ବୌଦ୍ଧ ଜିଲ୍ଲା ରେ ସର୍ବ ପ୍ରଥମ ଆରମ୍ଭ ହେଲା ଖଜୁରୀ ଓ ତାଳ ରସରୁ ଗୁଡ଼ ପ୍ରସ୍ତୁତି,.ଜିଲ୍ଲା ପ୍ରଶାସନ ଦେଲା ଅନୁମତି

53 0

ବୌଦ୍ଧ :୨୨/୦୨ ( ଚିତ୍ତରଞ୍ଜନ ସିଂ)ବେଆଇନ ମାଦକ ଦ୍ରବ୍ୟ ଭାବେ ବିବେଚିତ ହୋଇଥିବା ଖଜୁରୀ ଓ ତାଳ ରସ କୁ ଆଜି ସର୍ବ ପ୍ରଥମେ ବୌଦ୍ଧ ଜିଲ୍ଲା ରେ ଏହାର ସଦୁପଯୋଗ ପାଇଁ ଜିଲ୍ଲା ପ୍ରଶାସନ ହାତ ବଢ଼ାଇଛି!ଏହି ମାଦକ ଦ୍ରବ୍ୟ ରୁ ପ୍ରସ୍ତୁତ ହେଉଛି ସୁ ମଧୁର ଗୁଡ଼!ଏହି ଗୁଡ଼ ତିଆରି କରିବାପାଇଁ ତାଲିମ୍ ମଧ୍ୟ ଦିଆଯାଉଛି!ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ପଂଚାୟତ ଅଧିନସ୍ଥ ନାଏକ ପଡା ଠାରେ ଆରମ୍ଭ ହୋଇଛି ଏହି ତାଲିମ୍ ଶିବିର!

ରାଜ୍ୟ ତାଳ ଗୁଡ଼ ସମବାୟ ସମିତି ଆନୁକୂଲ୍ୟରେ ରେ ଆରମ୍ଭ ହୋଇଛିଏହି ଖଜୁରୀ ଓ ତାଳ ରସ ରୁ ଗୁଡ଼ ପ୍ରସ୍ତୁତି ତାଲିମ୍ ଶିବିର!ଗତ କାଲି ବୌଦ୍ଧ ଜିଲ୍ଲା ପାଳ ସତ୍ୟ ରଞ୍ଜନ ସାହୁ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଏହି ତାଲିମ୍ ଶିବିର କୁ ଉଦ୍ଘାଟନ କରିଥିବା ବେଳେ ଅନ୍ୟ ତମ ଅତିଥି ଭାବେ ଉପ ଜିଲ୍ଲପାଳ ରବୀନ୍ଦ୍ର ନାଥ କହଁର,ରାଜ୍ୟ ତାଳ ଗୁଡ଼ ସମବାୟ ସମିତିର ସଭାପତି, ସମ୍ପାଦକ ଓ ଜିଲ୍ଲା ର ବିଭିନ୍ନ ବିଭାଗୀୟ ଅତିଥି ମାନେ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ!

ଶ୍ରୀ ସାହୁ ରାଜ୍ୟ ରେ ଗୁଡ଼ ର ପରିମାଣ ବୃଦ୍ଧି କରିବା ପାଇଁ ଆଖୁ ଚାଷ କ୍ରମଶଃ ଲୋପ ପାଇବାକୁ ବସିଥିବା ବେଳେ ତାଳ ଓ ଖଜୁରୀ ରୁ ପ୍ରସ୍ତୁତି ଏହି ଗୁଡ଼ ଚାହିଦା ମେଣ୍ଟାଈ ପାରିବ ବୋଲି ମତବ୍ୟକ୍ତ କରିଥିଲେ!ଏହି କାର୍ଯ୍ୟକ୍ରମ ପାଇଁ ଖଜୁରୀ ଓ ତାଳ ରସ ସଂଗ୍ରହ କରୁଥିବା ଚାଷୀ ମାନେ ଏକ ଭିନ୍ୟ ଆଇନ ଗତ ରୋଜଗାର ପନ୍ଥା ପାଇଥିବା ରୁ ଜିଲ୍ଲା ପ୍ରଶାସନ କୁ ସାଧୁବାଦ ଜଣାଇଛନ୍ତି!

Related Post

ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

Posted by - March 26, 2021 0
ଯାଜପୁର:(ଆନନ୍ଦ ଚନ୍ଦ୍ର ସାହୁ ) ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଜିଲ୍ଲା ରେଡ଼କ୍ରସ ଶାଖାର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ତଥା…

ସ୍ୟାଣ୍ଡଉଇଚ୍ ର ପ୍ରସ୍ତୁତି ଶିଖାଇଲେ ଜିଲ୍ଲାପାଳ

Posted by - February 12, 2022 0
ସୋନପୁର:(ଅଜିତ କୁମାର ପୂଝlରୀ)ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ନିକଟରେ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ମହାନଦୀ ପୋଲ ନିକଟସ୍ଥ ହିକୁଡି ଠାରେ କଫିଟେରିଆ ର ଶୁଭ…

ମାଓ ପୋଷ୍ଟର ଓ ବ୍ୟନର ଜବତ

Posted by - October 29, 2022 0
ନର୍ଲା : (ଅମୀୟ କୁମାର ଦାସ)  ନର୍ଲା ନିକଟସ୍ଥ ଅସୁରଗଡ଼ ଛକ ରେ ଏକ ବରଗଛ ଓ ପରିତ୍ୟକ୍ତ ବିଶ୍ରାମଗାର ରେ ଶୁକ୍ରବାର ଦିନ ସିପିଆଇଏମ ମାଓବାଦୀ…

ସମାଜ କଲ୍ୟାଣ ପରିଷଦ ସଭା ଗୃହରେ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଗୁରୁପୂର୍ଣ୍ଣିମା ପାଳିତ

Posted by - July 14, 2022 0
ଟିଟିଲାଗଡ :(ସଞ୍ଜୟ କୁମାର ନାୟକ)ପବିତ୍ର ଗୁରୁପୂର୍ଣ୍ଣିମା ଅବସରରେ ଟିଟିଲାଗଡ ଶ୍ରୀ କଲ୍ୟାଣ ସେବା ପରିବାର ତରଫରୁ ଧୁମଧାମରେ ଏହି ଦିବସକୁ ପାଳନ କରାଯାଇଛି। ସଂସ୍ଥାର ସଭାପତି ପ୍ରମୋଦ…

ସମ୍ବଲପୁର ସହରରେ ଧଳା ଜହର : ୬ ଗିରଫ

Posted by - July 3, 2022 0
ସମ୍ବଲପୁର :(ରମାକାନ୍ତ ବିଶ୍ବାଳ) ସମ୍ବଲପୁରରେ ସକ୍ରିୟ ବ୍ରାଉନ ସୁଗର କାରବାର। ସମ୍ବଲପୁର ଟାଉନ ଥାନା ପୋଲିସ ବ୍ରାଉନ ସୁଗର ଓ ବେଆଇନ କପ ସିରଫ କାରବାରରେ 6…