ଟିଟିଲାଗଡ : (ସଞ୍ଜୟ କୁମାର ନାୟକ) ଚଳିତ ବର୍ଷ ପ୍ରଥମ ଥର ପାଇଁ ଫୁଟବଲ ପ୍ରେମି ଏବଂ ଖେଳାଳି ମାନଙ୍କ ନିମନ୍ତେ ଜିଲ୍ଲା ସ୍ତରୀୟ ଫୁଟବଲ ଟୁର୍ଣ୍ଣ।ମେଣ୍ଟ ସ୍ଥାନୀୟ ଡିଏଭି ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ବୁଧବାର ଦିନ ଏହି ଟୁର୍ଣ୍ଣ।ମେଣ୍ଟ ଉଦଘାଟିତ ହୋଇଥିବା ବେଳେ ଦ୍ୱିତୀୟ ଦିନ ସିହିନି ଓ ନାନାଝର ଟିମ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା। ଏହି ମ୍ୟାଚରେ ମୂଖ୍ୟ ଅତିଥି ଭାବେ ଟିଟିଲାଗଡର ଆଇନଜୀବୀ ତଥା ବଲାଙ୍ଗିର ଜିଲ୍ଲା ଯାଦବ ମହାସଭାର ସଂଯୋଜକ ଶ୍ରୀ ମନୋଜ ହାତୀ, ସମ୍ମାନିତ ଅତିଥି ଭାବେ ବରିଷ୍ଠ ଫୁଟବଲ ଖେଳାଳି ସଦାନନ୍ଦ ନାଏକ ଏବଂ ଯୁବ ସାମ୍ବାଦିକ ସଞ୍ଜୟ କୁମାର ନାୟକ ଯୋଗଦେଇ ଖେଳାଳିଙ୍କୁ ଉତ୍ସାହିତ କରିଥିଲେ।
ପ୍ରଥମେ ରାଇଜିଂ ଷ୍ଟାର କ୍ଲବ ପକ୍ଷରୁ ଅତିଥିଙ୍କୁ ଫୁଲତୋଡ଼ା ଦେଇ ସ୍ବାଗତ କରିବା ପରେ ଷ୍ଟେଜକୁ ପାଛୋଟି ନେଇଥିଲେ। ଖେଳ ହାଫ ଟାଇମ୍ ପରେ ପଡିଆ ଭିତରକୁ ଯାଇ ଖେଳାଳିଙ୍କ ସହ କରମର୍ଦନ କରି ଉତ୍ସାହିତ କରିଥିଲେ। ସମୟ ସୀମା ଭିତରେ ଉଭୟ ଦଳ କେହି କାହା ବିପକ୍ଷରେ ଗୋଲ ଦେଇ ନ ପାରିବା ଯୋଗୁଁ ପେନାଲଟି ସୁଟ ଆଉଟ୍ ଖେଳା ଯାଇଥିଲା।ସେଥିରେ ସିହିନିକୁ ହରାଇ ନାନାଝର ଦଳ ବିଜୟୀ ହୋଇଛି। ଖେଳ ପରିଚାଳନା କରିଥିଲେ ମଳୟ ଘିଭେଲା, ବୁଲୁ ପ୍ରଧାନି, ପ୍ରିତମ ନାଏକ, ବିନୋଦ ପ୍ରଧାନି। କୁସଦେବ ଆଡଯୁଆଡ, କରନ ଦ୍ଵିପ, ସଞ୍ଜୀବ ମହରାଣା, ଦିନେଶ ଭୋଇ, ସାଗର ରତେଇ, ଜମାଲ ଅଲି, ଡିଲୁ ଭୋଇ ପ୍ରମୁଖ କରିବାରେ ପରିଚାଳନା କରିବାରେ ସହଯୋଗ କରିଥିଲେ ।