ଟିଟିଲାଗଡ :(ସଞ୍ଜୟ କୁମାର ନାୟକ) ପରମାତ୍ମାଙ୍କ ଦିବ୍ୟ ଅବତରଣ ହେଉଛି ମହାଶିବରାତ୍ରୀ। ଏହି ଉପଲକ୍ଷେ ପ୍ରଜାପିତା ବ୍ରହ୍ମା କୁମାରୀ ଇଶ୍ଵରିୟ ବିଶ୍ଵ ବିଦ୍ୟାଳୟରେ ବ୍ରହ୍ମା କୁମାରୀ ଇଶ୍ୱରିୟ ବିଶ୍ଵ ବିଦ୍ୟାଳୟର ପରିଚାଳିକା ବ୍ରହ୍ମା କୁମାରୀ ପ୍ରିତି ଭଉଣିଙ୍କ ତତ୍ତ୍ଵାବଧାନରେ ଛ ଦିନ ବ୍ୟାପି ପ୍ରଭୁ ଶିବଙ୍କର ଦେଶର ବିଭିନ୍ନ ସ୍ଥାନରେ ଥିବା ୧୨ ଜ୍ୟୋତିର୍ଲିଙ୍ଗର ଅବିକଳ ଲିଙ୍ଗ ମାନଙ୍କୁ ରଖା ଯାଇ ପ୍ରତିଦିନ ସନ୍ଧ୍ୟାରେ ୫ ରୁ ରାତ୍ରି ୯ ଟା ଯାଏଁ ଭକ୍ତ ମାନଙ୍କ ନିମନ୍ତେ ଦର୍ଶନ ଲାଭ କରିବାର ଆୟୋଜନ କରାଯାଇଛି। ତା ସହ ବିଦ୍ୟାଳୟ ପରିସରରେ ଆସୁଥିବା ଭକ୍ତ ମାନଙ୍କୁ ଚିତ୍ର ପ୍ରଦର୍ଶନୀ ମାଧ୍ୟମରେ ବ୍ରହ୍ମାକୁମାରି ଭଉଣୀ ଦିବ୍ୟ ଜ୍ୟୋତି ଆଧ୍ୟାତ୍ମିକ ଜ୍ଞାନର ବିଷୟରେ ବୁଝାଉଛନ୍ତି।
ମହାଶିବରାତ୍ରି ପାଇଁ ଆୟୋଜିତ ଏହି କାର୍ଯ୍ୟକ୍ରମ ୨୦ ତାରିଖରେ ସମାପ୍ତ ହେବ ବୋଲି ସୂଚନା ଦେଇଛନ୍ତି। ଏହାଦ୍ବାରା ପରମାତ୍ମ।ଙ୍କ ସତ୍ୟ ପରିଚୟ ମିଳିବା ସହ ତାଙ୍କୁ ସ୍ମରଣ କଲେ ଜିବନର ଦୁଃଖ ସମାପ୍ତ ହେବା ସହ ମଣିଷ ଜିବନର ଶ୍ରେଷ୍ଠ ଲକ୍ଷ୍ୟ ପ୍ରାପ୍ତି ହେବ। ପ୍ରତିଦିନ ସନ୍ଧ୍ୟାରେ ଭକ୍ତ ମାନେ ଆସି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରୁଥିବାର ଦେଖିବାକୁ ମିଳୁଛି। ଏହି ବିଶ୍ଵ ବିଦ୍ୟାଳୟରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଛି। ଏହି କାର୍ଯ୍ୟକ୍ରମ ସମ୍ପନ୍ନ ହେବା ପରେ ଚାପ ମୁକ୍ତ ରହିବା ପାଇଁ ଏକ ଶିବିରର ଆୟୋଜନ କରାଯିବାର ସ୍ଥିରୀକୃତ କରାଯାଇଛି ଯେଉଁଥିରେ କି ମଣିଷ ଚାପ ମୁକ୍ତ ଜିବନ ବଞ୍ଚିବାର ମାର୍ଗ ପାଇପାରିବ ବୋଲି ବ୍ରହ୍ମା କୁମାରି ପ୍ରୀତି ଭଉଣି ସୁଚନା ଦେଇଛନ୍ତି।