କୂଲୁତା ସମାଜର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ

49 0

ବୌଦ୍ଧ: ୨୧/୦୨(ଚିତ୍ତରଞ୍ଜନ ସିଂ)ହରଭଙ୍ଗା ବ୍ଲକ ଜିରାଡ଼ ଠାରେ କୂଲୁତା ସମାଜର ମୂଷାଡ଼ ଆଞ୍ଚଳିକ କେନ୍ଦ୍ରର କର୍ମକର୍ତ୍ତା ଚୟନ ଓ ବାର୍ଷିକ ଉତ୍ସବ ଜିରାଡ଼ ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲ୍ଲା ସଭାପତି ବିରଞ୍ଚି ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବାର୍ଷିକ ଅୟବ୍ୟୟ ହୋଇଥିବା ବେଳେ ପୂର୍ବତନ କର୍ମକର୍ତା ତଥା ସଭାପତି କୈଳାସ ପ୍ରଧାନ ବିଦାୟୀ କାଳୀନ ଅଭିଭାଷଣ ପରେ ନୂତନ କର୍ମକର୍ତା ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

ସର୍ବସମ୍ମତି କ୍ରମେ ବିକ୍ରମ ପ୍ରଧାନ ଙ୍କୁ ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ଶୁଭ୍ରଜିତ ପ୍ରଧାନ, ସମ୍ପାଦକ ଭାବେ ବସନ୍ତ ପ୍ରଧାନ, ସହସମ୍ପାଦକ ଜୟଦେବ ପ୍ରଧାନ, କୋଷାଧ୍ୟକ୍ଷ ଅଶୋକ ପ୍ରଧାନ, ଉପଦେଷ୍ଟା ପୁରୁଷୋତ୍ତମ ପ୍ରଧାନ ପ୍ରମୁଖ ଙ୍କୁ ଚୟନ କରାଯାଇଥିଲା । ଆଗାମୀ ଦିନରେ କୁଲୁତା ସମାଜ କିପରି ସୁଦୃଢ଼ ହେବା ସହ ସମାଜ ପାଇଁ ସର୍ବଦା ଉତ୍ସର୍ଗୀକୃତ ରହିବା ନେଇ ନୂତନ ମାନେ ଶପଥପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ସ୍ୱାଧୀନ ପ୍ରଧାନ, ସୁରେନ୍ଦ୍ର ପ୍ରଧାନ, ନିରାକାର ଭୋଇ, ବିରେନ୍ଦ୍ର ପ୍ରଧାନ ପ୍ରମୁଖ ଅତିଥି ସାମିଲ ହୋଇଥିଲେ ।

Related Post

ଆତ୍ମୀକ ଉଦ୍ଦିପନା ସଭା ୨୦୨୨ ଅନୁଷ୍ଠିତ

Posted by - December 30, 2022 0
ନବରଂଗପୁର:(ବେଣୁ ଗୋପାଳ ରାଓ)ନବରଂଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍ ସିନ୍ଧିଗୁଡା ଗ୍ରାମ ପଂଚାୟତ ସାନ ଡାଇଭଟ୍ଟା ଠାରେ ଆତ୍ମୀକ ଉଦ୍ଦିପନା ସଭା ୨୦୨୨ଆୟୋଜନ କରାଯାଇଅଛି ଏହି କାର୍ଯ୍ୟକ୍ରମ ରେ…

ସୋନପୁରର ବିଭିନ୍ନ ହୋଟେଲ, ରେସ୍ତୁରାଣ୍ଟସ ଉପରେ ଚଢ଼ାଉ

Posted by - September 17, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୁବର୍ଣ୍ଣପୁର ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେ ଙ୍କ ପରାମର୍ଶ କ୍ରମେ ଉପଜିଲ୍ଲାପାଳ ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଙ୍କ ନିର୍ଦେଶରେ…

ମହାନଦୀ ରେ ଭାସିଯାଇଥିବା ପ୍ରତିମାଙ୍କ ମିଳିଲା ସନ୍ଧାନ

Posted by - October 7, 2021 0
ବୌଦ୍ଧ:( ଚିତ୍ତରଂଜନସିଂ)କିଆକଟା ମହାନଦୀ ସେତୁ ଉପରେ ୪ ଦିନ ତଳେ ମର୍ମନ୍ଧୁତ ସଡ଼କ ଦୁର୍ଘଟଣା ରେ ମହାନଦୀ ତଳକୁ ଖସିପଡ଼ିଥିବା ପ୍ରତିମା ସାହୁ ଙ୍କ ଆଜି ସନ୍ଧାନ…

ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଜ଼ିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Posted by - June 3, 2022 0
ବୌଦ୍ଧ:(ଚିତ୍ତ ରଂଜନ ସିଂ)ବୌଦ୍ଧ ବ୍ଲକ ବାଉଁଶୁଣୀ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ପରିସରରେ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଲଲାଟେନ୍ଦୁ ମିଶ୍ର, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ରାଉତ…