ସୁବର୍ଣ୍ଣପୁର:(ଅଜିତ କୁମାର ପୁଜାହାରୀ)ଅଷ୍ଟଶମ୍ଭୁଙ୍କର ସହର ସୁବର୍ଣ୍ଣପୁରରେ ଆଜି ମହା ସମାରୋହରେ ପାତିତ ହେଉଛି ମହାଶିବରାତ୍ରୀ ।ଶ୍ରଦ୍ଧାଳୁମାନେ ତେଲନଦୀ ମହାନଦୀ ଓ କର୍ପୁର ନଦୀର ତ୍ରୀବେଣୀ ସଂଗମରେ ସ୍ନାନ କରିବା ସହିତ ଇଷ୍ଟଦେବ ସୁବର୍ଣ୍ଣମେରୁ ବାବା ଓ ରାମେଶ୍ବର ବାବାଙ୍କୁ ଦର୍ଶନ କରିଛନ୍ତି ।ସହରର ଅନ୍ୟତମ ଶୈବ ପୀଠ ଗୋକର୍ଣ୍ଣେଶ୍ବର,ସୋମନାଥ ,ଲୋକନାଥ ଆଦି ଶୈବପୀଠରେ ଶ୍ରଦ୍ଧାଳୁମାନଙ୍କ ବେଶ ସମାଗମ ହେଉଛି ।
ଏହି ମନ୍ଦିର ଗୁଡିକରେ ମନ୍ଦିର କମିଟୀ ପକ୍ଷରୁ ଭକ୍ତମାନଙ୍କର ଦର୍ଶନ ପାଇଁ ବ୍ୟାପକ ସୁବିଧା କରାଯାଇଛି । ସଂଧ୍ୟାର କାର୍ଯ୍ୟକ୍ରମରେ ଭକ୍ତମାନେ ଉଜଗାର ରହିବା ସହିତ ମନ୍ଦିରଗୁଡିକରେ ଦୀପ ଜାଳିବା ଓ ମହାଦୀପ ଉଠିବା କାର୍ଯ୍ୟକ୍ରମ ରହିଛି ।ସେହିପରି ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚରଦାର କପିଳେଶ୍ବର ,ବୈଦ୍ୟନାଥର କୋଶଳେଶ୍ବର,ଚମ୍ପାମାଳର ଚମ୍ପେଶ୍ବର ,ବିଶିପଡାର କପିଳେଶ୍ବର ,ବୀରମହାରାଜପୁରର ଗୋଧନେଶ୍ବର ଆଦି ପୀଠରେ ମଧ୍ୟ ମହା ଶିବରାତ୍ରୀ ପାଳିତ ହେଉଛି ।
ରାତ୍ରୀର ଦ୍ବୀତିୟ ପ୍ରହରରେ ବାବା ସୁବର୍ଣ୍ଣମେରୁଙ୍କ ପୀଠରେ ମହାଦୀପ ଉଠିବାର କାର୍ଯ୍ୟକ୍ରମ ରହିଛି ।ତେବେ ଚଳିତ ବର୍ଷ ଅଷ୍ଟଶମ୍ଭୁଙ୍କ ସହରରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥିବା ବେଳେ ସବୁ ଶୈବପୀଠରେ ନାମ , ଯଜ୍ଞ , ସଂକୀର୍ତ୍ତନ ଆଦି ହେଉଥିବା ଦେଖିବାକୁ ମିଳିଛି ।