ଟିଟିଲାଗଡରେ ଦୁଇ ଦିନିଆ ଜାତିୟ କୋସଲି ଭାଷା ସମ୍ମିଳନୀର ଆହ୍ବାନ – କୋସଲି ଭାଷାକୁ ଦିଆଯାଉ ସାମ୍ବିଧାନିକ ଅଧିକାର

28 0

ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) କୋସଲି ଭାଷା ପ୍ରେମୀ ମାନଙ୍କୁ ନେଇ ଦୁଇ ଦିନିଆ ଜାତୀୟ ସ୍ତରୀୟ କୋସଲି ଭାଷା ସମ୍ମିଳନୀର ଉଦଯାପନୀ ଉତ୍ସବରେ ଏକ ସ୍ଵରରେ ସମସ୍ତେ ଶପଥ ନେଲେ ଯେତେ ଦିନ ଯାଏଁ ସରକାର ସାମ୍ବିଧାନିକ ଅଧିକାର ନ ଦେଇଛନ୍ତି ସେତେଦିନ ଯାଏଁ ଜାରି ରହିବ ଆନ୍ଦୋଳନ। ଦିତୀୟ ଦିନ ଜାତୀୟ କୋସଲି ଭାଷା ସମ୍ମିଳନୀରେ ସକାଳ ୧୦ ରୁ ୧୨ ଘଣ୍ଟା ଯାଏଁ କୋସଲି ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶ୍ରୀ ସେବକ ଚରଣ ଦାସଙ୍କ ସଭାପତିତ୍ବରେ ଏହି ପ୍ରବନ୍ଧ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଏଥିରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଘାସିରାମ ମିଶ୍ର, ସମ୍ମାନୀତ ଅତିଥି ଭାବେ ଶ୍ରୀମତି ରଞ୍ଜୁବାଳା ବେହେରା ,ଡ ଗୋବର୍ଦ୍ଧନ ସାହୁ ,ଡ ପରମେଶ୍ବର ମୁଣ୍ଡ , ଡ ବ୍ରଜ ମୋହନ ମେହେର ଅତିଥି ହୋଇଥିବା ବେଳେ ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ଜ୍ୟୋତି ପ୍ରକାଶ ଗଡତିଆ ଏବଂ ଧନ୍ୟବାଦ୍ ଜ୍ଞାପନ କରିଥିଲେ ଶ୍ରୀ ବୃନ୍ଦାବନ କୁମ୍ଭାର।

ଉଦଯାପନୀ ସଭାଟି ଶ୍ରୀ ଭିକାରୀ ଚରଣ ମିଶ୍ରଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବ ତଥା ମୁଖ୍ୟ ଆକର୍ଷଣ ଥିଲେ ପଦ୍ମଶ୍ରୀ ହଳଧର ନାଗ, ସମ୍ମାନିତ ଅତିଥି ଭାବେ ଶ୍ରୀ ଘିନୁ ଆଡଯୁଆଡ, କୋସ ଲି କବି ଟିକେଲାଲ ବେହେରା, ଭିକାରୀ ଚରଣ ମିଶ୍ର ମଞ୍ଚାସିନ ହୋଇଥିଲେ। ମଞ୍ଚ ପରିଚାଳନା କରିଥିଲେ ଶ୍ରୀ ସତ୍ୟବ୍ରତ ପଣ୍ଡା । ଉପସ୍ଥିତ ଅତିଥି ମାନେ ଏହି ଅଞ୍ଚଳର ଭାଷା ହେଉଛି କୋସଲି ଭାଷା, ଏହାକୁ ସାମ୍ବିଧାନିକ ଭାଷାର ସ୍ବୀକୃତି ପାଇବା କଥା ବୋଲି ମତ ପ୍ରକାଶ କରିଥିଲେ। ପଦ୍ମଶ୍ରୀ ହଳଧର ନାଗ କୋସଲି ଭାଷା ଓ ସଂସ୍କୃତି ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇ କହିଥିଲେ। ଶେଷରେ ଧନ୍ୟବାଦ୍ ଜ୍ଞାପନ କରିଥିଲେ କୋସଲି କବି ଟିକେଲାଲ ବେହେରା।

Related Post

ଟ୍ରାକ୍ଟର ଦୁର୍ଘଟଣାରେ ପୂର୍ବତନ ସରପଞ୍ଚଙ୍କ ପୁଅ ମୃତ

Posted by - February 5, 2023 0
ବେଲଗୁଣ୍ଠା:(ସୁଶାନ୍ତ କୁମାର ବେହେରା )ବେଲଗୁଣ୍ଠା ବ୍ଳକ୍ ମଙ୍ଗଳପୁର ଅଞ୍ଚଳରେ ଏକ ଟ୍ରାକ୍ଟର୍ ଦୂର୍ଘଟଣାଗ୍ରସ୍ତ ହେବା ଫଳରେ ଟ୍ରାକ୍ଟର୍ ଚାଳକ ଜଣଙ୍କ ମୃତ୍ୟୁ ବରଣ କରିଛନ୍ତି I ସୂଚନା…

ସୋନପୁରରେ ଚିତ୍ରଗୁପ୍ତ ପୂଜା ମହା ସମାରୋହ ରେ ପାଳିତ

Posted by - October 28, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୋନପୁର ସହର ଘୋଡ଼ାଘାଟପଡ଼ା ଠାରେ ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଚିତ୍ରଗୁପ୍ତ ପୂଜା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି…

କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ଅନୁଷ୍ଠିତ

Posted by - September 9, 2019 0
କେନ୍ଦୁଝର,୮/୯ କେନ୍ଦୁଝର ରେ ଆଜି ଅପରାହ୍ନରେ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସାମ୍ବାଦିକ କକ୍ଷରେ କେନ୍ଦୁଝର ଜିଲ୍ଲା ପ୍ରେସ କ୍ଲବର ସାଧାରଣ ନିର୍ବାଚନ ସର୍ବସମ୍ମତୀ କ୍ରମେ…

ମା ମାହେଶ୍ୱରୀ ଗୋ -ଶାଳା ଓ ଜରାଶ୍ରମ ରେ କର୍ମଶାଳା ବୈଠକ

Posted by - October 16, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ ଦନ୍ତା ପାଲି ଠାରେ ଥିବା ବୌଦ୍ଧ ଜିଲ୍ଲା ର ଏକ ମାତ୍ର “ଗୋଶାଳା “ରେ ଆଜି ଗ୍ରାମ୍ୟବିକାଶ…

ବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଦୁର୍ଘଟଣା

Posted by - August 9, 2022 0
ସୋନପୁର :(ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ସିଙ୍ଗିଯୁବା କଲେଜ ଛକ ନିକଟରେ ଏକ ବ୍ରିଜ଼ା କାର ଭାରସାମ୍ୟ ହରାଇ ରାସ୍ତା କଡ ରେ…