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ସେମାନେ ବିବାହ ନେଇ ସ୍ଥିର କରିଥିଲେ । ଏହି ନିର୍ବନ୍ଧ କାର୍ୟ୍ୟକ୍ରମରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲି ସୁନୀଲ ନର୍ବଣେ ଓ ସମ୍ବଲପୁର ଏସପି ବାତୁଲା ଗଙ୍ଗାଧର ଉପସ୍ଥିତ ରହିଥିଲେ । ଚଳିତ ସମ୍ବଲପୁର ଲୋକ ମହୋତ୍ସବ ୨୦୨୩ ଅବସରରେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ସମ୍ବଲପୁର ଆସିଥିବା ନେଇ ସୂଚନା ରହିଛି । ସୂଚନା ଥାଉ କି, ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଆସାମର ଝିଅ ହୋଇଥିବା ବେଳେ ବଲାଙ୍ଗୀର ଜିଲ୍ଲାପାଳ ଚଞ୍ଚଳ ରଣା ଓଡି଼ଶାର ବାସିନ୍ଦା ଅଟନ୍ତି । ତେବେ ଖୁବଶୀଘ୍ର ଏହି ଜିଲ୍ଲାପାଳ ଯୋଡି଼ ବିବାହ ବନ୍ଧନରେ ବାନ୍ଧି ହେବା ଚର୍ଚ୍ଚାରେ ଅଛି।ବଲାଙ୍ଗୀର ରୁ ଦୁର୍ଯ୍ୟୋଧନ ବର୍ଗେ

Related Post

ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ

Posted by - March 20, 2021 0
ଭୁବନେଶ୍ୱର ୨୦।୦୩: ଆଜି ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି। ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହି ସମୟରେ ରାଷ୍ଟ୍ରପତି ରାଉରକେଲା, ପୁରୀ…

ବେଆଇନ ମଦ ବିକ୍ରି ଖବର ପାଇ ଚଢ଼ଉ ବେଳେ ବ୍ୟାପକ ପରିମାଣରେ ପିଡ଼ିଏସ ଚାଉଳ ଜବତ

Posted by - February 23, 2022 0
ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ସହରର ମହାରାଜ ସାଗର କଡ଼ରେ ନୂତନ ଭାବେ ଆଇ ଲଭ ଟିଟିଲାଗଡ଼ ସେଲଫି ପଏଣ୍ଟ ଠାରେ ମଦୁଆ ଡେରା ପକାଉଥିବା ତଥା…

ଖାଦାନରେ ଚଢ଼ଉ,୨.୬କୋଟି ଟଙ୍କାର ପଥର ଜବତ, ୩ ହାଇୱା ଅଟକ

Posted by - January 30, 2019 0
ଯାଜପୁର: ଧର୍ମଶାଳା ତହସିଲର ଡଙ୍କାରୀ ପାହାଡ ବିବାଦ ଏବେ ଏନଜିଟି ଓ ସୁପ୍ରିମକୋର୍ଟ ର ବିଚାରଧୀନ ଥିବା ବେଳେ ଧର୍ମଶାଳା ତହସିଲଦାର ଓ ପୁଲିସ ଫୋର୍ସ ଆଜି…

ଏଥର ଓଡିଶା ରେ ବିଜେପି ସରକାର :-ଅମିତ ଶାହା

Posted by - August 8, 2022 0
ଭୁବନେଶ୍ବର: ଦୁଇ ଦିନିଆ ଓଡିଶା ଗସ୍ତରେ ଥିବା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରବିବାର ଭୁବନେଶ୍ବରରେ ପହଞ୍ଚିଥିଲେ  । ରାତିରେ ଭୁବନେଶ୍ବରର ରାତ୍ରି ଯାପନ ପରେ ସକାଳେ…

ଦେଶରେ କରୋନା ସ୍ଥିତିକୁ ନେଇ ପ୍ରଧାମନ୍ତ୍ରୀଙ୍କ ସମୀକ୍ଷା:ଭୟଭୀତ ନ ହୋଇ ସତର୍କ ରହିବାକୁ ପରାମର୍ଶ

Posted by - January 13, 2022 0
ଭୁବନେଶ୍ୱର:( ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତିକୁ ନେଇ ସମୀକ୍ଷା ବୈଠକ କରିବା…