ଟିଟିଲାଗଡ:( ସଞ୍ଜୟ କୁମାର ନାୟକ)ଟିଟିଲାଗଡ ମାଟିର ଗର୍ବ ଗୌରବ ତଥା ପଶ୍ଚିମ ଓଡିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅସିତ ତ୍ରିପାଠୀଙ୍କୁ ଆଜି ଟିଟିଲାଗଡ ପୂର୍ତ୍ତ ବିଭାଗ ଡାକ ବଙ୍ଗଳା ଠାରେ ଭବ୍ୟ ସ୍ଵାଗତ ଜଣାଇବା ସହ ସମ୍ବର୍ଧନା ଜ୍ଞାପନ କରା ଯାଇଛି। ମାଁ ଘଣ୍ଟାଶୁଣି ସିଟିଜେନ ଫୋରମର ଆବାହକ ତଥା ପୂର୍ବତନ ନଗରପାଳ ଶ୍ରୀ ଶୁଭ୍ରାଂଶୁ ଦାସଙ୍କ ନେତୃତ୍ୱରେ ହାଟପଦା ପଡ଼ାର ବହୁ ଜନସାଧାରଣ ଏକଜୁଟ ତାଙ୍କୁ ଏହି ସମ୍ବର୍ଧନା ଜ୍ଞାପନ କରିଛନ୍ତି।
ଟିଟିଲାଗଡ ହାଟପଦା ପଡ଼ାରେ ଏକ ଅତ୍ୟାଧୁନିକ କଲ୍ୟାଣ ମଣ୍ଡପ ନିର୍ମାଣ କରିବାକୁ ପଡାବାସି ମୁଖ୍ୟ ଶାସନ ସଚିବ ଥିଲା ବେଳେ ଶ୍ରୀ ତ୍ରିପାଠୀଙ୍କୁ ଦାବି କରି ଥିଲେ, ଏହାକୁ ଆଖି ଆଗରେ ରଖି ପଶ୍ଚିମ ଓଡିଶା ବିକାଶ ପାଣ୍ଠିରୁ ୪କୋଟି ୧୮ ଲକ୍ଷ ୪୭ ହଜାର ୪୨୩ ଟଙ୍କା ଅନୁଦାନ ମଞ୍ଜୁର କରିଥିବାରୁ ମଙ୍ଗଳବାର ସନ୍ଧ୍ୟାରେ ତାଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଏହି ଅବସରରେ ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଦାବି କରିବା ସହ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଏବଂ ଟିଟିଲାଗଡ ସରକାରି ଡାକ୍ତରଖାନାରେ ଡାକ୍ତରଙ୍କ ଅଭାବ ବିଷୟରେ ଅବଗତ କରାଇ କିଛି ଡାକ୍ତରଙ୍କୁ ନିଯୁକ୍ତ କରିବାକୁ ଦାବି କରିଥିଲେ ପୂର୍ବତନ ନଗରପାଳ ଶୁଭ୍ରାଂଶୁ ଦାସ।
ଏହି ସମ୍ବର୍ଧନା wodc ର ସିଇଓ ଅଜିତ ମିଶ୍ର, ଟିଟିଲାଗଡ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଦୟାମୟ ପାଢୀ, ଟିଟିଲାଗଡ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ମମତା ଦେବି ଜୈନ, ପୌର ନିର୍ବାହି ଅଧିକାରୀ ବିପିନ ଦୀପ, ଅଞ୍ଜଳୀ ବେହେରା, ପଶ୍ଚିମ ଓଡିଶା ବିକାଶ ପରିଷଦର ସଦସ୍ୟ ଶ୍ରୀ ହଂସରାଜ ଜୈନ, ହାଟପଦା ପଡ଼ାର ରବି ପଟ୍ଟନାୟକ, ସୁବୋଧ ଦାସ,ନୀଳାମ୍ବର ମିଶ୍ର, ତ୍ରିନାଥ ସରାଫ,ହରି ବହିଦାର, ପ୍ରଶାନ୍ତ ଷଡ଼ଙ୍ଗୀ, ୱାର୍ଡ ନମ୍ବର ୧୫ ର କାଉନସିଲର ସୁନିଲ ଆଚାର୍ଯ୍ୟ, ସଞ୍ଜୀବ ପାଣିଗ୍ରାହି,ଲିଙ୍ଗରାଜ ସାହୁ, ଅମ୍ଳାନ ଷଡ଼ଙ୍ଗୀ, ସଞ୍ଜୟ କୁମାର ନାୟକ, ଚନ୍ଦନ ପଣ୍ଡା, ହର ପ୍ରତାପ ଦାସ, ବିଶ୍ୱଜିତ ଦାସ, ଖ୍ୱାଜ୍ ମହମ୍ମଦ, ଗୁରିଆ ସୁନା,ମନୋଜ ବଗର୍ତ୍ତି,, ସୁଧୀର ଘଡେ଼ଇ, ଲକ୍ଷ୍ମୀ କାନ୍ତ ମହାପାତ୍ର, ଚକ୍ର ପଟ୍ଟନାୟକ, ପୂର୍ଣ୍ଣ ମହାନ୍ତି, ବାବୁଲା ମହାପାତ୍ର, ସଚ୍ଚିକାନ୍ତ ରଥ ଏବଂ ଅନ୍ୟାନ୍ୟ ପଡାବାସିଙ୍କ ସହ ସହରର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।