କେନ୍ଦ୍ର ସରକାର ପାଞ୍ଚ କେଜି ଚାଉଳ କାଟ କରିଥିବାରୁ ଟିଟିଲାଗଡ଼ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ବିଜେଡିର ପ୍ରତିବାଦ ସଭା

63 0

ଟିଟିଲାଗଡ଼ : (ସଞ୍ଜୟ କୁମାର ନାୟକ) ବିଜୁ ଜନତା ଦଳ ପକ୍ଷରୁ କେନ୍ଦ୍ର ସରକାରଙ୍କର ଓଡିଶା ପ୍ରତି ବୈମାତୃକ ମନୋଭାବ ପୋଷଣ ଓ ପ୍ରଧାନମନ୍ତ୍ରୀ ଗରିବ ଅନ୍ନ କଲ୍ୟାଣ ଯୋଜନାରେ ଗରିବ ଲୋକଙ୍କ ୫କେ.ଜି ଚାଉଳ କାଟ ପ୍ରତିବାଦରେ ଆଜି ଟିଟିଲାଗଡ଼ ବିଜୁ ଜନତାଦଳ ତରଫରୁ ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା ଅନୁଷ୍ଟିତ କରି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କେନ୍ଦ୍ର ବିଜେପି ସରକାରଙ୍କ ଗରିବ ମାରଣ ନୀତି ଓ ଖାଉଟି ରାସନ ସାମଗ୍ରୀ କାଟ ବିରୁଦ୍ଧରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଛି। ବିଜେଡ଼ି ନଗର ସଭାପତି ରଣଜିତ୍ ପୃଷ୍ଟିଙ୍କ ସଭାପତିତ୍ବରେ ପୌରପରିଷଦର ଉପାଧ୍ଧକ୍ଷା ଶ୍ରୀମତୀ ପୁଷ୍ପା ମଞ୍ଜରି ଜାଲ ଏବଂ ବିଜେଡ଼ିର ସମସ୍ତ କାଉନସିଲର, ମନ୍ତ୍ରୀଙ୍କ ପ୍ରତିନିଧି ଅରୁଣ କୁମାର ମିଶ୍ର, ବିଜେଡ଼ି ନେତା ପ୍ରେମ ଜୈନ , କୁନୁ ସାହୁ, ବୁଲୁ ସେଠ, ରାଜେଶ ପ୍ରଧାନଙ୍କ ସମେତ ବହୁତ ବିଜେଡ଼ି କର୍ମୀ ସାମିଲ ହୋଇଥିଲେ।

Related Post

ନାଟ୍ୟକ୍ଷେତ୍ର ଅନୁଷ୍ଠାନ ଓ ଆଜାଦୀ କା ଅମୃତ ମହୋତ୍ସବ ଦ୍ଵାରା ଦେଶାତ୍ମବୋଧକ ପ୍ରତିଯୋଗୀତା ଅନୁଷ୍ଠିତ

Posted by - March 6, 2022 0
କଳାହାଣ୍ଡି:(ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ)କଳାରେ ସମୃଦ୍ଧି କଳାହାଣ୍ଡି, ଏହାର ପ୍ରାକୃତିକ ପରିବେଶ ରେ ରୁଦ୍ଧିମନ୍ତ କଳା ଦେଶ ବିଦେଶରେ ନିଜର ସ୍ଵତନ୍ତ୍ର ପ୍ରତିଭା ରଖିଛି।…

ପୁରୁଣାକଟଜ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

Posted by - August 15, 2021 0
ବୌଦ୍ଧ:(ଚିତ୍ତରଂଜନସିଂ)ଆଜି ଆମ୍ଭ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ପୁରୁଣା କଟକ ରେ ସ୍ଵାଧୀନତା ଦିବସ ର ଅମୃତ ମହୋତ୍ସବ କୁ କୋଭିଡ୍ ଗାଇଡ୍ ଲାଇନ୍ ଅନୁସାରେ ପାଳନ କରାଯାଇଛି…

ସୋନପୁରରେ ଚିତ୍ରଗୁପ୍ତ ପୂଜା ମହା ସମାରୋହ ରେ ପାଳିତ

Posted by - October 28, 2022 0
ସୋନପୁର : (ଅଜିତ କୁମାର ପୂଜାହାରୀ) ସୋନପୁର ସହର ଘୋଡ଼ାଘାଟପଡ଼ା ଠାରେ ସୁବର୍ଣ୍ଣପୁର ଜିଲ୍ଲା ଚିତ୍ରଗୁପ୍ତ କଲ୍ୟାଣ ସମିତି ପକ୍ଷରୁ ଚିତ୍ରଗୁପ୍ତ ପୂଜା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି…

ରାତି ପାହିଲେ ସାବିତ୍ରୀ ଅମାବାସ୍ୟା,ମା ବିରଜା ମନ୍ଦିର ଆଖ ପାଖ ଅଞ୍ଚଳ ରେ ୧୪୪ ଧାରା ଜାରି

Posted by - May 21, 2020 0
ଭୁବନେଶ୍ବର/ଯାଜପୁର :(ରାତି ପାହିଲେ ସାବିତ୍ରୀ ବ୍ରତ ଥିବାରୁ ରାଜ୍ୟ ର ବିଭିନ୍ନ ସହରରେ ଲୋକମାନଙ୍କ ଅସମ୍ଭାଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ସାବିତ୍ରୀ ବ୍ରତ ପାଳିବା…

ଉତ୍କଳ ଆଲୁମିନା ପକ୍ଷରୁ ବନ୍ଧୁତ୍ୱ ପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

Posted by - November 15, 2022 0
ଭୁବନେଶ୍ବର : (ନରେନ୍ଦ୍ର ନେଗୀ ଙ୍କ ସହ ଅର୍ଜୁନ ପଟ୍ଟନାୟକ) ଭାରତ ବର୍ଷର  ପ୍ରତିଷ୍ଠିତ ହିଣ୍ଡାଲକୋ କମ୍ପାନୀ ଅଧୀନସ୍ଥ ଉତ୍କଳ ଆଲୁମିନା କଂପାନୀ ପକ୍ଷରୁ ଏକ ବନ୍ଧୁତ୍ୱ…