ଟିଟିଲାଗଡ଼:(ସଞ୍ଜୟ କୁମାର ନାୟକ)NCJA ଏବଂ JFROPS (Odisha) ର ଆବାହକ ଶ୍ରୀଯୁକ୍ତ ପି. କେ. ପାଟଶାଣୀଙ୍କ ଆହ୍ୱାନ କ୍ରମେରେ ଇଷ୍ଟକୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଟିଟିଲାଗଡ଼ ଶାଖା ତରଫରୁ ପୁରୁଣା ପେନସନ ଯୋଜନା ଲାଗୁ କରିବା ପାଇଁ ମହାମହିମ ରାଷ୍ଟ୍ରପତିଙ୍କ ନିମନ୍ତେ ଏକ ଦସ୍ତଖତ ଅଭିଯାନ ଗତ ଦଶ ତାରିଖରୁ କୋଡିଏ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା।
ଏଥିରେ ହଜାର ହଜାର ରେଳବାଇ କର୍ମଚାରୀ ନିଜର ହସ୍ତାକ୍ଷର ପ୍ରଦାନ କରିଥିଲେ, ଏହି ପରିପ୍ରେକ୍ଷୀରେ ଇଷ୍ଟ କୋଷ୍ଟ ରେଲୱେ ଶ୍ରମିକ ୟୁନିଅନ ଟିଟିଲାଗଡ଼ ଶାଖାର ସଭାପତି ଶ୍ରୀ ଘନଶ୍ୟାମ ମିଶ୍ର ଓ ସମ୍ପାଦକ ମାନସ ରଞ୍ଜନ ରଣାଙ୍କ ନେତୃତ୍ୱରେ ଟିଟିଲାଗଡ଼ ରେଲୱେ ଷ୍ଟେସନରେ ବାହାରେ ଧାରଣା ଦେବା ପରେ ଏକ ରେଲି କରି ଏଡିଏମଇ ଅଫିସ ଯାଇ ମୁଖ୍ୟ ପରିଚାଳକଙ୍କ ମାଧ୍ୟମରେ ମହାମହିମ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।
ଉକ୍ତ କାର୍ଯ୍ୟକର୍ମରେ ଯୁବ ସଂଯୋଜକ ଅରୂପାନନ୍ଦ ଦାଶ,ମାନସ କୁମାର ସ୍ୱାଇଁ, ପିଣ୍ଟୁ କୁମାର, ମହେଶ ପାଶ୍ବାନ, ଅନ୍ଦୀପ ସିଂ, ଅଭିଷେକ ସିଂ, ଉଜ୍ୱଳ କୁମାର, ଚନ୍ଦନ କୁମାର, ଦୀପକ ଦାସ ସହିତ ଅନେକ ଦଳୀୟ କର୍ମୀ ଏବଂ AILRSA ର ମଣ୍ଡଳ କୋଷାଧକ୍ଷ ଧର୍ମେନ୍ଦ୍ର ପ୍ରସାଦ ଯୋଗଦେଇ ଥିଲେ।